ବିଫଳତାର ଚିଠି

Dillip Cherian

କୋଭିଡ୍‌ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬ ଜଣିଆ ସିଭିଲ ସର୍ଭ୍ୟାଣ୍ଟ ଗ୍ରୁପ୍‌ । ସେମାନେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ପୂର୍ବତନ କ୍ୟାବିନେଟ୍‌ ସଚିବ କେ.ଏମ୍‌. ଚନ୍ଦ୍ରଶେଖର, ପୂର୍ବତନ ବୈଦେଶିକ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ, ପୂର୍ବତନ ସ୍ବାସ୍ଥ୍ୟ ସଚିବ କେ. ସୁଜାଥା ରାଓ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଟି.କେ.ଏ. ନାୟାର, ପୂର୍ବତନ ମୁଖ୍ୟ ସୂଚନା କମିଶନର ଓ୍ବାଜାହତ ହବିବୁଲ୍ଲା ଏବଂ ଦିଲ୍ଲୀର ପୂର୍ବତନ ଲ୍ୟୁଟନାଣ୍ଟ ଗଭର୍ନର ନଜିବ ଜଙ୍ଗଙ୍କ ସମେତ ଅନ୍ୟ ସେବା ଅଧିକାରୀମାନେ ଏହି ଖୋଲାଚିଠିରେ ଦସ୍ତଖତ କରିଥିବାରୁ ଏହାର ଗୁରୁତ୍ୱ ରହିଛି। ଏହି ପୂର୍ବତନ ବାବୁମାନେ ନିଜକୁ କନଷ୍ଟିଚ୍ୟୁଶନାଲ କଣ୍ଡକ୍ଟ ଗ୍ରୁପ୍‌ ବୋଲି କହୁଛନ୍ତି। ଏମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ମୋଦି ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ସେମାନେ ଅନୁରୋଧ କରିଛନ୍ତି। ପୂର୍ବତନ ବାବୁମାନେ ମଧ୍ୟ ଟିକା କିଣା ଓ ଯୋଗାଣକୁ କେନ୍ଦ୍ରୀକୃତ କରିବା ସହ ସବୁ ସବୁ ଭାରତୀୟଙ୍କୁ ମାଗଣାରେ ଦେବା ଲାଗି ଚିଠିରେ ଦର୍ଶାଇଛନ୍ତି। ସରକାରଙ୍କ କ୍ୟାବିନେଟ ସିଷ୍ଟମ୍‌ କ୍ରମଶଃ ନଷ୍ଟ ହେଉଛି ଏବଂ ଏହା ରାଜ୍ୟଗୁଡ଼ିକ ସହ ସମ୍ପର୍କ ଖରାପ ହେଉଥିବାରୁ ସେମାନେ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଅବଶ୍ୟ ଏହି ଲମ୍ବା ଚିଠିରେ ସେମିତି କିଛି ନୂଆ ନାହିଁ। ଅନେକ ରାଜ୍ୟରେ ସାଧାରଣ ନାଗରିକମାନେ, ବିରୋଧୀ ଦଳଗୁଡ଼ିକ ଏବଂ ଏପରି କି ନ୍ୟାୟପାଳିକା ଏହି ସମାନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ୨୦୧୪ରେ ମୋଦି କ୍ଷମତା ହାସଲ କରିବା ପରଠାରୁ ସେ ଯେଉଁ ମେଣ୍ଟ ଗଢିଛନ୍ତି,ସେଥିରେ ଏବେ ଫାଟ ସୃଷ୍ଟିହେବା ଆରମ୍ଭ ହୋଇଛି। ସରକାରଙ୍କ ମହାମାରୀ ନୀତିକୁ ନେଇ ଦେଶରେ ଦେଖାଦେଇଥିବା ଅସୋନ୍ତଷକୁ ସାମ୍ନା କରିବାକୁ ସରକାର ସକ୍ଷମ ନ ଥିତ୍ବା ଜଣାପଡୁଛି।
ଖେମ୍‌କାଙ୍କ ଅଭିଯୋଗ
ଦୃଢ ସଙ୍କଳ୍ପ ନେଇ କାମ କରୁଥିବା ହରିୟାଣା କ୍ୟାଡର ଆଇଏଏସ୍‌ ଅଧିତ୍କାରୀ ତଥା ହ୍ବିସିଲବ୍ଲୋୟର ଅଶୋକ ଖେମ୍‌କା ଏବେ ପୁଣି ହରିୟାଣା ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସରକାର ସିଭିଲ ସର୍ଭିସ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଘଟଣାକୁ ଖେମ୍‌କା ଲୋକଲୋଚନକୁ ଆଣିଛନ୍ତି। ଜଣାପଡ଼ିଛି ଯେ,ରାଜ୍ୟ ସରକାର ଆଇପିଏସ୍‌, ଆଇଏଫ୍‌ଏସ ଏବଂ ଆଇଆରଏସ୍‌ ଅଧିତ୍ତ୍କାରୀମାନଙ୍କୁ ପ୍ରମୁଖ ସଚିବ ଭଳି ଆଇଏଏସ୍‌ କ୍ୟାଡର୍‌ ପୋଷ୍ଟ୍‌ରେ କେନ୍ଦ୍ରର ବିନା ଅନୁମୋଦନରେ ନିଯୁକ୍ତି ଦେଇଆସୁଛନ୍ତି। ଗତ ବର୍ଷ ଖେମ୍‌କା କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିତ୍ଲେ। ବିଳମ୍ବରେ ହେଲେ ବି ପ୍ରଶିକ୍ଷଣ ଓ କାର୍ମିକ ବିଭାଗ ଶେଷରେ ଏହା ଉପରେ ଧ୍ୟାନ ଦେଇଛି। ଉକ୍ତ ବିଭାଗ ମନୋହରଲାଲ ଖଟ୍ଟର ସରକାରଙ୍କଠାରୁ ଉକ୍ତ ପଦବୀଗୁଡ଼ିକର ଏବକାର ସ୍ଥିତି ଉପରେ ସବିଶେଷ ରିପୋର୍ଟ ମାଗିଛି। ଆଇଏଏସ୍‌ କ୍ୟାଡର୍‌ ନିୟମକୁ ଦୃଢ ଭାବେ ପାଳନ କରିବା ସହ ଅନ୍ୟ ସର୍ବ ଭାରତୀୟ କ୍ୟାଡର୍‌ ଅଧିକାରୀମାନଙ୍କୁ ଆଇଏଏସ୍‌ କ୍ୟାଡର୍‌ର ପ୍ରମୁଖ ସଚିବ ପଦବୀଗୁଡ଼ିକରେ ନିଯୁକ୍ତି ନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଏହାବାଦ୍‌ ପୂର୍ବରୁ ବିଭାଗର ଅନୁମୋଦନ ନ ନେଇ ତିନି ମାସ ଅବଧିରୁ ଅଧିକ ଯାଏ ନିଯୁକ୍ତି ନ ଦେବାକୁ ସରକାରଙ୍କୁ କହିଛି। ନାଗାଲାଣ୍ଡରେ ମଧ୍ୟ ସରକାର ରାଜ୍ୟ ସେବା ଅଧିକାରୀମାନଙ୍କୁ ଆଇଏଏସ୍‌ କ୍ୟାଡର୍‌ ପଦବୀରେ ନିଯୁକ୍ତି ଦେଉଥିଲେ। ଏଭଳି ଘଟଣା ଉପରେ କ୍ୱଚିତ ପ୍ରତିିକ୍ରିୟା ପ୍ରକାଶ କରୁଥିତ୍ତ୍ବା କେନ୍ଦ୍ର ଏବେ ସକ୍ରିୟତା ପ୍ରକାଶ କରୁଥିବାରୁ ଖେମ୍‌କା ସନ୍ତୁଷ୍ଟ ହେବା ଉଚିତ।
ଆଶା ଧୂଳିସାତ ହେଉଛି
ମୋଦି ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ ( ଆଇବି) ମୁଖ୍ୟ ଅରବିନ୍ଦ କୁମାର ଏବଂ ର’ ମୁଖ୍ୟ ଏସ୍‌. କେ. ଗୋୟଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇଛନ୍ତି। ଏମାନେ ଉଭୟ ଆଇପିଏସ୍‌ ଅଧିକାରୀ। ଆଉ ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଅସ୍ଥାନା ଏବଂ ଓ୍ବାଇ.ସି. ମୋଦି ସିବିଆଇ ମୁଖ୍ୟ ଦୌଡରୁ ବାଦ ପଡ଼ି ଯୋଜନାରେ ବାଧା ଉପୁଜିଲା ପରେ ସରକାର ଏହି ସମ୍ପ୍ରସାରଣ କରିଛନ୍ତି। ଅବସର ପାଇଁ ଯେଉଁ ଅଧିକାରୀମାନଙ୍କର କାର୍ଯ୍ୟକାଳ ୬ ମାସରୁ ଅଧିକ ଥିବ ସେମାନଙ୍କୁ ବିଚାରକୁ ନିଆଯିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିତ୍ବା ଦର୍ଶାଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଏନ୍‌.ଭି ରମନ୍ନା ସେମାନଙ୍କ ନାମକୁ ବିରୋଧ କରିବା ପରେ ଏଭଳି ଘଟିଥିଲା। ଏବକାର ନିୟମରେ କୋହଳ କରାଯିବା ପରେ ଦୁଇ ଅଧିତ୍କାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା ବୋଲି କୁହାଯାଉଛି। ସେହିପରି ଶୁଣିିବାକୁ ମିଳୁଛି ଯେ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌( ସିବିଡିଟି)ର ମୁଖ୍ୟ ପ୍ରମୋଦ ଚନ୍ଦ୍ର ମୁଡି ତାଙ୍କ କାର୍ଯ୍ୟକାଳ ଆଉ ଥରେ ସମ୍ପ୍ରସାରଣ ହେବାକୁ ଚାହଁୁଛନ୍ତି। ତେବେ ଆଇବି ଏବଂ ର’ ଭଳି ଅଧିତ୍କ ସମ୍ବେଦନଶୀଳ ପଦବୀରେ ବିଶ୍ୱସ୍ତ ଅଧିତ୍କାରୀମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିବା ପାଇର୍ଁ ପ୍ରଧାନମନ୍ତ୍ରୀଙ୍କର ବିଶେଷ ଅଧିତ୍କାର ରହିଛି। ଆଇବି ମୁଖ୍ୟପଦ ପାଇବାକୁ ଲାଇନ୍‌ରେ ଥିତ୍ବା ଅଧିତ୍କାରୀ କୁମାରଙ୍କ ସମ୍ପ୍ରସାରଣରେ ପ୍ରଭାବିତ ହେବେ ନାହିଁ କିନ୍ତୁ ଗୋୟଲଙ୍କ କ୍ଷେତ୍ରରେ ଅତି କମ୍‌ରେ ଦୁଇ ଜଣ ବରିଷ୍ଠ ଅଧିକାରୀ କ୍ଷତି ସହିବେ।
ସେମାନେ ଗୋୟଲଙ୍କ ସମ୍ପ୍ରସାରିତ ଅବଧି ଶେଷ ହେବା ପୂର୍ବରୁ ଅବସର ନେଇ ସାରିଥିବେ। ଏହି ପ୍ରକ୍ରିୟା ଅବସର ନେବା ପୂର୍ବରୁ ମୁଖ୍ୟ ପଦବୀରେ କାର୍ଯ୍ୟ କରିବାକୁ ଚାହଁୁଥିତ୍ବା ଅଧିତ୍କାରୀମାନଙ୍କ ଆଶାକୁ ଧୂଳିସାତ କରିଦେଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri