ଓଡ଼ିଶା ଆତ୍ମନିର୍ଭର ହେଉ

ରକାର ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି, ସରକାରଙ୍କ ପାଖରେ ମୂଲ୍ୟ ନିୟନ୍ତ୍ରଣ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ କିମ୍ବା ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ଲାଗି ରାଜନୈତିକ ଇଚ୍ଛାଶକ୍ତି, ସାହସ ଓ ପାରଦର୍ଶିତା ନାହିଁ। ଫଳରେ ସାଧାରଣ ଲୋକେ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରବକ୍ତାମାନେ ମଧ୍ୟ ବିଜେଡି ସରକାରଙ୍କ ୨୪ ବର୍ଷର ଅପାରଗତାକୁ ମୂଲ୍ୟବୃଦ୍ଧିର ପ୍ରଧାନ କାରଣ ବୋଲି କହିଛନ୍ତି। ଏହି କୌତୁକପୂର୍ଣ୍ଣ ଆରୋପ ଓ ଦୋଷାରୋପ ଓଡ଼ିଶାବାସୀଙ୍କୁ ଅଧିକ ବିବ୍ରତ କରିଦେଇଛି। ମନୁଷ୍ୟ ବଞ୍ଚତ୍ବା ଉପଯୋଗୀ ଅତ୍ୟାବଶ୍ୟକ ଜିନିଷ ଯଥା ଚାଉଳ, ଗହମ, ଡାଲି, ତେଲ, ପନିପରିବା ସାଙ୍ଗରେ ଉତ୍ତମ ସ୍କୁଲ ଶିକ୍ଷା, ଚିକିତ୍ସାଳୟ, ବାସସ୍ଥାନ ଓ ଅନ୍ୟାନ୍ୟ ଆବଶ୍ୟକ ସେବାଗୁଡ଼ିକର ଦାମ ଆଜି ଆକାଶଛୁଆଁ ହେଲାଣି। ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ରାଜ୍ୟର ନୂତନ ସରକାର ବିଗତ ପାଞ୍ଚ ମାସ ଭିତରେ କ’ଣ ପଦକ୍ଷେପ ନେଇଛନ୍ତି ଜାଣିବା ପାଇଁ ବିଧାନସଭା ସରଗରମ ହୋଇ ଉଠିଥିଲା। ସରକାର, ବିରୋଧୀ ଦଳର ନେତାମାନେ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଏହି ସମସ୍ୟା ପାଇଁ କିଏ ପ୍ରକୃତରେ ଦାୟୀ ତାକୁ ଲୋକଲୋଚନକୁ ଆଣି ଦରଦାମ ବୃଦ୍ଧିର ଜଡ଼କୁ ନଷ୍ଟ କରିଦେବା ଉଚିତ।
ପ୍ରତ୍ୟେକ ଶିକ୍ଷିତ ଓଡ଼ିଶାବାସୀ ନିଜ ନିଜ ଜିଲାରେ ତିନି ଦଶନ୍ଧି ଧରି ହୋଇଥିବା ସମସ୍ତ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ତୃଣମୂଳ ସ୍ଥରରେ କରିବା ଦରକାର। ଯଦି ରାଜ୍ୟରେ ଶୀତଳଭଣ୍ଡାର, ଗୋଦାମ ଘର, ଜଳାଶୟ, ଡ୍ୟାମ, ଉଠାଜଳସେଚନ ପ୍ରକଳ୍ପ, କେନାଲ, ରାସ୍ତା ଓ ପୋଲ ଇତ୍ୟାଦି ତିଆରି ହୋଇଛି, ଏହାର ସୁପ୍ରଭାବ ଦରଦାମ ବୃଦ୍ଧିକୁ କାହିଁକି ନିୟନ୍ତ୍ରଣ କରୁନାହିଁ। କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ କ’ଣ ବଡ ବଡ଼ ବ୍ୟବସାୟିକ ସଂସ୍ଥା, ସୁପର ମାର୍କେଟ ଓ ଶପିଂମଲଗୁଡ଼ିକୁ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି? ଏହି ଭିତ୍ତିଭୂମି ବିକାଶ ଅଧିକାଂଶ ଓଡ଼ିଶାବାସୀଙ୍କର ଆର୍ଥିକ ବିକାଶରେ ସହାୟକ ହୋଇଛି କି ନାହିଁ ଏହାର ବିଶ୍ଳେଷଣ ବୁଦ୍ଧିଜୀବୀ ମହଲରେ ହେବା ଉଚିତ। ଗଣମାଧ୍ୟମ ଏହି ପ୍ରକଳ୍ପଗୁଡ଼ିକ ପ୍ରକୃତରେ ଓଡ଼ିଶାବାସୀଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରୁଛି କି ନାହିଁ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉଚିତ। ବିଭାଗୀୟ ମନ୍ତ୍ରୀମାନେ ଗୃହରେ ମିଥ୍ୟା ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିରୋଧୀ ଦଳର ନେତାମାନେ ଆରୋପ କରୁଛନ୍ତି, କିନ୍ତୁ ବିରୋଧୀ ଦଳର ନେତାମାନେ ତୃଣମୂଳ ସ୍ତରର ପ୍ରକୃତ ତଥ୍ୟ ଗୃହରେ ପ୍ରସ୍ତୁତ କରିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଦେଖାଉନାହାନ୍ତି।
ତର୍କ ବିତର୍କ, ଦୋଷାରୋପ, ଆଲୋଚନା, ସମାଲୋଚନା ଓ ଭାଷଣବାଜିରେ ଶିକ୍ଷିତ ଓଡ଼ିଆମାନେ ବେଶି ସମୟ ନଷ୍ଟ ନ କରି ତୃଣମୂଳ ସ୍ତରର ସମସ୍ୟାକୁ ଭଲ ଭାବରେ ବୁଝିବା ଦରକାର। ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ୟ ଓ ପନିପରିବା ଗୋଦାମରେ ଲୁଚାଇ ରଖିବାରୁ ଏହାର ଦାମ ଆକାଶଛୁଆଁ ହେଉଛି। ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ମେଣ୍ଟକୁ ନଷ୍ଟ କରିବା ପାଇଁ କଡ଼ା ଆଇନ ଲାଗୁ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ କଠୋର ଦଣ୍ଡବିଧାନ କଲେ ଏହା ଅନ୍ୟ ବ୍ୟବସାୟୀଙ୍କ ପାଇଁ ଏକ ଉଦାହରଣ ହେବ। ଆଧୁନିକ ଉପକରଣ ଦ୍ୱାରା ଲକ୍କାୟିତ ଭାବରେ ଥିବା ଖାଦ୍ୟ ପଦାର୍ଥର ଆଭାସ ସରକାର ପାଇପାରିବେ। ଏହି କାର୍ଯ୍ୟ ସାହସୀ, ସଚ୍ଚୋଟ ଓ ଦକ୍ଷ ଅଧିକାରୀ ହିଁ କରିପାରିବେ।
ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କ ଜୀବନମାନରେ ଅଧୋଗତି ଆଣିଥାଏ। ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ୫୦% ରୁ ୬୦% ଟିକସ ଆଦାୟ କରାଯାଏ। ଟିକସକୁ କମ୍‌ କରାଗଲେ ଏହା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦାମ କମାଇ ଦେବ। ଅନେକ ଅସାଧୁ ବ୍ୟବସାୟ ସଂସ୍ଥା ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ବାହାନା ଦେଖାଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦାମ ବଢ଼ାଇଥାନ୍ତି। ସେମାନେ ଅତ୍ୟଧିକ ଲାଭ ଆଶାରେ ବଜାରରେ ଦରକାରୀ ଜିନିଷଗୁଡ଼ିକର କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି। ସରକାର ଏପଟେ ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରି ସେପଟେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପାଇଁ କୁମ୍ବୀରକାନ୍ଦଣା କାନ୍ଦିବା ଶୋଭାପାଏ ନାହିଁ। ଏହି ସଙ୍କଟ ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ସଙ୍ଗେ ସଙ୍ଗେ ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣରେ ରଖିବା ଉଚିତ।
ଲଜ୍ଜାର ବିଷୟ ଓଡ଼ିଶାରେ ପର୍ଯ୍ୟାପ୍ତ ଜଳଧନ, ଫସଲ ବିବିଧତା, ସଡ଼କ ସୁବିଧା ଓ ପରିବହନ ଇତ୍ୟାଦିର ସୁବିଧା ଥାଇ ମଧ୍ୟ ଓଡ଼ିଶା ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାରେ ଆତ୍ମନିର୍ଭର ହୋଇପାରୁନାହିଁ। ଏଥିପାଇଁ ନିଜ ରାଜ୍ୟ ଲାଗି ଶ୍ରଦ୍ଧା ଓ ପ୍ରତିବଦ୍ଧତା ଥିବା ପ୍ରତ୍ୟେକ ନେତା ଓ ଶିକ୍ଷିତ ଓଡ଼ିଆ ନିଜ ଗାଁରେ ଥିବା କୃଷି ସମ୍ବନ୍ଧିତ ସମସ୍ୟା ସମାଧାନର ବାଟ ବାହାର କରିବା ଉଚିତ। ପ୍ରତ୍ୟେକ ଗାଁରେ ଯେପରି ନଦୀ, ନାଳ, କେନାଲ, ଜଳାଶୟ, କୃଷିକ୍ଷେତ୍ର ଓ କୂଅଗୁଡ଼ିକ ସତେଜ ରହିବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବା ଦରକାର। ଚାଷୀ ଯେପରି ନିଜର ଉତ୍ପାଦକୁ ବଜାର ଭାଉରେ ବିକି ପାରିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା ହେବା ଉଚିତ। ଅନେକ ଜାଗାରେ ଚାଷୀମାନେ ଦଲାଲ ଓ ଲୋଭୀ ବେପାରୀମାନଙ୍କୁ କୃଷି ଉତ୍ପାଦଗୁଡ଼ିକୁ ଶାଗମାଛ ଦରରେ ବିକୁଥିବାର ଦେଖାଯାଉଛି। ଏଥିରେ ଦଲାଲ ଓ ଲୋଭୀ ବେପାରୀମାନେ ବିନା ପରିଶ୍ରମରେ ଲାଭ କରୁଛନ୍ତି। ଖାଉଟି ଓ ପ୍ରକୃତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଉ ଚାଷ କରିବାକୁ ଆଗ୍ରହ ଦେଖାଉ ନାହିଁ। ସରକାରଙ୍କ ମାଗଣା ଖାଦ୍ୟ ଓ ବିଭିନ୍ନ ସୁବିଧା ବିତରଣ ଯୋଗୁଁ ଗାଁରେ ଆଉ ଚାଷ ପାଇଁ ମୂଲିଆ ମିଳୁନାହାନ୍ତି। ଓଡ଼ିଶା ସରକାର, ରାଜନେତା, ବୁଦ୍ଧିଜୀବୀ, ଶିକ୍ଷିତ ଯୁବପିଢ଼ି, ଅନୁଭବୀ ଚାଷୀ ଓ ଗଣମାଧ୍ୟମ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ବୁଦ୍ଧି, ସାହସ ଓ ପାରଦର୍ଶିତା ଦେଖାଇବା ଦରକାର।

ସୁଧାଂଶୁ ରଞ୍ଜନ ଦାସ
ମୋ: ୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?