ବିଫଳତାର ଚିଠି

Dillip Cherian

କୋଭିଡ୍‌ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬ ଜଣିଆ ସିଭିଲ ସର୍ଭ୍ୟାଣ୍ଟ ଗ୍ରୁପ୍‌ । ସେମାନେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ପୂର୍ବତନ କ୍ୟାବିନେଟ୍‌ ସଚିବ କେ.ଏମ୍‌. ଚନ୍ଦ୍ରଶେଖର, ପୂର୍ବତନ ବୈଦେଶିକ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ, ପୂର୍ବତନ ସ୍ବାସ୍ଥ୍ୟ ସଚିବ କେ. ସୁଜାଥା ରାଓ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଟି.କେ.ଏ. ନାୟାର, ପୂର୍ବତନ ମୁଖ୍ୟ ସୂଚନା କମିଶନର ଓ୍ବାଜାହତ ହବିବୁଲ୍ଲା ଏବଂ ଦିଲ୍ଲୀର ପୂର୍ବତନ ଲ୍ୟୁଟନାଣ୍ଟ ଗଭର୍ନର ନଜିବ ଜଙ୍ଗଙ୍କ ସମେତ ଅନ୍ୟ ସେବା ଅଧିକାରୀମାନେ ଏହି ଖୋଲାଚିଠିରେ ଦସ୍ତଖତ କରିଥିବାରୁ ଏହାର ଗୁରୁତ୍ୱ ରହିଛି। ଏହି ପୂର୍ବତନ ବାବୁମାନେ ନିଜକୁ କନଷ୍ଟିଚ୍ୟୁଶନାଲ କଣ୍ଡକ୍ଟ ଗ୍ରୁପ୍‌ ବୋଲି କହୁଛନ୍ତି। ଏମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ମୋଦି ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ସେମାନେ ଅନୁରୋଧ କରିଛନ୍ତି। ପୂର୍ବତନ ବାବୁମାନେ ମଧ୍ୟ ଟିକା କିଣା ଓ ଯୋଗାଣକୁ କେନ୍ଦ୍ରୀକୃତ କରିବା ସହ ସବୁ ସବୁ ଭାରତୀୟଙ୍କୁ ମାଗଣାରେ ଦେବା ଲାଗି ଚିଠିରେ ଦର୍ଶାଇଛନ୍ତି। ସରକାରଙ୍କ କ୍ୟାବିନେଟ ସିଷ୍ଟମ୍‌ କ୍ରମଶଃ ନଷ୍ଟ ହେଉଛି ଏବଂ ଏହା ରାଜ୍ୟଗୁଡ଼ିକ ସହ ସମ୍ପର୍କ ଖରାପ ହେଉଥିବାରୁ ସେମାନେ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଅବଶ୍ୟ ଏହି ଲମ୍ବା ଚିଠିରେ ସେମିତି କିଛି ନୂଆ ନାହିଁ। ଅନେକ ରାଜ୍ୟରେ ସାଧାରଣ ନାଗରିକମାନେ, ବିରୋଧୀ ଦଳଗୁଡ଼ିକ ଏବଂ ଏପରି କି ନ୍ୟାୟପାଳିକା ଏହି ସମାନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ୨୦୧୪ରେ ମୋଦି କ୍ଷମତା ହାସଲ କରିବା ପରଠାରୁ ସେ ଯେଉଁ ମେଣ୍ଟ ଗଢିଛନ୍ତି,ସେଥିରେ ଏବେ ଫାଟ ସୃଷ୍ଟିହେବା ଆରମ୍ଭ ହୋଇଛି। ସରକାରଙ୍କ ମହାମାରୀ ନୀତିକୁ ନେଇ ଦେଶରେ ଦେଖାଦେଇଥିବା ଅସୋନ୍ତଷକୁ ସାମ୍ନା କରିବାକୁ ସରକାର ସକ୍ଷମ ନ ଥିତ୍ବା ଜଣାପଡୁଛି।
ଖେମ୍‌କାଙ୍କ ଅଭିଯୋଗ
ଦୃଢ ସଙ୍କଳ୍ପ ନେଇ କାମ କରୁଥିବା ହରିୟାଣା କ୍ୟାଡର ଆଇଏଏସ୍‌ ଅଧିତ୍କାରୀ ତଥା ହ୍ବିସିଲବ୍ଲୋୟର ଅଶୋକ ଖେମ୍‌କା ଏବେ ପୁଣି ହରିୟାଣା ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସରକାର ସିଭିଲ ସର୍ଭିସ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଘଟଣାକୁ ଖେମ୍‌କା ଲୋକଲୋଚନକୁ ଆଣିଛନ୍ତି। ଜଣାପଡ଼ିଛି ଯେ,ରାଜ୍ୟ ସରକାର ଆଇପିଏସ୍‌, ଆଇଏଫ୍‌ଏସ ଏବଂ ଆଇଆରଏସ୍‌ ଅଧିତ୍ତ୍କାରୀମାନଙ୍କୁ ପ୍ରମୁଖ ସଚିବ ଭଳି ଆଇଏଏସ୍‌ କ୍ୟାଡର୍‌ ପୋଷ୍ଟ୍‌ରେ କେନ୍ଦ୍ରର ବିନା ଅନୁମୋଦନରେ ନିଯୁକ୍ତି ଦେଇଆସୁଛନ୍ତି। ଗତ ବର୍ଷ ଖେମ୍‌କା କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିତ୍ଲେ। ବିଳମ୍ବରେ ହେଲେ ବି ପ୍ରଶିକ୍ଷଣ ଓ କାର୍ମିକ ବିଭାଗ ଶେଷରେ ଏହା ଉପରେ ଧ୍ୟାନ ଦେଇଛି। ଉକ୍ତ ବିଭାଗ ମନୋହରଲାଲ ଖଟ୍ଟର ସରକାରଙ୍କଠାରୁ ଉକ୍ତ ପଦବୀଗୁଡ଼ିକର ଏବକାର ସ୍ଥିତି ଉପରେ ସବିଶେଷ ରିପୋର୍ଟ ମାଗିଛି। ଆଇଏଏସ୍‌ କ୍ୟାଡର୍‌ ନିୟମକୁ ଦୃଢ ଭାବେ ପାଳନ କରିବା ସହ ଅନ୍ୟ ସର୍ବ ଭାରତୀୟ କ୍ୟାଡର୍‌ ଅଧିକାରୀମାନଙ୍କୁ ଆଇଏଏସ୍‌ କ୍ୟାଡର୍‌ର ପ୍ରମୁଖ ସଚିବ ପଦବୀଗୁଡ଼ିକରେ ନିଯୁକ୍ତି ନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଏହାବାଦ୍‌ ପୂର୍ବରୁ ବିଭାଗର ଅନୁମୋଦନ ନ ନେଇ ତିନି ମାସ ଅବଧିରୁ ଅଧିକ ଯାଏ ନିଯୁକ୍ତି ନ ଦେବାକୁ ସରକାରଙ୍କୁ କହିଛି। ନାଗାଲାଣ୍ଡରେ ମଧ୍ୟ ସରକାର ରାଜ୍ୟ ସେବା ଅଧିକାରୀମାନଙ୍କୁ ଆଇଏଏସ୍‌ କ୍ୟାଡର୍‌ ପଦବୀରେ ନିଯୁକ୍ତି ଦେଉଥିଲେ। ଏଭଳି ଘଟଣା ଉପରେ କ୍ୱଚିତ ପ୍ରତିିକ୍ରିୟା ପ୍ରକାଶ କରୁଥିତ୍ତ୍ବା କେନ୍ଦ୍ର ଏବେ ସକ୍ରିୟତା ପ୍ରକାଶ କରୁଥିବାରୁ ଖେମ୍‌କା ସନ୍ତୁଷ୍ଟ ହେବା ଉଚିତ।
ଆଶା ଧୂଳିସାତ ହେଉଛି
ମୋଦି ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ ( ଆଇବି) ମୁଖ୍ୟ ଅରବିନ୍ଦ କୁମାର ଏବଂ ର’ ମୁଖ୍ୟ ଏସ୍‌. କେ. ଗୋୟଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇଛନ୍ତି। ଏମାନେ ଉଭୟ ଆଇପିଏସ୍‌ ଅଧିକାରୀ। ଆଉ ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଅସ୍ଥାନା ଏବଂ ଓ୍ବାଇ.ସି. ମୋଦି ସିବିଆଇ ମୁଖ୍ୟ ଦୌଡରୁ ବାଦ ପଡ଼ି ଯୋଜନାରେ ବାଧା ଉପୁଜିଲା ପରେ ସରକାର ଏହି ସମ୍ପ୍ରସାରଣ କରିଛନ୍ତି। ଅବସର ପାଇଁ ଯେଉଁ ଅଧିକାରୀମାନଙ୍କର କାର୍ଯ୍ୟକାଳ ୬ ମାସରୁ ଅଧିକ ଥିବ ସେମାନଙ୍କୁ ବିଚାରକୁ ନିଆଯିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିତ୍ବା ଦର୍ଶାଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଏନ୍‌.ଭି ରମନ୍ନା ସେମାନଙ୍କ ନାମକୁ ବିରୋଧ କରିବା ପରେ ଏଭଳି ଘଟିଥିଲା। ଏବକାର ନିୟମରେ କୋହଳ କରାଯିବା ପରେ ଦୁଇ ଅଧିତ୍କାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା ବୋଲି କୁହାଯାଉଛି। ସେହିପରି ଶୁଣିିବାକୁ ମିଳୁଛି ଯେ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌( ସିବିଡିଟି)ର ମୁଖ୍ୟ ପ୍ରମୋଦ ଚନ୍ଦ୍ର ମୁଡି ତାଙ୍କ କାର୍ଯ୍ୟକାଳ ଆଉ ଥରେ ସମ୍ପ୍ରସାରଣ ହେବାକୁ ଚାହଁୁଛନ୍ତି। ତେବେ ଆଇବି ଏବଂ ର’ ଭଳି ଅଧିତ୍କ ସମ୍ବେଦନଶୀଳ ପଦବୀରେ ବିଶ୍ୱସ୍ତ ଅଧିତ୍କାରୀମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବା ପାଇର୍ଁ ପ୍ରଧାନମନ୍ତ୍ରୀଙ୍କର ବିଶେଷ ଅଧିତ୍କାର ରହିଛି। ଆଇବି ମୁଖ୍ୟପଦ ପାଇବାକୁ ଲାଇନ୍‌ରେ ଥିତ୍ବା ଅଧିତ୍କାରୀ କୁମାରଙ୍କ ସମ୍ପ୍ରସାରଣରେ ପ୍ରଭାବିତ ହେବେ ନାହିଁ କିନ୍ତୁ ଗୋୟଲଙ୍କ କ୍ଷେତ୍ରରେ ଅତି କମ୍‌ରେ ଦୁଇ ଜଣ ବରିଷ୍ଠ ଅଧିକାରୀ କ୍ଷତି ସହିବେ।
ସେମାନେ ଗୋୟଲଙ୍କ ସମ୍ପ୍ରସାରିତ ଅବଧି ଶେଷ ହେବା ପୂର୍ବରୁ ଅବସର ନେଇ ସାରିଥିବେ। ଏହି ପ୍ରକ୍ରିୟା ଅବସର ନେବା ପୂର୍ବରୁ ମୁଖ୍ୟ ପଦବୀରେ କାର୍ଯ୍ୟ କରିବାକୁ ଚାହଁୁଥିତ୍ବା ଅଧିତ୍କାରୀମାନଙ୍କ ଆଶାକୁ ଧୂଳିସାତ କରିଦେଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?