ଚାଲ ଗାଁକୁ ଯିବା

ଦ୍ୱିତୀ ଚନ୍ଦ୍ର ସାହୁ

ଘରେ ପିଲା। ସ୍କୁଲରେ ତାଲା। ପିଲାଙ୍କ ନିକଟକୁ ଶିକ୍ଷା ପହଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ପରେ ବି ସମସ୍ତଙ୍କ ନିକଟରେ ଶିକ୍ଷା ପହଞ୍ଚିପାରୁନି। ଆଧୁନିକ ବୈଷୟିକ କୌଶଳକୁ ବ୍ୟବହାର କରାଗଲେ ମଧ୍ୟ ପ୍ରତିଟି ପିଲା ସିଧାସଳଖ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି। ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କିଛି ମାତ୍ରାରେ ଆଶା ପୂରଣ କରିପାରିଛି ବୋଲି ଭାବୁଛୁ। କିନ୍ତୁ ଭୌଗୋଳିକ ସ୍ଥିତି, ବୈଷୟିକ ଆହ୍ବାନ ଓ ଭାଷା ସମସ୍ୟା ଏ ଦିଗରେ ପ୍ରମୁଖ ଅନ୍ତରାୟ ସୃଷ୍ଟି କରିଛି।
ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଲାଗି ଡିଜିଟାଲ ମାଧ୍ୟମ ସେତେଟା ଫଳପ୍ରଦ ହୋଇପାରିନି। କେବଳ ଓଡ଼ିଶା ନୁହଁ, ଭାରତର ପ୍ରାୟ ସବୁ ରାଜ୍ୟର ସ୍ଥିତି ଏମିତି। ତେବେ ପିଲା ପଢ଼ିବେ କେମିତି? ଦେଶରେ ଦ୍ୱିତୀୟ ଲହରର ପ୍ରାଦୁର୍ଭାବ ତଥାପି କମିନି। ଏପରି କି ଆଗାମୀ ଦୁଇ ମାସ ମଧ୍ୟରେ ତୃତୀୟ ଲହର ଆରମ୍ଭ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଏହା କାଳେ ପିଲାଙ୍କ ଲାଗି ଘାତକ ହେବ। ସ୍ବଳ୍ପ ସମୟ ଭିତରେ ସମସ୍ତ ପିଲାଙ୍କୁ ଟିକାକରଣ କରିବା ବି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳତଃ ଆଗାମୀ ଆହୁରି କିଛି ମାସ ପିଲା ବିଦ୍ୟାଳୟକୁ ଆସି ନ ପାରନ୍ତି। ଏଭଳି ପରିସ୍ଥିତିରେ ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ଚରମ ଆହ୍ବାନ। ପ୍ରଥମ ଲହର ପରେ ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ଶିକ୍ଷା ଲାଗି ଅଭିନବ ପ୍ରୟାସ ଆରମ୍ଭ ହୋଇଥିଲା। ଶିକ୍ଷକମାନେ ଗାଁରେ ପହଞ୍ଚତ୍ ଶିକ୍ଷାଦାନ କରିଥିଲେ। ଏହାର ତିନି ମାସ ପରେ ୟୁନିସେଫ୍‌ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏହାର ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ଶିକ୍ଷାଦାନ ନେଇ କ୍ଷେତ୍ରସ୍ଥଳରୁ ପିଲା ଓ ଅଭିଭାବକ ପକ୍ଷରୁ ଅନୁକୂଳ ମନ୍ତବ୍ୟ ମିଳିଥିଲା। ଏଇ ବିକଳ୍ପ ଶିକ୍ଷାଦାନ ଆଗକୁ ଚାଲିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ ସମସ୍ୟା ହେତୁ ଏହାକୁ ଶିକ୍ଷାବର୍ଷ ଶେଷରେ ବନ୍ଦ କରାଯାଇଥିଲା। ଏବେ ଉଭୟ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶା ବ୍ୟତୀତ ଦେଶର ଅନ୍ୟ ରାଜ୍ୟମାନେ କୋଭିଡ୍‌ ସମୟରେ କିଭଳି ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି ସେ ଦିଗରେ ଆଲୋଚନା କରିବା ଜରୁରୀ।
ଆସାମ ପକ୍ଷରୁ ଲୋକ ସଂଗୀତକୁ ଆଧାର କରି କିଶୋରୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୋଭିଡ୍‌ ସମୟରେ ମାନସିକ ସୁସ୍ଥତା ବଜାୟ ରଖିବା ଲାଗି ଗାଁସ୍ତରରେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କ ଜରିଆରେ ବିଭିନ୍ନ ସାମାଜିକ ସମସ୍ୟା ଆଧାରିତ ସଚେତନଧର୍ମୀ ଲୋକ ସଂଗୀତ ଜରିଆରେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡର ଆଦିବାସୀ ଅଞ୍ଚଳରେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ନେଇ ବସ୍ତି ଅଞ୍ଚଳରେ ଛୋଟ ଛୋଟ ଦଳ କରି ପିଲାଙ୍କୁ ଆନନ୍ଦମୟ ଶିକ୍ଷଣ କାର୍ଯ୍ୟ ଜରିଆରେ ଶ୍ରେଣୀର ଦକ୍ଷତାଗୁଡ଼ିକୁ ପିଲାଙ୍କ ନିକଟରେ ପହଞ୍ଚା ଯାଉଛି। ଏଥିରେ ଗୋଷ୍ଠୀର ସହଭାଗିତା ଲୋଡ଼ାଯାଉଛି। ସେହିପରି କେରଳରେ ‘ପଢ଼ନ ଉଦ୍ୟାନମ୍‌’ ନାମରେ ଏକ ସ୍ବତନ୍ତ୍ର ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗୋଷ୍ଠୀର ଶିକ୍ଷିତ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କ ଜରିଆରେ ସାହି ଓ ବସ୍ତିରେ କର୍ମାନୁଭୂତିକ ଶିକ୍ଷାଦାନ ପ୍ରଦାନ କରାଯାଉଛି। ଅପରପକ୍ଷେ କେତେକ ରାଜ୍ୟରେ ଭ୍ରାମ୍ୟମାଣ ଗାଡ଼ି ଗାଁକୁ ଗାଁ ବୁଲି ପିଲାଙ୍କ ନିକଟରେ ପହଞ୍ଚତ୍ ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ଏସବୁ ରାଜ୍ୟରେ ଶିକ୍ଷାଦାନକ୍ରମରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଅନୁପାଳନ ପୂର୍ବକ ଗ୍ରାମାଞ୍ଚଳସ୍ତରରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଦିଆଯାଉଛି।
ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍‌ ପରଠାରୁ ପିଲାଙ୍କୁ ପଢ଼ାଇବା ଲାଗି ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ହୋଇଛିି । ସମସ୍ତ ପ୍ରୟାସ ସତ୍ତ୍ୱେ ଶ୍ରୀଲଙ୍କାରେ ୩୯ ପ୍ରତିଶତ, ମାଳଦ୍ୱୀପରେ ୭୫ ପ୍ରତିଶତ, ଭୁଟାନରେ ୩୫ ପ୍ରତିଶତ ପିଲାଙ୍କ ନିକଟରେ ଅନ୍‌ଲାଇନ ପାଠପଢ଼ା ପହଞ୍ଚତ୍ପାରିଛି। ଭୌଗୋଳିକ ଓ ବୈଷୟିକ ପ୍ରତିବନ୍ଧକ ସେସବୁ ଦେଶରେ ଅନ୍‌ଲାଇନ ଶିକ୍ଷାକୁ ସଫଳ କରିପାରିନାହିଁ। ଏଇକାରଣରୁ ଶ୍ରୀଲଙ୍କାରେ କୋମେପିଟୁ ନାମରେ ଗୃହଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ଶିକ୍ଷକ ଓ ସ୍ବେଚ୍ଛାସେବୀମାନେ ଗାଁକୁ ଯାଇ ପିଲାଙ୍କୁ ନେଇ ବିଭିନ୍ନ ସକ୍ରିୟାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ ଜାରି ରଖିଛନ୍ତି। ରେଡିଓ ଓ ସ୍ଥାନୀୟ ଖବରକାଗଜକୁ ମଧ୍ୟ ଶିକ୍ଷାଦାନ ଲାଗି ବ୍ୟବହାର କରାଯାଉଛି। ଭୁଟାନ ଓ ମାଳଦ୍ୱୀପରେ ବି ଗ୍ରାମ, ପଡ଼ାସ୍ତରରେ ପିଲାମାନଙ୍କୁ ନେଇ ଛୋଟ ଛୋଟ ଦଳ ଗଠନ କରି ବିଭିନ୍ନ ଶିକ୍ଷଣ କାର୍ଯ୍ୟ ଜରିଆରେ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ଏଭଳି ଶିକ୍ଷାଦାନକୁ ଅଭିଭାବକ ଓ ପିଲାମାନେ ସ୍ବାଗତ କରିଛନ୍ତି। ଏଥିରୁ ପ୍ରମାଣିତ ଯେ ପ୍ରତ୍ୟକ୍ଷ ଶିକ୍ଷାଦାନର ବିକଳ୍ପ ନାହିଁ।
ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ହିଁ କରୋନା କାଳରେ ପ୍ରାଥମିକ ଶିକ୍ଷା ପାଇଁ ହୁଏତ ଭଲ ବିକଳ୍ପ। ଗ୍ରାମକୁ ଯାଇ ପିଲାଙ୍କ ସହ ମିଶି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେମାନଙ୍କ ମନରେ ସରସତା ଭରିବା ଆବଶ୍ୟକ। ପିଲାଙ୍କ ମାନସିକ ସୁସ୍ଥତା ବଜାୟ ରଖିବା ସାଂପ୍ରତିକ ସମୟରେ ବଡ ଆହ୍ବାନ ହୋଇଥିବାରୁ ବିକଳ୍ପ ଶିକ୍ଷା ଏ ଦିଗରେ ନୂଆ ଆଶା ସଞ୍ଚାର କରିପାରିବ। ପ୍ରତ୍ୟହ କିଛି ଘଣ୍ଟା ପିଲାମାନଙ୍କୁ ବିଭିନ୍ନ ରୋଚକ କାର୍ଯ୍ୟରେ ଜଡ଼ିତ କରାଇବା ଏବଂ ସେହିକ୍ରମରେ ଭିଡିଓ, ଚିତ୍ର, ଖେଳ, ଗୀତ ଆଦି ଶିକ୍ଷଣ କୌଶଳ ଜରିଆରେ ଶିକ୍ଷଣ ଦକ୍ଷତାଗୁଡ଼ିକ ହାସଲ ଦିଗରେ ଚେଷ୍ଟା କରିବା ଏକ ଉତ୍ତମ ପ୍ରୟାସ। ଏଦିଗରେ ୟୁନିସେଫ୍‌ ଓ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମିଳିତ ପ୍ରୟାସରେ ଗତ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ ହୋଇଥିବା ଏଏଲ୍‌ଏମ୍‌ପି ନାମକ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା କେବଳ ଦେଶକୁ ନୁହେଁ ସମଗ୍ର ବିଶ୍ୱ ପାଇଁ ପଥ ପ୍ରଦର୍ଶକ ସାଜିଥିଲା। ପ୍ରଥମ ଲହରରେ ଏହା ବିଶେଷ ଫଳପ୍ରଦ ହୋଇଥିଲା। ଚଳିତ ବର୍ଷ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ବେଚ୍ଛାସେବୀଙ୍କୁ ଚୟନ ସହ ତାଲିମ ପ୍ରଦାନପୂର୍ବକ ଛୋଟ ଛୋଟ ଦଳ ଭିତ୍ତିରେ ଗ୍ରାମୀଣ ସ୍ତରରେ ଶିକ୍ଷାବନ୍ଧୁ ନାମରେ ବିକଳ୍ପ ଶିକ୍ଷାଦାନ ଦେବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଅପରପକ୍ଷେ ଆଦିମ ଜନଜାତି ପିଲାଙ୍କୁ ଶିକ୍ଷାଦାନ ଲାଗି ସ୍କୁଲ ଜ୍ଞାନ ସଂଯୋଗ କାର୍ଯ୍ୟକ୍ରମ ସହିତ ମୋବାଇଲ ଗାଡ଼ି ଜରିଆରେ ଗାଁକୁ ପହଞ୍ଚତ୍ ଶିକ୍ଷାଦାନ ଲାଗି ଯୋଜନା କରାଯାଇଛି। ଏସ୍‌ସିଇଆର୍‌ଟି, ଓଡ଼ିଶା ପକ୍ଷରୁ ସିଟି ତାଲିମ ନେଉଥିବା ପିଲାଙ୍କୁ ନେଇ ଗ୍ରାମୀଣସ୍ତରରେ ପ୍ରାଥମିକ ପିଲାଙ୍କୁ ଶିକ୍ଷାଦାନ ଲାଗି ସ୍ଥିର ହୋଇଛି। ଅନୁରୂପ ଭାବେ ଶିକ୍ଷକଙ୍କୁ ଗଁା ଗଁାକୁ ପଠାଇ ଶିକ୍ଷାଦାନ ଲାଗି ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଚିନ୍ତା କରାଯାଉଛି। କରୋନା କାଳରେ ପିଲାଙ୍କ ମନରେ ହସ ଫୁଟାଇବା ସହ ନୂ୍ୟନତମ ଦକ୍ଷତାଗୁଡ଼ିକ ହାସଲ ଦିଗରେ ବିକଳ୍ପ ଶିକ୍ଷା ଲାଗି ଗାଁକୁ ଯିବା ଜରୁରୀ। ଅନ୍ୟଥା ବିଦ୍ୟାଳୟ ମୁହଁା ପାଇଁ ଆମ ଅପେକ୍ଷା ହୁଏତ ପିଲାଙ୍କ ଶୈକ୍ଷିକ ପ୍ରଗତିରେ ବାଧକ ସାଜିବ। ଏଥର ଚାଲ ଗଁାକୁ ଯିବା। ପିଲାଙ୍କ ସହ ପିଲାଟିଏ ହୋଇ ହସି ହସେଇ ଶିଖିବା ଓ ଶିଖେଇବା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?