Posted inଫୁରସତ

ଲିକ୍‌ ହେଉଛି ପୃଥିବୀର ମୂଳ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନେ ପ୍ରାଚୀନ ଲାଭାରେ ଏକ ରହସ୍ୟମୟ ଉପାଦାନ ପାଇଛନ୍ତି, ଯାହା ବିଷୟରେ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ଉପାଦାନର ଆବିଷ୍କାର ତତ୍ତ୍ୱକୁ ଆଗେଇ ନେଇଛନ୍ତି। ପୃଥିବୀର ମୂଳରୁ ଏକ ଲିକ୍‌ ଅଛି। କାରଣ ମିଳିଥିବା ଉପାଦାନଟି ଆମ ଗ୍ରହର ଭିତର ଅଂଶ ସହିତ ଜଡ଼ିତ ଏକ ବିରଳ ଆଇସୋଟୋପ। ସେହି ଉପାଦାନର ନାମ ହେଉଛି ହିଲିୟମ-୩। ଏହି ଆବିଷ୍କାର ପରେ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି ପରବର୍ତ୍ତୀ ସମୟରେ କ’ଣ ହେବ।

More evidence of Earth's core leaking found on Baffin Island

ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କାନାଡାର ଆର୍କଟିକ ଆର୍କିପେଲାଗୋର ବାଫିନ ଦ୍ୱୀପରେ ପ୍ରାଚୀନ ଲାଭା ପାଇଥିଲେ। ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ, ଏଥିରେ ବହୁ ପରିମାଣରେ ହିଲିୟମ ମିଳିଛି। ଯାହା ଆମ ଗ୍ରହର ମୂଳରୁ ଏକ ବିରଳ ଆଇସୋଟୋପ ଅଟେ।

ଏହାକୁ ନେଇ ଅନୁସନ୍ଧାନକାରୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଏକ ବଡ଼ ଧରଣର ବିତର୍କ ସୃଷ୍ଟି କରିଥିଲା। ଉଡ୍‌ସ୍‌ ହୋଲ ଓସେନୋଗ୍ରାଫିକ୍‌ ଇନିଷ୍ଟିଚ୍ୟୁଏଶନ ଏବଂ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଜିଓ କେମିଷ୍ଟମାନଙ୍କର ଏକ ମିଳିତ ଦଳ ବାଫିନ ଦ୍ୱୀପର ପ୍ରାଚୀନ ଲାଭା ଅନୁସନ୍ଧାନ କରିଥିଲେ।

ପ୍ରାଚୀନ ଲାଭାରେ ହିଲିୟମ-୩ ଏବଂ ହିଲିୟମ-୪ ଆଇସୋଟୋପ ମିଳିଛି। ଯେଉଁଥିରେ ହିଲିୟମ-୩ର ଅନୁପାତ ବହୁତ ଅଧିକ। ଯାହା ଏକଦା ପୃଥିବୀ ଆଗ୍ନେୟଗିରି ପଥରରେ ମିଳିଥିଲା। ଅନୁସନ୍ଧାନକାରୀ ଦଳ କହିଛନ୍ତି, ପୃଥିବୀ ସ୍ଥଳରେ ଏତେ ଉଚ୍ଚ ସ୍ତରରେ ହିଲିୟମ-୩ ଖୋଜିବା ଏକ ବଡ଼ କଥା।

ଏହାର ପ୍ରକୃତି ହେତୁ ହିଲିୟମ-୩ ବହୁତ କ୍ୱଚିତ। ଭୂପୃଷ୍ଠକୁ ଆସିବା ମାତ୍ରେ ଏହା ବାୟୁମଣ୍ଡଳରେ ଅଦୃଶ୍ୟ ହୁଏ। ଯଦି ଏହା ଭୂପୃଷ୍ଠରେ ମିଳିଥାଏ, ତେବେ ଏହା ପୃଥିବୀର ମୂଳରୁ ବାହାରିବା ସମ୍ଭାବନା ଅଧିକ। ଯଦି ହିଲିୟମ-୩ ପୃଥିବୀର ମୂଳରୁ ଆସୁଛି, ତା’ହେଲେ ଏହାର ଚାରିପାଖରେ ଥିବା ଅନ୍ୟାନ୍ୟ ପଦାର୍ଥ ନିଶ୍ଚୟ ମିଳିବ।

ଯଦି ଏହା ପ୍ରମାଣିତ ହେଲା ଯେ, ହିଲିୟମ-୩ ପ୍ରକୃତରେ ମୂଳରୁ ଲିକ୍‌ ହେଉଛି, ଏହା ବୈଜ୍ଞାନିକମାନଙ୍କୁ ମୂଳ ପଦାର୍ଥକୁ ଅଧ୍ୟୟନ କରିବାର ଏକ ଉପାୟ ପ୍ରଦାନ କରିବ ଯାହା ପୂର୍ବରୁ କେବେ ହୋଇ ନ ଥିଲା। ଉଡ୍‌ସ ହୋଲ୍‌ ଓସେନୋଗ୍ରାଫିକ୍‌ ପ୍ରତିଷ୍ଠାନର ଜିଓ କେମିଷ୍ଟ ଫରେଷ୍ଟ ହର୍ଟନ କହିଛନ୍ତି, ପୃଥିବୀର ମୂଳ ବିଷୟରେ ଆମେ ଖୁବ୍‌ କମ୍‌ ଜାଣୁ। ଏହା କୋର୍‌ ଅଧ୍ୟୟନକୁ ଉଭୟ ଆକର୍ଷଣୀୟ ଏବଂ ନିରାଶାଜନକ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?