ଅଙ୍ଗଦାନର ଆଇନଗତ ଦିଗ

ଡା. ଉମେଶ ଚନ୍ଦ୍ର ପାତ୍ର

ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ)ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଜଣେ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି। ଆମ ଦେଶରେ ଯକୃତ, ବୃକ୍‌କ, ହୃତ୍‌ପିଣ୍ଡ, ଅଗ୍ନ୍ୟାଶୟ ପ୍ରତିରୋପଣ କରିବାର ସୁବିଧା ରହିଛି। ଏହା ବ୍ୟତୀତ ଇଣ୍ଟେଷ୍ଟାଇନ୍‌, ଫୁସ୍‌ଫୁସ୍‌, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଚକ୍ଷୁ ଆଦି ମଧ୍ୟ ଦାନ କରାଯାଏ।
ଅଙ୍ଗଦାନ ଦୁଇ ପ୍ରକାରର ଯଥା ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନ ଅଧୀନରେ ବୃକକ୍‌, ଯକୃତ, ହୃତ୍‌ପିଣ୍ଡ, ଅନ୍ତ୍ରନଳୀ, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ଦାନ କରାଯାଏ। ଟିସୁ ଦାନରେ ରହିଛି ଆଖି, ଅସ୍ଥିମଜ୍ଜା ଏବଂ ତ୍ୱଚା। ତେବେ ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତ୍ୟୁ ପରେ ଦାନ କରାଯାଏ। କିଛି ଅଙ୍ଗ ଓ ଟିସୁ ଜୀବିତାବସ୍ଥାରେ ଦାନ କରାଯାଇପାରେ। ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକ୍‌କ। କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକ୍‌କ ସହ ସ୍ବାଭାବିକ ଭାବରେ ବଞ୍ଚତ୍ପାରେ। ଭାରତରେ ହେଉଥିବା ଅଧିକାଂଶ ବୃକ୍‌କ ପ୍ରତିରୋପଣ ଜୀବିତ ଦାତାଙ୍କଠାରୁ ହିଁ ମିଳେ। ଫୁସ୍‌ଫୁସ୍‌ ଏବଂ ଯକୃତ ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରେ। ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତ୍ୟୁ ପରେ ହିଁ ଦାନ କରାଯାଏ।
ବ୍ରେନ୍‌ ଡେଥ୍‌ ଏପରି ମୃତ୍ୟୁ, ଯେଉଁଥିରେ କୌଣସି କାରଣରୁ ମନୁଷ୍ୟର ମସ୍ତିଷ୍କ ଆଘାତପ୍ରାପ୍ତ ହୋଇଥାଏ। ଏହି ଆଘାତ ଦୁର୍ଘଟଣା, ବ୍ରେନ୍‌ ଟ୍ୟୁମର କିମ୍ବା ଷ୍ଟ୍ରୋକ୍‌ ଯୋଗୁ ହୋଇଥାଏ। ଏପରି ରୋଗୀଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍‌ ଭାବରେ କାମ କରୁଥାଏ। ବ୍ରେନ୍‌ ଡେଥ୍‌ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତିରୋପଣ ପାଇଁ ଗ୍ରହଣ କରାଯାଇପାରେ। ଯଉଁ ବ୍ୟକ୍ତିଙ୍କର ବ୍ରେନ୍‌ ଡେଥ୍‌ ହୋଇଯାଏ ଡାକ୍ତର ସେମାନଙ୍କୁ ଭେଣ୍ଟିଲେଟରରେ ରଖନ୍ତି। ଡାକ୍ତରମାନଙ୍କର ଏକ ପାନେଲ ଏହା ଘୋଷଣା କରନ୍ତି। ଏହାର ଆଉ କିଛି ସମୟ ପରେ ପୁଣି ଥରେ ବ୍ରେନ୍‌ ଡେଥ୍‌ ସମ୍ପର୍କରେ ଘୋଷଣା କରାଯାଏ। ଏହାପରେ ପରିବାରବର୍ଗଙ୍କ ସମ୍ମତିରେ ଏବଂ ଆଇନ ପ୍ରକ୍ରିୟା ପୂର୍ଣ୍ଣ କରିବା ପରେ ମୃତ ବ୍ୟକ୍ତିର ଶରୀରରୁ ଅଙ୍ଗ ବାହାର କରାଯାଏ। ଏଥିପାଇଁ ଶରୀରକୁ ଲମ୍ବାରେ ଚିରାଯାଏ।
ଅଙ୍ଗ ବାହାର କରିବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ସମ୍ମାନର ସହ ରଖାଯାଏ। ଅଙ୍ଗ ଗ୍ରହଣ ସାରିବା ପରେ ଏହାକୁ ସଫା କରି ପରିଜନଙ୍କୁ ଅର୍ପଣ କରାଯାଏ।
ଏହି ପ୍ରକ୍ରିୟାରେ ପ୍ରାୟ ୬-୭ଘଣ୍ଟା ଲାଗିଯାଏ।
ଯେକୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ। ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ। ନବଜାତ ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରୁ ଗ୍ରହଣ କରାଯାଇଥିବା ଅଙ୍ଗ ପ୍ରତିରୋପଣ ସଫଳ ହୁଏ। ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିର ବୟସ ୧୮ ବର୍ଷରୁ କମ୍‌ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା’-ବାପାଙ୍କ ଅନୁମତି ନେବା ଜରୁରୀ।
ଅର୍ଗାନ୍‌ ଡୋନେଶନ୍‌ ଆକ୍ଟ, ୧୯୯୪ର ନିୟମ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ। ଏହା ଏକ କଷ୍ଟକର ନିୟମ। ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ କରି ମହତ୍‌ କାର୍ଯ୍ୟରୁ ବଞ୍ଚତ୍ତ ହୁଅନ୍ତି। ଏହି ସମସ୍ୟାକୁ ଦେଖି ସରକାର ୨୦୧୧ରେ ଏ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ନ ଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ। ଏହାଦ୍ୱାରା ଅଙ୍ଗଦାନ ଦ୍ରୁତ ଓ ସୁବିଧାଜନକ ହେବ। କିନ୍ତୁ ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତି ହିଁ ଅଙ୍ଗଦାନ କରିପାରୁଛନ୍ତି। ଡାକ୍ତର ଦାନ କରାଯାଇଥିବା ଅଙ୍ଗକୁ ଶୀଘ୍ର ଏପରି ରୋଗୀଙ୍କ ଠାରେ ପ୍ରତିରୋପଣ କରିଦିଅନ୍ତି, ଯାହାଙ୍କୁ ଏହାର ଆବଶ୍ୟକତା ଥାଏ। ଡାକ୍ତରଖାନା ପାଖରେ ଅର୍ଗାନ୍‌ ଡୋନେଶନ୍‌ର ଏକ ୱେଟିଂ ଲିଷ୍ଟ ଥାଏ।
ଅଙ୍ଗ ପ୍ରତିରୋପଣ ପାଇଁ ବ୍ଲଡ୍‌ ଗ୍ରୁପ୍‌ ମେଳକ ଓ ଅନ୍ୟ କେତେକ ଟେଷ୍ଟ କରାଯାଏ। ଯକୃତ କଢ଼ାଯିବାର ୬ଘଣ୍ଟା ମଧ୍ୟରେ ପ୍ରତିରୋପଣ ହେବା ଆବଶ୍ୟକ। ବୃକ୍‌କ ୧୨ଘଣ୍ଟା ମଧ୍ୟରେ ଓ ଚକ୍ଷୁ ୩ ଦିନ ମଧ୍ୟରେ ଲଗାଇ ଦିଆଯିବା ଦରକାର।
ନିଜ ମୃତ୍ୟୁ ପରେ ଚକ୍ଷୁଦାନ କରିବା ସମ୍ପର୍କରେ ନିଷ୍ପତ୍ତି ଯେ କୌଣସି ବ୍ୟକ୍ତି ନେଇପାରିବେ। ଏହାର କୌଣସି ସର୍ବୋଚ୍ଚ ବୟସ ସୀମା ନାହିଁ।
ଜୀବିତ ବ୍ୟକ୍ତି ଚକ୍ଷୁଦାନ କରିପାରିବେ ନାହିଁ। ଆଖିରେ ସମସ୍ୟା ଥିଲେ କିମ୍ବା ମଧୁମେହ ରୋଗୀ ହୋଇଥିଲେ ବି ଜଣେ ଚକ୍ଷୁଦାନ କରିପାରିବ। ଯଦି କୌଣସି ମୃତ ବ୍ୟକ୍ତିର ଚକ୍ଷୁଦାନ କରିବାକୁ ହୁଏ କିମ୍ବା ଜୀବିତ ବ୍ୟକ୍ତି ଚକ୍ଷୁଦାନ କରିବାକୁ ଚାହାନ୍ତି ତେବେ ଏଥିପାଇଁ ଫର୍ମ ପୂରଣ କରିବାକୁ ଚକ୍ଷୁବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ହୋଇଥାଏ।
ଆପଣ ଯେଉଁ ଅଙ୍ଗଦାନ କରିବାକୁ ଚାହୁଁଛନ୍ତି ସେଥିପାଇଁ ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ କରିପାରିବେ।
ଏହାପରେ ଆପଣଙ୍କୁ ଏକ ଡୋନ୍‌ର କାର୍ଡ ମିଳିବ।
ଯଦି ଆପଣ ଏ ସମ୍ପର୍କରେ ନିଜ ପରିଜନଙ୍କୁ ନ ଜଣାନ୍ତି, ତେବେ ଏହାର କୌଣସି ମୂଲ୍ୟ ରହିବ ନାହିଁ। କାରଣ ଆପଣଙ୍କ ମୃତ୍ୟୁ ପରେ ସେମାନେ ହିଁ ଔପଚାରିକ ଭାବେ ଏହାକୁ ଦାନ କରିବେ। ପରିଜନ ଚାହିଁଲେ ଆପଣ ଫର୍ମ ପୂରଣ କରି ନ ଥିଲେ ବି ଅଙ୍ଗଦାନ କରିପାରିବେ। ଆଖି ବ୍ୟତୀତ ଅନ୍ୟ କୌଣସି ଅଙ୍ଗଦାନ କରିବା ପାଇଁ କାହାକୁ ଯୋଗାଯୋଗ କରିବାକୁ ହୁଏନି। କାରଣ କେବଳ ବ୍ରେନ୍‌ ଡେଥ୍‌ ଘୋଷିତ ହେବା ପରେ ଡାକ୍ତରମାନେ ଲାଇଫ୍‌ ସର୍ପୋଟ ସିଷ୍ଟମରେ ରଖିଲେ ହିଁ ଅନ୍ୟ ଅଙ୍ଗ ଦାନ ହୋଇପାରିବ। ଅଙ୍ଗଦାନ କରିବା ପାଇଁ ପରିଜନଙ୍କୁ କୌଣସି ଖର୍ଚ୍ଚ କରିବାକୁ ହୁଏ ନାହିଁ।
ଜୀବିତ ବ୍ୟକ୍ତି ଅଙ୍ଗଦାନ କରିବା ପ୍ରକ୍ରିୟାରେ ଆଇନଗତ ପ୍ରତିବନ୍ଧକ ଅଛି। ପରିସ୍ଥିତିର ସମ୍ପୂର୍ଣ୍ଣ ଆକଳନ ପରେ ହିଁ ଏପରି କରିବା ସମ୍ଭବ। ଆମ ଦେଶରେ ‘ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍‌ ହ୍ୟୁମାନ ଅର୍ଗାନ୍‌ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତିରୋପଣ କାର୍ଯ୍ୟକ୍ରମ ହୁଏ । କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ। ଯେଉଁ ବ୍ୟକ୍ତିଠାରେ ପ୍ରତିରୋପଣ ହେବ କେବଳ ତା’ଙ୍କ ପରିବାର, ପରିଜନ ଓ ନିକଟତମ ସମ୍ପର୍କୀୟମାନେ ହିଁ ଅଙ୍ଗଦାନ କରିପାରିବେ। ଏହାର ସମ୍ପୂର୍ଣ୍ଣ ଯାଞ୍ଚ ହୁଏ। ଏମାନଙ୍କ ମଧ୍ୟରେ ମାତା-ପିତା, ସ୍ବାମୀ-ସ୍ତ୍ରୀ, ପୁଅ-ଝିଅ, ଭାଇ-ଭଉଣୀ ଆଦି ସାମିଲ।
ଏମାନଙ୍କୁ ପ୍ରଲୋଭନ ଦେଖାଇ ପ୍ରତିରୋପଣ ପାଇଁ ଅଙ୍ଗଦାନ କରାଇବା ମଧ୍ୟ ବେଆଇନ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?