ଓଡ଼ିଶା ଆତ୍ମନିର୍ଭର ହେଉ

ରକାର ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି, ସରକାରଙ୍କ ପାଖରେ ମୂଲ୍ୟ ନିୟନ୍ତ୍ରଣ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ କିମ୍ବା ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ଲାଗି ରାଜନୈତିକ ଇଚ୍ଛାଶକ୍ତି, ସାହସ ଓ ପାରଦର୍ଶିତା ନାହିଁ। ଫଳରେ ସାଧାରଣ ଲୋକେ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରବକ୍ତାମାନେ ମଧ୍ୟ ବିଜେଡି ସରକାରଙ୍କ ୨୪ ବର୍ଷର ଅପାରଗତାକୁ ମୂଲ୍ୟବୃଦ୍ଧିର ପ୍ରଧାନ କାରଣ ବୋଲି କହିଛନ୍ତି। ଏହି କୌତୁକପୂର୍ଣ୍ଣ ଆରୋପ ଓ ଦୋଷାରୋପ ଓଡ଼ିଶାବାସୀଙ୍କୁ ଅଧିକ ବିବ୍ରତ କରିଦେଇଛି। ମନୁଷ୍ୟ ବଞ୍ଚତ୍ବା ଉପଯୋଗୀ ଅତ୍ୟାବଶ୍ୟକ ଜିନିଷ ଯଥା ଚାଉଳ, ଗହମ, ଡାଲି, ତେଲ, ପନିପରିବା ସାଙ୍ଗରେ ଉତ୍ତମ ସ୍କୁଲ ଶିକ୍ଷା, ଚିକିତ୍ସାଳୟ, ବାସସ୍ଥାନ ଓ ଅନ୍ୟାନ୍ୟ ଆବଶ୍ୟକ ସେବାଗୁଡ଼ିକର ଦାମ ଆଜି ଆକାଶଛୁଆଁ ହେଲାଣି। ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ରାଜ୍ୟର ନୂତନ ସରକାର ବିଗତ ପାଞ୍ଚ ମାସ ଭିତରେ କ’ଣ ପଦକ୍ଷେପ ନେଇଛନ୍ତି ଜାଣିବା ପାଇଁ ବିଧାନସଭା ସରଗରମ ହୋଇ ଉଠିଥିଲା। ସରକାର, ବିରୋଧୀ ଦଳର ନେତାମାନେ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଏହି ସମସ୍ୟା ପାଇଁ କିଏ ପ୍ରକୃତରେ ଦାୟୀ ତାକୁ ଲୋକଲୋଚନକୁ ଆଣି ଦରଦାମ ବୃଦ୍ଧିର ଜଡ଼କୁ ନଷ୍ଟ କରିଦେବା ଉଚିତ।
ପ୍ରତ୍ୟେକ ଶିକ୍ଷିତ ଓଡ଼ିଶାବାସୀ ନିଜ ନିଜ ଜିଲାରେ ତିନି ଦଶନ୍ଧି ଧରି ହୋଇଥିବା ସମସ୍ତ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ତୃଣମୂଳ ସ୍ଥରରେ କରିବା ଦରକାର। ଯଦି ରାଜ୍ୟରେ ଶୀତଳଭଣ୍ଡାର, ଗୋଦାମ ଘର, ଜଳାଶୟ, ଡ୍ୟାମ, ଉଠାଜଳସେଚନ ପ୍ରକଳ୍ପ, କେନାଲ, ରାସ୍ତା ଓ ପୋଲ ଇତ୍ୟାଦି ତିଆରି ହୋଇଛି, ଏହାର ସୁପ୍ରଭାବ ଦରଦାମ ବୃଦ୍ଧିକୁ କାହିଁକି ନିୟନ୍ତ୍ରଣ କରୁନାହିଁ। କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ କ’ଣ ବଡ ବଡ଼ ବ୍ୟବସାୟିକ ସଂସ୍ଥା, ସୁପର ମାର୍କେଟ ଓ ଶପିଂମଲଗୁଡ଼ିକୁ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି? ଏହି ଭିତ୍ତିଭୂମି ବିକାଶ ଅଧିକାଂଶ ଓଡ଼ିଶାବାସୀଙ୍କର ଆର୍ଥିକ ବିକାଶରେ ସହାୟକ ହୋଇଛି କି ନାହିଁ ଏହାର ବିଶ୍ଳେଷଣ ବୁଦ୍ଧିଜୀବୀ ମହଲରେ ହେବା ଉଚିତ। ଗଣମାଧ୍ୟମ ଏହି ପ୍ରକଳ୍ପଗୁଡ଼ିକ ପ୍ରକୃତରେ ଓଡ଼ିଶାବାସୀଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରୁଛି କି ନାହିଁ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉଚିତ। ବିଭାଗୀୟ ମନ୍ତ୍ରୀମାନେ ଗୃହରେ ମିଥ୍ୟା ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିରୋଧୀ ଦଳର ନେତାମାନେ ଆରୋପ କରୁଛନ୍ତି, କିନ୍ତୁ ବିରୋଧୀ ଦଳର ନେତାମାନେ ତୃଣମୂଳ ସ୍ତରର ପ୍ରକୃତ ତଥ୍ୟ ଗୃହରେ ପ୍ରସ୍ତୁତ କରିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଦେଖାଉନାହାନ୍ତି।
ତର୍କ ବିତର୍କ, ଦୋଷାରୋପ, ଆଲୋଚନା, ସମାଲୋଚନା ଓ ଭାଷଣବାଜିରେ ଶିକ୍ଷିତ ଓଡ଼ିଆମାନେ ବେଶି ସମୟ ନଷ୍ଟ ନ କରି ତୃଣମୂଳ ସ୍ତରର ସମସ୍ୟାକୁ ଭଲ ଭାବରେ ବୁଝିବା ଦରକାର। ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ୟ ଓ ପନିପରିବା ଗୋଦାମରେ ଲୁଚାଇ ରଖିବାରୁ ଏହାର ଦାମ ଆକାଶଛୁଆଁ ହେଉଛି। ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ମେଣ୍ଟକୁ ନଷ୍ଟ କରିବା ପାଇଁ କଡ଼ା ଆଇନ ଲାଗୁ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ କଠୋର ଦଣ୍ଡବିଧାନ କଲେ ଏହା ଅନ୍ୟ ବ୍ୟବସାୟୀଙ୍କ ପାଇଁ ଏକ ଉଦାହରଣ ହେବ। ଆଧୁନିକ ଉପକରଣ ଦ୍ୱାରା ଲକ୍କାୟିତ ଭାବରେ ଥିବା ଖାଦ୍ୟ ପଦାର୍ଥର ଆଭାସ ସରକାର ପାଇପାରିବେ। ଏହି କାର୍ଯ୍ୟ ସାହସୀ, ସଚ୍ଚୋଟ ଓ ଦକ୍ଷ ଅଧିକାରୀ ହିଁ କରିପାରିବେ।
ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କ ଜୀବନମାନରେ ଅଧୋଗତି ଆଣିଥାଏ। ଭାରତରେ ପେଟ୍ରୋଲ ଓ ଡିଜେଲ ଉପରେ ୫୦% ରୁ ୬୦% ଟିକସ ଆଦାୟ କରାଯାଏ। ଟିକସକୁ କମ୍‌ କରାଗଲେ ଏହା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦାମ କମାଇ ଦେବ। ଅନେକ ଅସାଧୁ ବ୍ୟବସାୟ ସଂସ୍ଥା ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ବାହାନା ଦେଖାଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦାମ ବଢ଼ାଇଥାନ୍ତି। ସେମାନେ ଅତ୍ୟଧିକ ଲାଭ ଆଶାରେ ବଜାରରେ ଦରକାରୀ ଜିନିଷଗୁଡ଼ିକର କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି। ସରକାର ଏପଟେ ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରି ସେପଟେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପାଇଁ କୁମ୍ବୀରକାନ୍ଦଣା କାନ୍ଦିବା ଶୋଭାପାଏ ନାହିଁ। ଏହି ସଙ୍କଟ ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ସଙ୍ଗେ ସଙ୍ଗେ ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣରେ ରଖିବା ଉଚିତ।
ଲଜ୍ଜାର ବିଷୟ ଓଡ଼ିଶାରେ ପର୍ଯ୍ୟାପ୍ତ ଜଳଧନ, ଫସଲ ବିବିଧତା, ସଡ଼କ ସୁବିଧା ଓ ପରିବହନ ଇତ୍ୟାଦିର ସୁବିଧା ଥାଇ ମଧ୍ୟ ଓଡ଼ିଶା ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାରେ ଆତ୍ମନିର୍ଭର ହୋଇପାରୁନାହିଁ। ଏଥିପାଇଁ ନିଜ ରାଜ୍ୟ ଲାଗି ଶ୍ରଦ୍ଧା ଓ ପ୍ରତିବଦ୍ଧତା ଥିବା ପ୍ରତ୍ୟେକ ନେତା ଓ ଶିକ୍ଷିତ ଓଡ଼ିଆ ନିଜ ଗାଁରେ ଥିବା କୃଷି ସମ୍ବନ୍ଧିତ ସମସ୍ୟା ସମାଧାନର ବାଟ ବାହାର କରିବା ଉଚିତ। ପ୍ରତ୍ୟେକ ଗାଁରେ ଯେପରି ନଦୀ, ନାଳ, କେନାଲ, ଜଳାଶୟ, କୃଷିକ୍ଷେତ୍ର ଓ କୂଅଗୁଡ଼ିକ ସତେଜ ରହିବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବା ଦରକାର। ଚାଷୀ ଯେପରି ନିଜର ଉତ୍ପାଦକୁ ବଜାର ଭାଉରେ ବିକି ପାରିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା ହେବା ଉଚିତ। ଅନେକ ଜାଗାରେ ଚାଷୀମାନେ ଦଲାଲ ଓ ଲୋଭୀ ବେପାରୀମାନଙ୍କୁ କୃଷି ଉତ୍ପାଦଗୁଡ଼ିକୁ ଶାଗମାଛ ଦରରେ ବିକୁଥିବାର ଦେଖାଯାଉଛି। ଏଥିରେ ଦଲାଲ ଓ ଲୋଭୀ ବେପାରୀମାନେ ବିନା ପରିଶ୍ରମରେ ଲାଭ କରୁଛନ୍ତି। ଖାଉଟି ଓ ପ୍ରକୃତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଉ ଚାଷ କରିବାକୁ ଆଗ୍ରହ ଦେଖାଉ ନାହିଁ। ସରକାରଙ୍କ ମାଗଣା ଖାଦ୍ୟ ଓ ବିଭିନ୍ନ ସୁବିଧା ବିତରଣ ଯୋଗୁଁ ଗାଁରେ ଆଉ ଚାଷ ପାଇଁ ମୂଲିଆ ମିଳୁନାହାନ୍ତି। ଓଡ଼ିଶା ସରକାର, ରାଜନେତା, ବୁଦ୍ଧିଜୀବୀ, ଶିକ୍ଷିତ ଯୁବପିଢ଼ି, ଅନୁଭବୀ ଚାଷୀ ଓ ଗଣମାଧ୍ୟମ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ବୁଦ୍ଧି, ସାହସ ଓ ପାରଦର୍ଶିତା ଦେଖାଇବା ଦରକାର।

ସୁଧାଂଶୁ ରଞ୍ଜନ ଦାସ
ମୋ: ୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri