Posted inଖେଳ

ଗମ୍ଭୀରଙ୍କ ଉପରେ ଅଭିଯୋଗ କରି ନିଜେ ଫସିଲେ ଶ୍ରୀସନ୍ଥ, ମିଳିଲା ନୋଟିସ

ନୂଆଦିଲ୍ଲୀ,୮।୧୨: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏବେ ଦୁହେଁ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଭିନ୍ନ ଟିମ୍‌ରୁ ଖେଳଛନ୍ତି। ନିକଟରେ ଏକ ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଏହାପରେ ଶ୍ରୀସନ୍ଥ କହିଥିବା କିଛି କଥାକୁ ନେଇ ଅଡୁଆରେ ଫସିଛନ୍ତି। ଏଥିନେଇ ତାଙ୍କୁ ନୋଟିସ ମିଳିଛି।

ଲିଜେଣ୍ଡସ୍‌ ଲିଗ୍‌ରେ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି। ସେହିଭଳି ଶ୍ରୀସନ୍ଥ ଗୁଜରାଟ ଜାୟଣ୍ଟସ୍‌ ପକ୍ଷରୁ ଖେଳୁଛନ୍ତି। ଏହି ଦୁଇ ଟିମ୍‌ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଗମ୍ଭୀର ଶ୍ରୀସନ୍ଥଙ୍କ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହାର ଅନେକ ଭିଡିଓ ଭାଇରାଲ ହୋଇଥିଲା।

ମ୍ୟାଚ୍‌ ପରେ ଗମ୍ଭୀର ଫିକ୍ସର ବୋଲି କହିଥିବା ଯୋଗୁ ରାଗିଯାଇଥିବା ଶ୍ରୀସନ୍ଥ କହିଥିଲେ। ଏପରିକି ଏକ ଭିଡିଓ ଜାରି କରି କ୍ରିକେଟର ତାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହି ମାମଲାରେ ଏବେ ଟୁର୍ନାମେଣ୍ଟର କମିଶନର ଦଖଲ ଦେଇ ଶ୍ରୀସନ୍ଥଙ୍କୁ ନୋଟିସ୍‌ ପଠାଇଛନ୍ତି। ଲିଗ୍‌ରେ ଖେଳୁଥିବା ସମୟରେ ନିଜ ଚୁକ୍ତିର ଉଲ୍ଲଂଘନ କରିଥିବା ନୋଟିସରେ କୁହାଯାଇଛି। ଶ୍ରୀସନ୍ଥ ଭିଡିଓ ହଟାଇବା ପରେ ହିଁ ତାଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ କୁହାଯାଇଛି।

କହିରଖୁଛୁ, ମଇଦାନରେ ଥିବା ଅମ୍ପାୟାର ଦୁଇ ଖେଳାଳିଙ୍କ ଝଗଡ଼ାକୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ। ଏବେ ସେ ମଧ୍ୟ ନିଜର ରିପୋର୍ଟ ଦେଇଛନ୍ତି। ହେଲେ ସେଥିରେ ଗମ୍ଭୀର ଫିକ୍ସର ବୋଲି କହିବା ଉକ୍ତି ବିଷୟରେ ଉଲ୍ଲେଖ ନାହିଁ। ଅପରପକ୍ଷେ ଶ୍ରୀସନ୍ଥଙ୍କ ପତ୍ନୀ ଘଟଣାରେ ନିଜ ମତ ରଖି ଗମ୍ଭୀରଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri