ସମାଜବାଦ ଓ ସମବାୟ

ନୀ ଓ ଦରିଦ୍ର ମଧ୍ୟରେ ଆର୍ଥିକ ସମାନତା ଆଣିବା ସମାଜବାଦର ମୂଳମନ୍ତ୍ର। ଭୂସଂସ୍କାର ଜରିଆରେ ରାଜା, ଜମିଦାର ଓ ମାଲିକଙ୍କର ବଳକା ଜମିକୁ ଭୂମିହୀନ ଚାଷୀଙ୍କ ମଧ୍ୟରେ ବଣ୍ଟନ, ଜମିପିଛା ଫସଲ ଉପତ୍ାଦନ ବୃଦ୍ଧି, ଉପତ୍ାଦିତ ଫସଲର ଲାଭଜନକ ଦରରେ ବିକ୍ରି ବ୍ୟବସ୍ଥା ସହିତ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାରେ ନିଯୁକ୍ତି, ଅତ୍ୟାବଶ୍ୟକ ଦ୍ରବ୍ୟର ବିକ୍ରି ଶୋଷଣକୁ ରୋକିବାକୁ ଉଚିତ ଦରରେ ଲୋକଙ୍କୁ ଯୋଗାଇବାରେ ଗରିବଙ୍କ ଆର୍ଥିକ ବିକାଶ ହୋଇପାରିଲେ ଗରିବ-ଧନୀ ଭିତରେ ସମାନତା ଆସିପାରିବ। ଅର୍ଥାତ୍‌ ସମାଜବାଦ ପ୍ରତିଷ୍ଠା ହୋଇପାରିବ ଏବଂ ଏଥିରେ ସମବାୟକୁ ମାଧ୍ୟମ ଭାବେ ସମାଜ ସଂସ୍କାରକମାନେ ବିଚାର କରିଥିଲେ।
୧୮୪୪ରେ ରକ୍‌ଡଲ୍‌ ଗ୍ରାମର ପଥ ପ୍ରଦର୍ଶକମାନେ ଗରିବମାନଙ୍କୁ ଶସ୍ତାରେ ଆବଶ୍ୟକ ପଦାର୍ଥ ଯୋଗାଇବା ପାଇଁ ସମବାୟ ଖାଉଟି ଭଣ୍ଡାର ପ୍ରତିଷ୍ଠା କରିଥିଲେ। ବୁଣାକାରମାନଙ୍କ ଲୁଗାକୁ ସମବାୟ ଖାଉଟି ଭଣ୍ଡାରମାନେ ଉଚିତ ଦରରେ କିଣି ଅଳ୍ପ ଲାଭରେ ଲୋକଙ୍କୁ ବିକ୍ରି କରୁଥିଲେ। ୧୮୪୮ରେ ଜର୍ମାନୀରେ ରାଇପେସନ ଗ୍ରାମର ସମାଜସେବୀ ଶିକ୍ଷକ କୃଷି ଉପତ୍ାଦନ ବୃଦ୍ଧି ପାଇଁ କୃଷକମାନଙ୍କୁ ସୁଲଭ ସୁଧରେ କୃଷିଋଣ ଯୋଗାଇବା ପାଇଁ ସଞ୍ଚୟ ଓ ଋଣ ସମବାୟ ସମିତି ଗଠନ କରିଥିଲେ। ସୋଭିଏଟ୍‌ ଦେଶର ମାର୍କସ୍‌ବାଦ ନୀତିର ଅନୁସରଣରେ ଜମିର ସ୍ବତ୍ୱ ଲୋପ କରାଯାଇ ୧୯୪୪ ରେ ସମବାୟ କୋଠ ଚାଷରେ ଗରିବଙ୍କ ଆର୍ଥିକ ବିକାଶ କରାଯାଇ ପାରିଥିଲା। ଉକ୍ତ ବ୍ୟବସ୍ଥାକୁ ପୂର୍ବ ୟୁରୋପର ଅନ୍ୟାନ୍ୟ ଦେଶ ଗ୍ରହଣ କରି ସମାଜବାଦ ପ୍ରତିଷ୍ଠା କରିଥିଲେ। ୟୁରୋପର ପାଶ୍ଚାତ୍ୟ ଦେଶଗୁଡ଼ିକ କୃଷି ଉପତ୍ାଦନ ବୃଦ୍ଧି ପାଇଁ ସମବାୟ ଋଣ ସମିତି ଜରିଆରେ ସୁଲଭ ସୁଧରେ କୃଷକଙ୍କୁ ଋଣ ପ୍ରଦାନ, ସମବାୟ ଖାଉଟି ଭଣ୍ଡାର ଜରିଆରେ କୃଷିଦ୍ରବ୍ୟ କିଣାବିକା ଓ ସମବାୟଭିତ୍ତିକ ଶିଳ୍ପ କାରଖାନା ବସାଇବା ଦ୍ୱାରା ଦାରିଦ୍ର୍ୟ ଘୁଞ୍ଚାଇ ପୁଞ୍ଜିପତିଙ୍କର ପ୍ରଭାବ ହ୍ରାସ କରାଯାଇପାରିଥିଲା।
ଭାରତରେ ମହାଜନମାନେ ଅତିରିକ୍ତ ଚକ୍ରବୃଦ୍ଧି ସୁଧରେ ଚାଷୀମାନଙ୍କୁ ଋଣ ଦେଇ ଶୋଷଣ କରୁଥିବାରୁ ୧୯୦୩ ରୁ ସଞ୍ଚୟ ଋଣ ସମିତିମାନ ଗଠିତ ହୋଇ କୃଷକମାନଙ୍କୁ ସୁଲଭ ସୁଧରେ ଋଣଦେବା ଆରମ୍ଭ ହୋଇଥିଲା। ଦେଶ ସ୍ବାଧୀନତା ପରେ ୧୯୫୨ରେ ଦୃଢ଼ ଆର୍ଥିକ ବିକାଶ ପାଇଁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ଏବଂ ରାଜା ଓ ଜମିଦାରମାନଙ୍କୁ ଉଚ୍ଛେଦ କରାଯାଇ ଭୂସଂସ୍କାର ଜରିଆରେ ଚାଷୀମାନଙ୍କ ଜମିର ସ୍ବତ୍ୱ ପ୍ରଦାନ ସହିତ ବଳକା ଜମି ବଣ୍ଟନ କରାଯାଇଥିଲା।
ସମାଜବାଦ ପ୍ରତିଷ୍ଠା ଲକ୍ଷ୍ୟରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ସମସ୍ତ ନାଗରିକ ସମାନ ସୁବିଧା ଭୋଗକଲେ। ଫଳରେ ଗ୍ରାମାଞ୍ଚଳ ଗରିବ ଲୋକଙ୍କ ଦ୍ରୁତ ଆର୍ଥିକ ବିକାଶ ପାଇଁ ସରକାରୀ ଓ ବେସରକାରୀ ଉଦ୍ୟମ ସହିତ ସମବାୟକୁ ଦ୍ୱିତୀୟ ଆର୍ଥିକ ଶକ୍ତିଭାବରେ ନୀତି ଗ୍ରହଣ କରାଯାଇଥିଲା। କୃଷିଋଣ ସମବାୟ ସମିତିଗୁଡ଼ିକୁ ୧୯୫୪ ମସିହା ପରଠାରୁ ସରକାରଙ୍କ ଆଇନ ପ୍ରଣୟନ ଦ୍ୱାରା ବହୁମୁଖୀ ସମବାୟ ସମିତି ରୂପେ ଗଠନ କରାଯାଇଥିଲା। ସେମାନେ ଉପତ୍ାଦନ ଭିତ୍ତିକ କୃଷିଋଣ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଋଣ, କୃଷିପଦାର୍ଥର ସରକାରୀ ସହାୟତା ଦରରେ କିଣିବାର ବ୍ୟବସ୍ଥା, ଖାଦ୍ୟ ସଂରକ୍ଷଣ ପାଇଁ ଗୋଦାମ ଘର ନିର୍ମାଣ, ଖାଉଟି ପଦାର୍ଥ ଯୋଗାଣ, କୃଷିଭିତ୍ତିକ ଶିଳ୍ପ, କୁଟୀର ଶିଳ୍ପ, ଗାଈ, ଛେଳି ଓ କୁକୁଡ଼ା ପାଳନ ସହିତ ମାଛଚାଷ, ଆଖୁଚାଷ ପ୍ରଭୃତି ଆନୁଷଙ୍ଗିକ କୃଷିଋଣ ପ୍ରଦାନ କରି ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରି ଗରିବମାନଙ୍କ ଆର୍ଥିକ ବିକାଶ କରିଆସୁଛନ୍ତି। ୧୯୬୧ରେ ଗୁଜରାଟର ଜମିମାଲିକଙ୍କର ବଳକା ଜମି କିଣିବା ପାଇଁ ସମବାୟ ସମିତିଗୁଡ଼ିକ ଦୀର୍ଘମିଆଦୀ ଋଣ ଦେବା ଆରମ୍ଭ କରିବା ପରେ ଅନ୍ୟ ପ୍ରଦେଶରେ ଏହା ପ୍ରଚଳନ କରାଯାଇଥିଲା। ତାଇୱାନ୍‌ରେ ସରକାର ଜମି ମାଲିକଙ୍କୁ ଜମିର କ୍ଷତିପୂରଣ ନ ଦେଇ ଚାଷୀମାନଙ୍କୁ ଜମି ବାଣ୍ଟିଦେଇଥିଲେ। ଚାଷୀମାନେ ସେମାନଙ୍କର ଉପତ୍ାଦିତ ଫସଲର ଅର୍ଦ୍ଧେକ ବିକ୍ରିକରି ୫ ବର୍ଷରେ ଜମିଦାରମାନଙ୍କୁ ଜମିର ମୂଲ୍ୟ ବାବଦକୁ ଅର୍ଥ ଦେଇଥିଲେ। ଫଳରେ ଚାଷୀମାନେ ଜମିଦାରଙ୍କ ବଦଳରେ ଜମିର ମାଲିକ ହୋଇ ସମବାୟ ସମିତି ଜରିଆରେ ଫସଲ ଋଣ ଇତ୍ୟାଦି ନେଇ ବିପୁଳ ଆର୍ଥିକ ବିକାଶ କରିଛନ୍ତି।
ସମବାୟ ସମିତିର ଉପବିଧିରେ ଧର୍ମ, ଜାତି ତଥା ରାଜନୈତିକ ଦଳର ସଭ୍ୟ, ନିର୍ବିଶେଷରେ ସମସ୍ତେ ସଭ୍ୟ ହୋଇ ସମାନ ସୁବିଧା ପାଇଛନ୍ତି। ଗଣତନ୍ତ୍ର ଭିତ୍ତିରେ ସମିତିର ସଭ୍ୟମାନେ ତାଙ୍କର ନିଜର ରୁଚି ଅନୁଯାୟୀ ପରିଚାଳନା ପରିଷଦକୁ ପ୍ରତିନିଧି ପଠାଉଅଛନ୍ତି। ବାର୍ଷିକ ସାଧାରଣ ସଭାରେ ସମସ୍ତ ସଭ୍ୟ ନିଜେ ନିଜର ବକ୍ତବ୍ୟ ଦେବାର ସ୍ବାଧୀନତା ପାଇଛନ୍ତି। ସଭ୍ୟମାନେ ତାଙ୍କର ଅଂଶଧନ ଭିତ୍ତିରେ ଲାଭାଂଶ ପାଉଛନ୍ତି। ଅଂଶଧନ ପରିମାଣ ନିର୍ବିଶେଷରେ ପ୍ରତ୍ୟେକ ସଭ୍ୟର ସମାନ ଭୋଟଦାନ ଅଧିକାର ଅଛି। ଏଣୁ ସମବାୟ ସମିତିଗୁଡ଼ିକ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଆଦର୍ଶ ହୋଇପାରିଛନ୍ତି।
ସମବାୟ ସମିତିଗୁଡ଼ିକ କେବଳ ସଭ୍ୟମାନଙ୍କର ଆର୍ଥିକ ବିକାଶ ବା ସେବାରେ ନିୟୋଜିତ ହୋଇନାହାନ୍ତି। ସେମାନେ ସମିତିରେ ନିଜ ଲାଭର କେତେକାଂଶ ଅର୍ଥ ସମାଜ ସେବାରେ ବ୍ୟୟ କରୁଛନ୍ତି। ୟୁରୋପୀୟ ସମବାୟ ବ୍ୟାଙ୍କ ବା ସମିତିଗୁଡ଼ିକ ସେମାନଙ୍କ ଲାଭର ବିପୁଳ ଅଂଶ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରର ସ୍ବାସ୍ଥ୍ୟ ସେବା, ବନୀକରଣ ଜରିଆରେ ପରିବେଶର ସୁରକ୍ଷା, ପାନୀୟ ଜଳ ଯୋଗାଣ ଇତ୍ୟାଦି ସେବାମୂଳକ କାର୍ଯ୍ୟକ୍ରମରେ ବ୍ୟୟ କରୁଛନ୍ତି। ଆମ ଦେଶରେ ମହାରାଷ୍ଟ୍ରର ୱାରାନା ସମବାୟ ସଂସ୍ଥା ସମଗ୍ର ଭାରତବର୍ଷ ପାଇଁ ମାର୍ଗଦର୍ଶନ ସାଜିଥିବାରୁ ସମବାୟ ଚିନିକଳ ତାଙ୍କ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଇତ୍ୟାଦି ସ୍ଥାପନ କରି ସମାଜର ଅଶେଷ ଉପକାର କରୁଛନ୍ତି। ସମବାୟ ସମିତିଗୁଡ଼ିକ ସ୍ବଳ୍ପ ବୃଷ୍ଟିପାତ ଜିଲାଗୁଡ଼ିକରେ କୃଷିର ବିଶେଷ ସଫଳତା ଆଣିପାରିଛନ୍ତି। ସମବାୟ ସମିତି ମାଧ୍ୟମରେ ଚିକିତ୍ସାଳୟ, ଗୃହନିର୍ମାଣ, ଅତ୍ୟାବଶ୍ୟକ ଜିନିଷ ଯୋଗାଣ, ଔଷଧ ପ୍ରସ୍ତୁତି, ବୃକ୍ଷରୋପଣ, ତାଳଗୁଡ଼ ପ୍ରସ୍ତୁତ ଓ ଖାଦ୍ୟ ପଦାର୍ଥ ଯୋଗାଣ ଇତ୍ୟାଦି ବହୁ ସମିତି ପ୍ରତିଷ୍ଠିତ ହୋଇ ସମାଜ ସେବାରେ ନିୟୋଜିତ ହୋଇଛନ୍ତି। ଜାପାନର ସମବାୟ ଚିକିତ୍ସାଳୟମାନ ସେ ଦେଶର ଶତକଡ଼ା ୨ଭାଗ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ପାରିଛନ୍ତି।
ଏଣୁ ସମାଜର ଅନେକ କୋଟି ଲୋକଙ୍କର ଆର୍ଥିକ ବିକାଶ ଦଳଗତ ନିର୍ବିଶେଷରେ ସମାଜସେବା ସର୍ବୋପରି ସମାଜବାଦ ପ୍ରତିଷ୍ଠା ଓ ସାମାଜିକ ନ୍ୟାୟ ପ୍ରଦାନରେ ସମବାୟ ପ୍ରମୁଖ ଭୂମିକା ଗ୍ରହଣ କରିଅଛି। ୧୯୯୨ରୁ ଆମ ଦେଶର ଉଦାରୀକରଣ ଅର୍ଥନୀତିରେ ବ୍ୟକ୍ତି ପ୍ରଚେଷ୍ଟାକୁ ପ୍ରାଧାନ୍ୟ ଦିଆଯାଇ ସମବାୟକୁ ଗୌଣ କରାଯାଇଥିବାରୁ ଓ କେତେକ ରାଜ୍ୟ ସରକାର ସମବାୟ ଆଇନ ଜରିଆରେ ସ୍ବୟଂଚାଳିତ ସମିତି ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ପୁନଶ୍ଚ ସାମାଜିକ ଅସମତା ମୁଣ୍ଡ ଟେକିବ ବୋଲି ଅର୍ଥନୈତିକ ବିଷାରଦମାନେ ଆଶଙ୍କା କରିଛନ୍ତି । ଏହା ସମାଜ ପାଇଁ କ୍ଷତିକାରକ। ଏ ଦିଗରେ ସରକାର ଯତ୍ନଶୀଳ ହେବା ଆବଶ୍ୟକ। ନଚେତ୍‌ ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ଆଉ କିଛି ସଂସ୍କାର କରିବା ସମ୍ଭବପର ହୋଇ ନ ପାରେ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?