Posted inଫୁରସତ

ଲିକ୍‌ ହେଉଛି ପୃଥିବୀର ମୂଳ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନେ ପ୍ରାଚୀନ ଲାଭାରେ ଏକ ରହସ୍ୟମୟ ଉପାଦାନ ପାଇଛନ୍ତି, ଯାହା ବିଷୟରେ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ଉପାଦାନର ଆବିଷ୍କାର ତତ୍ତ୍ୱକୁ ଆଗେଇ ନେଇଛନ୍ତି। ପୃଥିବୀର ମୂଳରୁ ଏକ ଲିକ୍‌ ଅଛି। କାରଣ ମିଳିଥିବା ଉପାଦାନଟି ଆମ ଗ୍ରହର ଭିତର ଅଂଶ ସହିତ ଜଡ଼ିତ ଏକ ବିରଳ ଆଇସୋଟୋପ। ସେହି ଉପାଦାନର ନାମ ହେଉଛି ହିଲିୟମ-୩। ଏହି ଆବିଷ୍କାର ପରେ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି ପରବର୍ତ୍ତୀ ସମୟରେ କ’ଣ ହେବ।

More evidence of Earth's core leaking found on Baffin Island

ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କାନାଡାର ଆର୍କଟିକ ଆର୍କିପେଲାଗୋର ବାଫିନ ଦ୍ୱୀପରେ ପ୍ରାଚୀନ ଲାଭା ପାଇଥିଲେ। ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ, ଏଥିରେ ବହୁ ପରିମାଣରେ ହିଲିୟମ ମିଳିଛି। ଯାହା ଆମ ଗ୍ରହର ମୂଳରୁ ଏକ ବିରଳ ଆଇସୋଟୋପ ଅଟେ।

ଏହାକୁ ନେଇ ଅନୁସନ୍ଧାନକାରୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ଏକ ବଡ଼ ଧରଣର ବିତର୍କ ସୃଷ୍ଟି କରିଥିଲା। ଉଡ୍‌ସ୍‌ ହୋଲ ଓସେନୋଗ୍ରାଫିକ୍‌ ଇନିଷ୍ଟିଚ୍ୟୁଏଶନ ଏବଂ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଜିଓ କେମିଷ୍ଟମାନଙ୍କର ଏକ ମିଳିତ ଦଳ ବାଫିନ ଦ୍ୱୀପର ପ୍ରାଚୀନ ଲାଭା ଅନୁସନ୍ଧାନ କରିଥିଲେ।

ପ୍ରାଚୀନ ଲାଭାରେ ହିଲିୟମ-୩ ଏବଂ ହିଲିୟମ-୪ ଆଇସୋଟୋପ ମିଳିଛି। ଯେଉଁଥିରେ ହିଲିୟମ-୩ର ଅନୁପାତ ବହୁତ ଅଧିକ। ଯାହା ଏକଦା ପୃଥିବୀ ଆଗ୍ନେୟଗିରି ପଥରରେ ମିଳିଥିଲା। ଅନୁସନ୍ଧାନକାରୀ ଦଳ କହିଛନ୍ତି, ପୃଥିବୀ ସ୍ଥଳରେ ଏତେ ଉଚ୍ଚ ସ୍ତରରେ ହିଲିୟମ-୩ ଖୋଜିବା ଏକ ବଡ଼ କଥା।

ଏହାର ପ୍ରକୃତି ହେତୁ ହିଲିୟମ-୩ ବହୁତ କ୍ୱଚିତ। ଭୂପୃଷ୍ଠକୁ ଆସିବା ମାତ୍ରେ ଏହା ବାୟୁମଣ୍ଡଳରେ ଅଦୃଶ୍ୟ ହୁଏ। ଯଦି ଏହା ଭୂପୃଷ୍ଠରେ ମିଳିଥାଏ, ତେବେ ଏହା ପୃଥିବୀର ମୂଳରୁ ବାହାରିବା ସମ୍ଭାବନା ଅଧିକ। ଯଦି ହିଲିୟମ-୩ ପୃଥିବୀର ମୂଳରୁ ଆସୁଛି, ତା’ହେଲେ ଏହାର ଚାରିପାଖରେ ଥିବା ଅନ୍ୟାନ୍ୟ ପଦାର୍ଥ ନିଶ୍ଚୟ ମିଳିବ।

ଯଦି ଏହା ପ୍ରମାଣିତ ହେଲା ଯେ, ହିଲିୟମ-୩ ପ୍ରକୃତରେ ମୂଳରୁ ଲିକ୍‌ ହେଉଛି, ଏହା ବୈଜ୍ଞାନିକମାନଙ୍କୁ ମୂଳ ପଦାର୍ଥକୁ ଅଧ୍ୟୟନ କରିବାର ଏକ ଉପାୟ ପ୍ରଦାନ କରିବ ଯାହା ପୂର୍ବରୁ କେବେ ହୋଇ ନ ଥିଲା। ଉଡ୍‌ସ ହୋଲ୍‌ ଓସେନୋଗ୍ରାଫିକ୍‌ ପ୍ରତିଷ୍ଠାନର ଜିଓ କେମିଷ୍ଟ ଫରେଷ୍ଟ ହର୍ଟନ କହିଛନ୍ତି, ପୃଥିବୀର ମୂଳ ବିଷୟରେ ଆମେ ଖୁବ୍‌ କମ୍‌ ଜାଣୁ। ଏହା କୋର୍‌ ଅଧ୍ୟୟନକୁ ଉଭୟ ଆକର୍ଷଣୀୟ ଏବଂ ନିରାଶାଜନକ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri