ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର

ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି। କୌଳିକ ବୃତ୍ତି ସଙ୍କଟରେ ଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରିବାର ପୋଷିବାକୁ ଅନ୍ୟ ବାଟ ନ ପାଇ ସେମାନେ ରାଜ୍ୟ ବାହାରକୁ ଯାଇଛନ୍ତି। ଗାଁ ଛାଡ଼ିଥିବା ବୁଣାକାରମାନେ ସୁରଟର ଲୁଗା ପ୍ରସ୍ତୁତକାରୀ କମ୍ପାନୀରେ କାମ କରିବାକୁ ଆଶା ରଖିଛନ୍ତି ବୋଲି ଗାଁ ଛାଡିଥିବା ବୁଣାକାର ଭରତ ଦାସ, ବାଙ୍କବିହାରୀ ଦାସ, ହରିହର ଗୁଇଁ, ଭ୍ରମରବର ଦାସ, ମାୟାଧର ଗୁଇଁ, ଜଗବନ୍ଧୁ ଦାସ, ରାକେଶ ଦାସ, ବଟକୃଷ୍ଣ ଦାସ, ରମେଶ ଗୁଇଁଙ୍କ ପରିବାର ସଦସ୍ୟମାନେ କହିଛନ୍ତି।
ଗୋପାଳପୁର ଗାଁ ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ। ଏହି ଗ୍ରାମରେ ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ କୌଳିକ ବୃତ୍ତି ଲୁଗା ବୁଣିବା। ସକାଳୁ ସଞ୍ଜ ଯାଏ ସେମାନେ ତନ୍ତରେ ବସି ଲୁଗା ବୁଣିଲେ ପରିବାର ଚଳେ। ବାତ୍ୟା ଫନୀ, ୨୦୨୦ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଓ ପରେ କରୋନା କଟକଣା ବୁଣାକାର ପରିବାର ପାଇଁ ବିପର୍ଯ୍ୟୟ ଆଣିଛି । ବନ୍ୟା ଓ ବାତ୍ୟାରେ ନଷ୍ଟ ହୋଇଯାଇଥିବା ତନ୍ତଶାଳା ଓ କଞ୍ଚାମାଲର କ୍ଷତିକୁ ଭରଣା କରିବାକୁ ବୁଣାକାରମାନେ ବିଫଳ ହୋଇଥିଲେ। ଯାହାବି ପୁଞ୍ଜି ଥିଲା ତାକୁ ଉପଯୋଗ କରି ଲୁଗା ବୁଣିଥିଲେ ମଧ୍ୟ କରୋନା କଟକଣା କାରଣରୁ ସେହି ଲୁଗା ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ରୋଜଗାର ଶୂନ୍ୟ ହୋଇଯାଇଛନ୍ତି ବୁଣାକାର ପରିବାର। ଗାଁର ଯେଉଁମାନଙ୍କ ସ୍ଥିତି ଅତି ଦୟନୀୟ ସେମାନେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଗକୁ ଆହୁରି ଅଧିକ ସଂଖ୍ୟକ ବୁଣାକାର ଗାଁ ଛାଡିବେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ବୁଣାକାରମାନଙ୍କୁ ସରକାରୀ ସହାୟତା ମିଳିପାରି ନାହିଁ। ଗତ ୨ ମାସ ତଳେ ବୁଣାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଯାଇଥିଲା। ସରକାର ବୁଣାକାରମାନଙ୍କୁ ସହାୟତା ଦିଅନ୍ତୁ ବୋଲି ଦାବି କରାଯାଇଥିଲା। ହେଲେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ବୁଣାକାରମାନେ ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି ବୋଲି ଗୋପାଳପୁର ଗ୍ରାମର ବୁଣାକାରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri