ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ

ଯାଜପୁର/ଚଣ୍ଡିଖୋଲ(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ କୁମାର ପୃଷ୍ଟି),୬ା୩: ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି ବୋଲି ଭାଜପାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ମଙ୍ଗଳବାର ଯାଜପୁର ଜିଲା ଚଣ୍ଡିଖୋଲଠାରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ନିର୍ବାଚନରେ ୪୦୦ ସିଟ୍‌ ଅତିକ୍ରମ କରିବା ହେଉଛି ଲକ୍ଷ୍ୟ। ଏ ଦିଗରେ ଓଡ଼ିଶାର ସଙ୍କଳ୍ପ କ’ଣ ରହିଛି ଏହି ବିପୁଳ ଜନସମାଗମ ଦେଖିଲେ ବୁଝାପଡ଼ୁଛି।
ଏହା କହିବା ବେଳେ ସେ ବିଜେଡି ବିଷୟରେ କିଛି ଉଲ୍ଲେଖ ନ କରି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସର ଦୁର୍ନୀତି ବିଷୟରେ ଅବତାରଣା କରିଥିଲେ।
ମୋଦି ପ୍ରଥମେ ଜୟ ଜଗନ୍ନାଥ, ଜୟ ମା’ ବିରଜା ଓ ଜୟ ସିଆରାମ କହିବା ପରେ ଓଡ଼ିଆରେ ସମସ୍ତ ଭାଇ, ଭଉଣୀମାନଙ୍କୁ ମୋର ନମସ୍କାର କହି ଭାଷଣ ଆରମ୍ଭ କରିଥିଲେ। ଦେଶ ପାଇଁ ଜୀବନ ସମର୍ପଣ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ସାରା ଦେଶବାସୀ ତାଙ୍କୁ ଆଦରର ସହ ମନେ ପକାଉଛନ୍ତି। ସୌଭାଗ୍ୟ ଯେ, ଓଡ଼ିଶା ମାଟିରେ ବିଜୁବାବୁଙ୍କୁ ନମସ୍କାର କରିବାର ଅବସର ତାଙ୍କୁ ମିଳିଛି ବୋଲି ମୋଦି କହିଥିଲେ। ଏହି ସମାବେଶରେ ଅଭୂତପୂର୍ବ ଭିଡ଼ ଦେଖି ସେ ଅଭିଭୂତ ହୋଇଯାଇଥିଲେ। ସେ କହିଥିଲେ ଓଡ଼ିଶାର ସଂକଳ୍ପ କ’ଣ ଏଠାରେ ତାହା ଜଳଜଳ ଦିଶୁଛି। ା ଏଥର ୪୦୦ ପାର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଭାରତକୁ ବିଶ୍ୱର ୩ୟ ବୃହତ୍‌ ଅର୍ଥନୈତିକ ଦେଶ ଭାବେ ପରିଗଣିତ ହେବାର ଅଛି। କୃଷକ, ଯୁବକ, ନାରୀଶକ୍ତି ଏବଂ ଗରିବମାନଙ୍କ ଜୀବନଧାରାରେ ପରିବର୍ତ୍ତନ କରିବାରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ସେ କହିଥିଲେ। ବିଗତ ୧୦ ବର୍ଷରେ ଭାଜପା ସରକାର ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ କରିଆସୁଛି। ସେଥିପାଇଁ ଓଡ଼ିଶା ବିକଶିତ ଭାରତର ଗେଟ୍‌ଓ୍ବେ ହେବାକୁ ଯାଉଛି। ଓଡ଼ିଶା ଆତ୍ମନିର୍ଭର ଭାରତକୁ ଉର୍ଜ୍ଜା ଦେଉଛି। ଏଠାରୁ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଅନ୍ୟ ରାଜ୍ୟରେ ପହଞ୍ଚୁଛି। ଓଡ଼ିଶା ପଲିଷ୍ଟର କ୍ଷେତ୍ରରେ ମଧ୍ୟ ଏକ ବଡ଼ କେନ୍ଦ୍ର ।
ଟେକ୍ସଟାଇଲ ପାର୍କ ପାଇଁ ଏଠାରୁ କଞ୍ଚାମାଲ ଉତ୍ପାଦନ ହେଉଛି। ଫଳରେ ନିଯୁକ୍ତି ପାଇଁ ବହୁତ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଏହିସବୁ କାର୍ଯ୍ୟ ପ୍ରଥମେ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ୨୦୧୪ ପୂର୍ବରୁ କଂଗ୍ରେସ ସରକାରର ନେତାମାନେ କେବଳ ନିଜର ସମ୍ପତ୍ତି ବଢ଼ାଉଥିଲେ। କୋଇଲା, ୟୁରିଆ, ନିଯୁକ୍ତି ଆଦି କ୍ଷେତ୍ରରେ ଦୁର୍ନୀତି ହେଉଥିଲା। ନିଜର ସମସ୍ୟା ପାଇଁ ଗରିବ ଲୋକ କଂଗ୍ରେସ ପାଖକୁ ଯାଉଥିଲା ବେଳେ ପ୍ରାୟ ସବୁ କ୍ଷେତ୍ରରେ ଗ୍ୟାରେଣ୍ଟି ଆଣିବାକୁ କୁହାଯାଉଥିଲା। ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଆଣ, ଚାଷୀ ଋଣ ସକାଶେ ଗ୍ୟାରେଣ୍ଟି ଆଣ ବୋଲି କୁହାଯାଉଥିଲା। ଗରିବର ପୁଅ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ମୋଦି ହେଲେ ଗରିବ ଲୋକଙ୍କ ଗ୍ୟାରେଣ୍ଟି । ବିନା ଗ୍ୟାରେଣ୍ଟିରେ ଅନେକ ଯୋଜନା ପ୍ରଣୟନ କରାଗଲା। ଫଳରେ ଗରିବଙ୍କ ଆତ୍ମବିଶ୍ୱାସ ବଢ଼ିଲା। ଏହିକ୍ରମରେ ମୋଦି ଗରିବଙ୍କ ସାଥିରେ ଅଛନ୍ତି। ଓଡ଼ିଶାରେ ବହୁ ପଛରେ ଥିବା ଜନଜାତିଙ୍କ ଦୁଃଖ କେହି ବୁଝି ନ ଥିଲେ। କିନ୍ତୁ ମୋଦି ସରକାର ସେମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର ପିଏମ୍‌ଜନମନ ଯୋଜନା କରିଛି। ଫୁଟ୍‌ପାଥ୍‌, ଠେଲାଗାଡ଼ିବାଲା, କୃଷକ, ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପିଏମ୍‌ସ୍ବନିଧି ଓ ପିଏମ୍‌ମତ୍ସ୍ୟସମ୍ପଦ ଯୋଜନାରେ ବ୍ୟାଙ୍କଠାରୁ ସିଧାସଳଖ ଲାଭ ମିଳୁଛି। ଗରିବ ଲୋକଙ୍କ ପାଇଁ ଯାହା ସ୍ବପ୍ନ ହେଉଥିଲା, ତାହା ଆଜି ବାସ୍ତବରେ ପରିଣତ ହୋଇଛି ବୋଲି ମୋଦି କହିଛନ୍ତି ା
ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ୟଠାରୁ ଯେତେବେଳେ ନିରାଶ ମିଳୁଛି, ସେଠାରେ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହେଉଛି। ଏଠାରେ ଉପସ୍ଥିତ ଯୁବକମାନଙ୍କ ଉତ୍ସାହ ଓ ଉଦ୍ଦୀପନା ତାଙ୍କୁ କାମ କରିବାରେ ଆହୁରି ଉତ୍ସାହିତ କରୁଛି, ଯାହାକି ସେ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଓଡ଼ିଶା ସୂର୍ଯ୍ୟଦେବଙ୍କ ମାଟି। ତେଣୁ ଓଡ଼ିଶାବାସୀଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରିବାକୁ ‘ମୋଦି ଗ୍ୟାରେଣ୍ଟି’ ଦେଇଛି। ଭାଜପା ସରକାର ପିଏମ୍‌ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ପ୍ରଣୟନ କରିଛନ୍ତି। ଘର ଛାତରେ ସୋଲାର ପ୍ୟାନେଲ ନିର୍ମାଣ କରି ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ମିଳିପାରିବ। ଅତିରିକ୍ତ ବିଜୁଳିକୁ ସରକାରଙ୍କ ପାଖରେ ବିକ୍ରି ମଧ୍ୟ କରିପାରିବେ। କୃଷକମାନଙ୍କୁ ମଧ୍ୟ ଉର୍ଜ୍ଜାଦାତା କରାଯାଉଛି। ଜମିରେ ସେମାନେ ସୋଲାର ପ୍ୟାନେଲ ଲଗାଇ ଲାଭବାନ ହୋଇପାରିବେ। ଭଗବାନଙ୍କ କୃପା ବିନା ଏତେ ସ୍ନେହ କାହାକୁ ମିଳି ପାରିବ ନାହିଁ। ଆପଣମାନେ ଦେଉଥିବା ସ୍ନେହ ଭଗବାନ ଜଗନ୍ନାଥଙ୍କ କୃପାରୁ ମିଳୁଛି ବୋଲି ସେ କହିଥିଲେ। ମାଗଣା ଏବଂ ଠିକ୍‌ ସମୟରେ ରାଶନ ମିଳୁଛି କି ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ସେ ପ୍ରଶ୍ନ କରି ଆସନ୍ତା ୫ ବର୍ଷ ପାଇଁ ରାଶନ ଯୋଗାଣ ବଢ଼ାଇ ଦିଆଯାଇଥିବା କହିଥିଲେ। ଗ୍ରାମଗୁଡ଼ିକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଲକ୍ଷପତି କରିବାକୁ ଯୋଜନା କରାଯାଉଛି। ଏହା ବିରୋଧୀଙ୍କୁ ପସନ୍ଦ ହେଉନି। ସେମାନେ କହୁଛନ୍ତି ମୋଦିଙ୍କ ପରିବାର ନାହିଁ। ତେଣୁ ମୋଦିଙ୍କୁ ହଟେଇବାକୁ ପଡ଼ିବ। କିନ୍ତୁ ଭାରତର ୧୪୦ କୋଟି ଜନତା ମୋଦିଙ୍କ ପରିବାର। ବିରୋଧୀମାନଙ୍କ ପାଇଁ ‘ପରିବାର ପ୍ରଥମ’ ହୋଇଥିବା ବେଳେ ମୋଦିଙ୍କ ବିଚାରଧାରାରେ ରାଷ୍ଟ୍ର ହେଉଛି ପ୍ରଥମ। ସେମାନେ କେବଳ ନିଜ ପରିବାର ପାଇଁ ବଞ୍ଚୁଛନ୍ତି। କିନ୍ତୁ ମୋଦି ଭାରତର ସମସ୍ତ ପରିବାରଙ୍କ ପାଇଁ ଖଟୁଛନ୍ତି। ପ୍ରତ୍ୟେକ ପରିବାରଙ୍କ ପାଇଁ ପକ୍କା ଘର ନିର୍ମାଣ କରିବା ମୋଦିଙ୍କ ଗ୍ୟାରେଣ୍ଟି। ତେଣୁ ଭାରତ ହେଉଛି ମୋଦିଙ୍କ ପରିବାର ବୋଲି ସେ କହିଥିଲେ ା
ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ଜୁଏଲ ଓରାମ, ବରିଷ୍ଠ ନେତା ସମ୍ବିତ ପାତ୍ର, ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଯାଜପୁର ଜିଲା ସଭାପତି ଗୌତମ ରୟ, ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ଏମ୍‌ପି ବିଭୁ ପ୍ରସାଦ ତରାଇ, ଅନନ୍ତ ନାୟକ, ବଡ଼ଚଣା ନେତା ଅମର ନାୟକ, ବିରଞ୍ଚି ତ୍ରିପାଠୀ, ରୁଦ୍ର ନାରାୟଣ ପାଣି, ରାଜ୍ୟ ପ୍ରଭାରୀ ବିଜୟ ସିଂହ ପାଲ ଯାଦବଙ୍କ ସହ ରାଜ୍ୟର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?