ଆସୁ ନୂଆ ବରଷ, ନ ହେଉ ସର୍ବନାଶ

ଉପେନ୍ଦ୍ର ବିଶ୍ୱାଳ

 

ନୂଆ ବର୍ଷ କାହା ପାଇଁ ଆଣେ ହରଷ ତ କାହା ପାଇଁ ସର୍ବନାଶ। ଦିନ ପରେ ମାସ, ମାସ ପରେ ବର୍ଷ ଏହିପରି ପୁରାତନ ବର୍ଷକୁ ବିଦାୟ ଓ ନୂତନ ଇଂଲିଶ୍‌ ବର୍ଷକୁ ସ୍ବାଗତ କରିବାକୁ ଯାଇ ମଣିଷ ଅସଂଖ୍ୟ ନିରୀହ ପଶୁପକ୍ଷୀଙ୍କୁ ନିଧନ କରୁଛି, ମାତ୍ର ଚାରି ଇଞ୍ଚ ଜିଭର ଲାଳସା ମେଣ୍ଟାଇବା ପାଇଁ। ନବବର୍ଷର ଆବାହନୀ କରୁଛି, ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କ ହତ୍ୟାଜନିତ ଆର୍ତ୍ତନାଦରେ। ବିଚରା କୁକୁଡ଼ା, ଛେଳି, ମେଣ୍ଢା, ଗୋରୁ, ଘୁଷୁରି ଆଦି ପଶୁପକ୍ଷୀଙ୍କର ଜୀବନ ମୂଲ୍ୟ ସିନା ଏହି ଦିନରେ ବଢ଼େ ନାହିଁ, ହେଲେ ସେମାନଙ୍କ କଞ୍ଚାମାଂସର ଭାଉ ଆପଣାଛାଏଁ ଖୁବ୍‌ ବଢ଼ିଯାଏ। ପୁରାତନ ବର୍ଷକୁ ବିଦାୟ ଦେଇ ଆସେ ନୂତନ ବର୍ଷ। ଅନେକ ଆଶା, ଆକାଂକ୍ଷା, ଉତ୍ସାହ ଉଦ୍ଦୀପନା, ଶୁଭ-ମଙ୍ଗଳର ମାନସିକ ମଧ୍ୟରେ। ଇଂଲିଶ୍‌ ନବବର୍ଷ କିନ୍ତୁ ଆସେ ଅସଂଖ୍ୟ ନିରୀହ ପଶୁପକ୍ଷୀଙ୍କ ନିଧନରେ। ସେମାନଙ୍କ ପାଇଁ ଇଂଲିଶ୍‌ ନବବର୍ଷ ପାଲଟିଯାଏ ଏକ ଅଶୁଭ; ଅଭିଶପ୍ତ ଦିନ। ମହାପୁରୁଷ ଯିଶୁଖ୍ରୀଷ୍ଟଙ୍କୁ ଆଧାରକରି ଖ୍ରୀଷ୍ଟାବ୍ଦର ପ୍ରାରମ୍ଭ ବୋଲି ଯଦି ମନେକରାଯାଏ। ଜାନୁୟାରୀ ୧ ତାରିଖକୁ ବର୍ଷର ନୂଆଦିନ ରୂପେ ଭାରତରେ ପାଳନ କରିବାରେ ବିଶେଷ ଯଥାର୍ଥତା ଥିଲାପରି ମନେହୁଏ ନାହିଁ। ଯଦିଓ ଯିଶୁଙ୍କୁ ଆମେ ଦିବ୍ୟପୁରୁଷ, ମହାପୁରୁଷ ବା ଈଶ୍ୱରଙ୍କ ପୁତ୍ର ଭାବେ ସ୍ବୀକାର କରୁଛୁ।
ଗୋଟିଏ ଜାତି, ଗୋଟିଏ ସଭ୍ୟତା ତିଷ୍ଠି ରହେ ତା’ର ମହାନ୍‌ ଐତିହ୍ୟ, ଲୋକପରମ୍ପରା ଓ ସୁସଂହତ ସଂସ୍କୃତିକୁ ନେଇ। ଗର୍ବ ଅନୁଭବ କରେ ତା’ର ସ୍ବାଭିମାନ ଆମତ୍ମର୍ଯ୍ୟାଦାକୁ ନେଇ। ଅନ୍ୟଥା ଇତିହାସର ଅତଳ ଗର୍ଭରେ ଲୀନ ହୋଇଯାଏ ସେ ଜାତି। ଆମତ୍ମର୍ଯ୍ୟାଦା, ସ୍ବାଭିମାନ ଭୁଲି ଚାଲିଥିବା ଜାତି ପରାନୁକରଣ କରି ହୋଇଯାଏ ବିକଳାଙ୍ଗ। ମାତ୍ର ସ୍ବାଭିମାନ ଆମତ୍ମର୍ଯ୍ୟାଦା ଭୁଲି ଚାଲିଛି ଆର୍ଯ୍ୟାବର୍ତ୍ତର ସିଂହଶାବକ ଆଜି। ଆଧୁନିକତା ଆଳରେ ଦାସସୁଲଭ ପାଶ୍ଚାତ୍ୟର ଅନ୍ଧାନୁସରଣ କରିଚାଲିଛି। ଆମତ୍ବିସ୍ମୃତ ହୋଇ ଆମତ୍ପ୍ରତ୍ୟୟ ଭୁଲିଚାଲିଛି ସେ। ପ୍ରତ୍ୟେକ ରାଷ୍ଟ୍ରର ନିଜସ୍ବ କିଛି ମୌଳିକତା ଥାଏ, ସାଂସ୍କୃତିକ ସଂପଦ ଥାଏ, ସାମାଜିକ ମୂଲ୍ୟବୋଧ ଥାଏ। ଜନସାଧାରଣଙ୍କ ମନରେ ରାଷ୍ଟ୍ରୀୟ ସ୍ବାଭିମାନ ଜାଗ୍ରତ ହେବା ଫଳରେ ହିଁ ରାଷ୍ଟ୍ର ସମୃଦ୍ଧ ହୁଏ। ବିଶ୍ୱକୁ ନେତୃତ୍ୱ ଦେବାରେ ସମର୍ଥ ହୁଏ । ଆମେ ଆମ ଜୀବନଯାତ୍ରାର ଚାକଚକ୍ୟ ଚଳଣି ମଧ୍ୟରେ ରାଷ୍ଟ୍ରୀୟ ଚେତନାକୁ ହରାଇବାକୁ ବସିଛୁ। ରାଷ୍ଟ୍ରୀୟ ଚେତନା ଯେ ରାଷ୍ଟ୍ର ପାଇଁ ସର୍ବୋପରି।
ବିଶ୍ୱର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଦିବସରେ ସ୍ବାଭିମାନର ସହିତ ପାଳନ କରିଥା’ନ୍ତି ନିଜ ନିଜର ନବବର୍ଷ। ଏଇ ଯେମିତି ଜାନୁୟାରୀ ୧୩ ସୁଇଜରଲାଣ୍ଡ, ଜାନୁୟାରୀ ୨୨ରେ କୋରିଆ, ଫେବୃୟାରୀ ୧୮ରେ ବୁଲ୍‌ଗେରିଆ, ମାର୍ଚ୍ଚ ୨୦ରେ ଆମେରିକା, ମାର୍ଚ୍ଚ ୨୧ରେ ବାହାଇମାନେ ନବବର୍ଷ ପାଳନ କରିଥା’ନ୍ତି। ସେମିତି ଚନ୍ଦ୍ରର ପରିକ୍ରମଣାନୁଯାୟୀ ଜାନୁୟାରୀ ୨୦ରୁ ଫେବୃୟାରୀ ୨୦ ମଧ୍ୟରେ ଏକ ବିଶେଷତିଥିରେ ଚାଇନା ନିଜର ନବବର୍ଷ ପାଳନ କରିଥାଏ। ଜାନୁୟାରୀ ୨୩ରେ ଗତବର୍ଷ ୪୭୧୦ତମ ନବବର୍ଷ ପାଳନ କରିଥିବାବେଳେ ଆଗାମୀ ବର୍ଷ ଫେବୃୟାରୀ ୧୦ରେ ଚାଇନା ୪୭୧୧ତମ ନୂଆବର୍ଷ ପାଳନ କରିବ। ପୁଣି ଏପ୍ରିଲ୍‌ ୧୪ରେ ଶ୍ରୀଲଙ୍କା, ଏପ୍ରିଲ୍‌ ୧୬ରେ ବର୍ମା, ଏପ୍ରିଲ୍‌ ୨୪ରେ ବେବିଲୋନ୍‌, ସେପ୍ଟେମ୍ବର ୧୧ରେ ଇଥିଓପିଆ ନୂଆବର୍ଷ ପାଳନ କରିଥାଏ। ଶାରଦୀୟ ଅବକାଶରେ ଇହୁଦୀମାନେ ନୂଆବର୍ଷ ପାଳନ କରୁଥିଲାବେଳେ ଜାନୁୟାରୀ ପ୍ରଥମ ସପ୍ତାହରେ ଜାପାନବାସୀ, ଫେବୃୟାରୀରେ ଭିଏତ୍‌ନାମ ଓ ମାର୍ଚ୍ଚରେ ଇରାନ୍‌ ନିଜର ନୂଆବର୍ଷ ପାଳନ କରିଥାଏ। ଆହୁରି ପାର୍ସୀ, ବେବିଲୋନୀୟମାନେ ମାର୍ଚ୍ଚରେ ନିଜର ନୂଆବର୍ଷ ପାଳୁଥିଲାବେଳେ ନେପାଳ ମଧ୍ୟ ଏପ୍ରିଲ୍‌ ୧୪ରେ ପାଳନ କରିଥାଏ।
ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମଣିପୁର, ପଞ୍ଜାବ, ତାମିଲନାଡ଼ୁ ଆଦି ପ୍ରଦେଶମାନ ନୂଆବର୍ଷ ପାଳନ କରିଥା’ନ୍ତି। ସେହିପରି ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମହାକରାଷ୍ଟ୍ର, କାଶ୍ମୀର ଏବଂ ଉତ୍ତରପ୍ରଦେଶ ଓ ଛତିଶଗଡ଼ର କେତେକାଞ୍ଚଳରେ ନୂଆବର୍ଷ ପାଳନ ହେଉଥିଲାବେଳେ ଶାରଦୀୟ ନବରାତ୍ରରେ ଗୁଜରାଟର ନୂଆବର୍ଷ ପାଳିତ ହୋଇଥାଏ। ଭାରତ ସ୍ବାଧୀନତା ପାଇଁ ୧୮୫୭ରେ ସଂଘଟିତ ସଶସ୍ତ୍ର ବିଦ୍ରୋହ ପରେ ପରେ ଶଙ୍କାଗ୍ରସ୍ତ ବ୍ରିଟିଶ ଜାତି ଏଠାରେ ବିଭାଜନର ବାଟ ଖୋଜିବସିଲେ। ଗୋଟିଏ ପଟେ ବିପ୍ଳବର ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ଦମନ କରିବାର ନିଷ୍ଠୁର ପ୍ରୟାସ ଏବଂ ଅନ୍ୟପଟେ ଭାରତର ସାଂସ୍କୃତିକ ଏକତାକୁ ନଷ୍ଟଭ୍ରଷ୍ଟ କରିବାର ହୀନ ଷଡ଼ଯନ୍ତ୍ର। କାରଣ ଭାରତୀୟ ସଂସ୍କୃତି ହେଉଛି ଏ ରାଷ୍ଟ୍ରର ପ୍ରାଣପିଣ୍ଡ। ଫଳସ୍ବରୂପ ୧୮୭୭ ମସିହାରେ ଜାନୁୟାରୀ ୧କୁ ଭାରତୀୟମାନଙ୍କ ଉପରେ ଲଦି ଦିଆଗଲା ନବବର୍ଷ ରୂପେ। ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ୍‌ ଶାସକମାନେ ମହାଡ଼ମ୍ବରରେ ଏହାକୁ ପାଳନ କରିଚାଲିଲେ ରାଜକୀୟ ମହୋତ୍ସବ ଭାବେ। ଅଦ୍ୟାବଧି ଆମେ ତାକୁ ଆଦରି ଚାଲିଛୁ ସମସ୍ତ ଅନ୍ୟାୟ, ଅପମାନ, ମାନମର୍ଯ୍ୟାଦା ଓ ସ୍ବାଭିମାନକୁ ଭୁଲି। ଯଦି ଆମେ କେଉଁ ଅନାଦି ପୁରୁଣା (ପୁରାଣ) ଯୁଗକୁ ଅନାଇବା, ତେବେ ଦେଖିବାକୁ ପାଇବା ସ୍ରଷ୍ଟାଙ୍କ ଦ୍ୱାରା କେଉଁ ଏକ ଶୁଭ ମୁହୂର୍ତ୍ତରେ ନିଶ୍ଚିତ ସର୍ଜନା ହୋଇଥିବ। ସେହି ଦିବସଟିକୁ ସୃଷ୍ଟିର ପ୍ରାରମ୍ଭ ଦିବସଭାବେ ଶୁଭ ନବବର୍ଷ ରୂପେ ପାଳନ ନ କରିବା କାହିଁକି? ବିଭିନ୍ନ ବୈଦିକ ସାହିତ୍ୟରେ ଏହି ନୂଆବର୍ଷ (ସମ୍ବତ୍ସର) ସମ୍ବନ୍ଧେ ଉଲ୍ଲେଖ ଥିବାର ଜଣାଯାଏ। ହିମାଦ୍ରୀ ଗ୍ରନ୍ଥରେ ଲେଖାଅଛି, ଚୈତ୍ର ଶୁକ୍ଳପକ୍ଷର ୧ମ ଦିବସରେ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ଜଗତସ୍ରଷ୍ଟା ବ୍ରହ୍ମା ଏହି ଜଗତ ସଂରଚନା କରିଥିଲେ। ସେହିପରି ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟ ଭାସ୍କରାଚାର୍ଯ୍ୟ ‘ସିଦ୍ଧାନ୍ତ ଶିରୋମଣି’ରେ ମଧ୍ୟ ଏହି ଦିବସରେ ସୃଷ୍ଟିର ରଚନା ହୋଇଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଚଳିତ କଳିଯୁଗର ପ୍ରାରମ୍ଭ ଦିବସକୁ ମଧ୍ୟ ନୂଆବର୍ଷ ଭାବେ ପାଳିବା ନାହିଁ କାହିଁକି? ସେହିପରି କୁରୁକ୍ଷେତ୍ର ଯୁଦ୍ଧ ପରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ ଧର୍ମରାଜ ଯୁଧିଷ୍ଠିର ମଧ୍ୟ ରାଜ୍ୟ ଶାସନର ଆଦ୍ୟ ଦିବସଭାବେ ଉକ୍ତ ଦିବସରେ ଅଭିଷିକ୍ତ ହୋଇଥିଲେ। କଳିଯୁଗର ପ୍ରାରମ୍ଭ ମଧ୍ୟ ସେହି ଚୈତ୍ର ମାସ ଶୁକ୍ଳପକ୍ଷର ଆଦ୍ୟ ଦିବସରେ ହିଁ ହୋଇଥିଲା। ଉକ୍ତ ଦିବସର ମାହାମତ୍‌ୟ ସମ୍ବନ୍ଧେ ଜାଣି ଏକ ମହାନ୍‌ ସଙ୍ଗଠନର ଶୁଭାରମ୍ଭ କଳ୍ପେ ସ୍ବାମୀ ଦୟାନନ୍ଦ ସରସ୍ବତୀ ମଧ୍ୟ ଏହି ଦିବସକୁ ଚୟନ କରିଥିଲେ। ପୁନଶ୍ଚ ଏହି ଦିବସରୁ ହିଁ ବିକ୍ରମ ସମ୍ବତ୍‌ର ପ୍ରଚଳନ ହୋଇଆସୁଛି। ଅତଏବ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟିର ପ୍ରାରମ୍ଭ, କଳିଯୁଗର ଆରମ୍ଭ, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ଆର୍ଯ୍ୟ ସମାଜର ଶୁଭପ୍ରତିଷ୍ଠା, ବିକ୍ରମ ସମ୍ବତ୍‌ର ଶୁଭ ପ୍ରଚଳନ ଆଦି ଅନେକ ସାଂସ୍କୃତିକ, ସାମାଜିକ, ଐତିହାସିକ ମହତ୍ତ୍ୱଥିବା ଦିବସଟିକୁ ନୂତନବର୍ଷ ଭାବେ ପାଳନ କରିବାରେ ଅସୁବିଧା କେଉଁଠି? କେବଳ ଲୋଡ଼ା ଆମ ସ୍ବାଭିମାନ ମାନସିକତାର। ଦୂରଦୃଷ୍ଟି, ଆମତ୍ମର୍ଯ୍ୟାଦା ଓ ଇଚ୍ଛାଶକ୍ତିର।
ସେହିପରି ଆମ ଉତ୍କଳୀୟ ସଂସ୍କୃତିରେ ବିଷୁବ (ପଣା) ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ଗର୍ବ ଓ ସ୍ବାଭିମାନର ସହିତ ପାଳନ କରିବାରେ ଅସୁବିଧା ନାହିଁ। ଆମେ ଆମର ଆଧ୍ୟାମତ୍ିକ ଓ ସାଂସ୍କୃତିକ ନବବର୍ଷକୁ ଭୁଲି ବିଦେଶୀମାନଙ୍କ ଦ୍ୱାରା ପ୍ରଚଳିତ ନବବର୍ଷକୁ ପାଳନ କରି ଚାଲିଛୁ। ପଣାସଂକ୍ରାନ୍ତି ଓଡ଼ିଶା ସମେତ କେତେକ ରାଜ୍ୟରେ ନବବର୍ଷ ଭାବେ ପାଳିତ ହେଉଥିବା ବେଳେ ଯୁଗାରମ୍ଭ ଓ ସୃଷ୍ଟ୍ୟାରମ୍ଭ ଦିବସ ଚୈତ୍ର ଶୁକ୍ଳ ପ୍ରତିପଦାକୁ ସମଗ୍ର ଭାରତରେ ପାଳନ କରାଯାଏ, ଯାହାକୁ ଆମେ ରାଷ୍ଟ୍ରୀୟ ନବବର୍ଷ ବୋଲି କହିପାରିବା। ଏଠାରେ ସ୍ମରଣୀୟ ଯେ, ପ୍ରକୃତିମାତା ମଧ୍ୟ ଏହି ସମୟରେ ହିଁ ପୁରୁଣା ପରିଧାନ ପରିତ୍ୟାଗ କରି ନବ କଳେବର ଧାରଣ କରିଥାଏ ଏବଂ ଚାରିଆଡ଼େ ନୂତନତା ପ୍ରସନ୍ନତା, ହର୍ଷ ଉଲ୍ଲାସର ବାତାବରଣ ଛାଇଯାଏ। ବାସନ୍ତିକ ଦୁର୍ଗାପୂଜା ଏହି ଅବସରରେ ଆରମ୍ଭ ହୁଏ। ଏଣୁ ପ୍ରାକୃତିକ ରୂପରେ ନୂତନ ବର୍ଷ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାଠାରୁ ଆରମ୍ଭ ହେବା ଉଚିତ, ଯାହାକି ଭାରତୀୟ ସଂସ୍କୃତି ଉଦ୍‌ଘୋଷଣା କରେ। ଏଣୁ ଆସନ୍ତୁ ସ୍ବାଭିମାନର ଜାଗରଣ ପୂର୍ବକ ଗର୍ବର ସହିତ ପାଳିବା ଭାରତୀୟ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରେ ଏବଂ ଉତ୍କଳୀୟ ନବବର୍ଷ ମହାବିଷୁ ସଂକ୍ରାନ୍ତିରେ ଏକ ମନୋଜ୍ଞ, ମାଙ୍ଗଳିକ ପବିତ୍ର ପରିବେଶରେ। ଆସୁ ନବବର୍ଷ- ନ ଆସୁ ସର୍ବନାଶକ। ନ ଆସୁ ଶୁଭ ନବବର୍ଷ ଅସଂଖ୍ୟ ନିରୀହ ପଶୁପକ୍ଷୀଙ୍କ ନିଧନରେ, ଅଶୁଭକୁ ସାଥିକରି। ନବବର୍ଷର ସୂର୍ଯ୍ୟ ଉଦୟ ହେଉ ଶୁଭ ସକାଳର ଶୁଭ ଶଙ୍ଖନାଦରେ, କୋକିଳର କୁହୁତାନରେ ସୃଷ୍ଟିର ସମସ୍ତ ପ୍ରାଣୀଙ୍କର ଶୁଭକାମନା ନେଇ।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?