ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି ଜନ୍ମଦିନ। ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଥିବା ଲୀନା ମାତ୍ର ୨୫ ବର୍ଷ ବୟସରେ ବିଧବା ହୋଇଯାଇଥିଲେ। ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିବାହର ମାତ୍ର ଅଳ୍ପ କିଛି ଦିନ ପରେ ଏହି ଦୁର୍ଘଟଣା ଘଟିଥିଲା।


ଲୀନା ୧୯୬୮ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ‘ମନ୍‌ କା ମିତ୍‌’ ମାଧ୍ୟମାର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ସେ ବିଜ୍ଞାପନରେ କାମ କରୁଥିଲେ। ପ୍ରଥମ ଫିଲ୍ମର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମରେ ଅଫର ମିଳିଲା। ଗୋଟିଏ ପlରେ ଗୋଟିଏ ସଫଳ ଫିଲ୍ମ ସେ କରିଚାଲିଲେ। ଲୀନା ବହୁତ ରକ୍ଷଣଶୀଳ ଥିଲେ। ତେଣୁ ସେ ଅଭିନୟ କ୍ୟାରିୟରରେ କେବେହେଲେ ବିକିନି ପିନ୍ଧି ନ ଥିଲେ କି ଫଟୋସୁଟ୍‌ ମଧ୍ୟ କରି ନ ଥିଲେ। ତାଙ୍କର ଅଭିନୟ କ୍ୟାରିୟର ବହୁତ ଭଲ ଚାଲିଥିଲା। ଫିଲ୍ମରେ କାମ କରୁଥିବା ବେଳେ ସେ ୧୯୭୫ରେ ରାଜନୈତିକ ପରିବାରର ସିଦ୍ଧାର୍ଥ ବନ୍ଦୋଦକରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କ ବେଶିଦିନ ତିଷ୍ଟି ନ ଥିଲା। ସିଦ୍ଧାର୍ଥଙ୍କ ଦେହରେ ଭୁଲରେ ଗୁଳି ଲାଗିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ମାତ୍ର ୨୫ ବର୍ଷ ବୟସରେ ଲୀନା ବିଧବା ହୋଇଯାଇଥିଲେ। କିଛି ଦିନ ଘରେ ରହିବା ପରେ ସେ ପୁଣିଥରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କଲେ। ଏହି ସମୟରେ ନିଜଠାରୁ ୨୧ ବର୍ଷ ବଡ ସିଙ୍ଗର କିଶୋର କୁମାରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ୧୯୮୦ ରେ ସେମାନେ ବିବାହ କଲେ। ମାତ୍ର ଲୀଲାଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ। କାରଣ କିଶୋର ପୂର୍ବରୁ ୩ ଥର ବିବାହ କରିସାରିଥିଲେ। ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ବିବାହର ଅଳ୍ପ କିଛି ବର୍ଷ ପରେ କିଶୋରଙ୍କର ମୃତ୍ୟୁ ଘଟିଲା। ଫଳlରେ ଲୀନା ପୁଣିଥରେ ବିଧବା ହେଲେ। ସେହି ସମୟରେ ତାଙ୍କର ବୟସ ମାତ୍ର ୩୭ ଥିଲା। ଶେଷଥର ପାଇଁ ଲୀନାଙ୍କୁ ୧୯୮୫ରେ ଫିଲ୍ମ ‘ସରଫୋରୋଶ’ ରେ ଦେଖିବାକୁ ମିଳିଥିଲା। ଏବେ ଲୀନା ନିଜ ପୁଅ ସହ ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri