ନିର୍ବାଚନୀ ଚାଲ୍‌

ବିଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଆମ ରାଜ୍ୟର ମାଲକାନଗିରିରେ ବି ପେଟ୍ରୋଲ ଦର ପ୍ରତି ଲିଟର ୧୦୦ ଟଙ୍କା ଛୁଇଁଥିଲା। ବିରୋଧୀ ଦଳ ଏବଂ ସାଧାରଣ ଜନତା ତେଲ ଦର ବୃଦ୍ଧିକୁ ବିରୋଧ କରିବା ସହ ଏହା କମାଇବା ଲାଗି ଜୋର୍‌ଦାର ଦାବି କରିଆସୁଛନ୍ତି। ଏଭଳି ବେପରୁଆ ତେଲ ଦର ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ାଇଦେବ ଏବଂ ଜୀବନ ଦୁଃଖମୟ ହୋଇଯିବ ବୋଲି ଭୟ କରି ସାଧାରଣ ଲୋକମାନେ ଏଭଳି ଦାବି କରୁଛନ୍ତି। କୋଭିଡ୍‌ ମହାମାରୀରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାରେ ଲୋକମାନେ ଚାକିରି ହରାଇଛନ୍ତିି ଏବଂ ଅତ୍ୟଧିତ୍କ ଦୁଃଖରେ ଘାଣ୍ଟି ହେଉଛନ୍ତି। ଅର୍ଥ ବ୍ୟବସ୍ଥା ଏବେ ସୁଦ୍ଧା ଟ୍ରାକ୍‌କୁ ଫେରି ନ ଥିବାବେଳେ ଏଭଳି ତେଲ ଦର ବୃଦ୍ଧି ସମସ୍ତଙ୍କୁ ଆଘାତ ପହଞ୍ଚାଇଛି। ତେଲ ଦର ବୃଦ୍ଧିକୁ କେନ୍ଦ୍ର କରି ସବୁ ପ୍ରକାର ପ୍ରତିବାଦ ଓ ଦାବି ମଧ୍ୟରେ ସରକାର ଏବେ କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ , ଶୀତ ଗଲା ମାତ୍ରେ ତେଲ ଦର କମିବ। ଏହା ମନକୁ ବୁଝାଇବା ଭଳି କଥା। କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ସବୁ ମାସରେ ତେଲ ଦର ବିରୋଧରେ ହେଉଥିତ୍ତ୍ବା ପ୍ରତିବାଦକୁ ନିର୍ଲଜ୍ଜ ଭାବେ କର୍ଣ୍ଣପାତ କରୁଛନ୍ତିି। ତେବେ ଏହି ସମୟରେ ସରକାର ତେଲ ଉପରୁ ଉପତ୍ାଦ ଶୁଳ୍କ ବା ଟିକସ କମାଇବା ଲାଗି ଯୋଜନା କରୁଥିତ୍ବା ଜଣାପଡ଼ିଛି। ଅତିବେଶୀରେ ପେଟ୍ରୋଲ ଲିଟର ପ୍ରତି ଏହା ୮.୫୦ ଟଙ୍କା କମ୍‌ କରାଯାଇପାରିବ। କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, ଏଲ୍‌ପିିଜି ଦର ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। କେବଳ ଗତ ଏକ ମାସ ମଧ୍ୟରେ ଗ୍ୟାସ୍‌ ଦର ୧୦୦ ଟଙ୍କାରୁ ଊଦ୍ଧ୍ୱର୍ର୍ ବୃଦ୍ଧି ହୋଇଛି। ଏଭଳି ବୃଦ୍ଧି କେବେ ବି ଦେଖାଯାଇନାହିଁ। ମାର୍ଚ୍ଚ ୨୦୨୦ରୁ ମେ ୨୦୨୦ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ଉପତ୍ାଦ ଶୁଳ୍କ ୧୩ ଟଙ୍କାରୁ ୧୬ ଟଙ୍କା ବଢ଼ିଲା। ଏହା ଏବେ ପ୍ରତି ଲିଟର ଡିଜେଲ ଉପରେ ୩୧.୮ ଟଙ୍କା ରହିଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଥିଲାବେଳେ ବି ସରକାର ତେଲ ଉପରେ ଲାଗୁ କରିଥିତ୍ବା ଟିକସଗୁଡ଼ିକର ମୂଳସ୍ତରକୁ ଫେରି ନ ଥିଲେ। କେନ୍ଦ୍ର ଓ ରାଜ୍ୟ ଟିକସଗୁଡ଼ିକ ଏବେ ପ୍ରତି ପେଟ୍ରୋଲ ମୂଲ୍ୟର ୬୦% ଏବଂ ପ୍ରତି ଡିଜେଲ ମୂଲ୍ୟର ୫୪% ରହିଛି। ମୋଦି ସରକାର ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ଉପତ୍ାଦ ଶୁଳ୍କ ୯ ଥର ବୃଦ୍ଧି କରିଥିଲେ। ସେଥିତ୍ପାଇଁ ତେଲଦର ତିନି ଅଙ୍କ ଛୁଇଁଥିତ୍ତ୍ବାବେଳେ ଏହି ସରକାର ଟିକସ କମାଇ ନ ପାରିବାର କୌଣସି କାରଣ ନାହିଁ। ଏବେ ଆକସ୍ମିକ ଭାବେ ମୂଲ୍ୟ କମାଇବା ନିଷ୍ପତ୍ତି କେବଳ ଏକ ଚାଲ୍‌ , ଯାହା ନିର୍ବାଚନ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ।
ତେଲ ଦର ବଢ଼ିଆସୁଥିବା ସମୟରୁ ସରକାର ନୀରବ ହୋଇ ବସିଥିବାବେଳେ ଏବେ ବିକଳ୍ପ ଭାବେ ଉପତ୍ାଦ ଶୁଳ୍କ କମାଇବାକୁ କାହିଁକି ପ୍ରକାଶ କରୁଛନ୍ତି ତାହା କାହାକୁ ଅଛପା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମାର୍ଚ୍ଚ ଶେଷରୁ ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ଏବେ ପାଞ୍ଚଦିନ ହେବ ତେଲ ଦର ବଢ଼ିନାହିଁ। ନିର୍ବାଚନ ପାଇଁ ନିର୍ବାଚନ କମିଶନ( ଇସି) ତାରିଖ ଘୋଷଣା କରିବା ପରଠାରୁ ତେଲ ଦର ବୃଦ୍ଧି ଅଟକି ଯାଇଛି। ଗତବର୍ଷ ମଧ୍ୟ ବିହାର ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସମାନ ଢଙ୍ଗରେ ତେଲ ଦର ବୃଦ୍ଧି ଅଟକି ଯାଇଥିଲା। ତେବେ ଯେମିତି ନିର୍ବାଚନ ଶେଷ ହୋଇଯାଇଥିଲା, ତେଲ କମ୍ପାନୀଗୁଡ଼ିକ ତେଲ ଦର ବୃଦ୍ଧି କରିଥିଲେ। ସେହିପରି ଏହି ସମୟରେ ତେଲ ଉପରେ ଲାଗୁ କରାଯାଇଥିବା ଉପତ୍ାଦ ମୂଲ୍ୟ ହ୍ରାସ କରିବାର ବିକଳ୍ପ ସମ୍ପର୍କରେ ସରକାର ଜଣାଉଛନ୍ତି। ଯଦି ବାସ୍ତବରେ ଏହା ହ୍ରାସ କରାଯାଏ, ତେବେ ଏଥିରୁ ବୁଝାପଡ଼ିବ ଯେ ତେଲ ଉପରେ ଲାଗୁ ଟିକସରୁ ରାଜସ୍ବ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟକୁ ପ୍ରଭାବିତ ନ କରି ସରକାରଙ୍କ ପାଖରେ ଉପତ୍ାଦ ମୂଲ୍ୟ କମାଇବାର ଏକ ବଡ଼ ସୁଯୋଗ ରହିଥିଲା। ଯଦି ଏଭଳି ସୁଯୋଗ ଥିଲା, ତେବେ ବିଗତ ମାସଗୁଡ଼ିକରେ ଉପତ୍ାଦ ଶୁଳ୍କ କମାଇବାକୁ ସରକାରଙ୍କୁ କିଏ ମନା କରିଥିତ୍ଲା। ଏନ୍‌ଡିଏ ସରକାର ତେଲ ଦର ବୃଦ୍ଧି ରୋକିବା କିମ୍ବା କମ୍‌ କରିବା ପୂର୍ବରୁ ନିଶ୍ଚିତ ଭାବେ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ଅପେକ୍ଷାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri