ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର

ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି। କୌଳିକ ବୃତ୍ତି ସଙ୍କଟରେ ଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରିବାର ପୋଷିବାକୁ ଅନ୍ୟ ବାଟ ନ ପାଇ ସେମାନେ ରାଜ୍ୟ ବାହାରକୁ ଯାଇଛନ୍ତି। ଗାଁ ଛାଡ଼ିଥିବା ବୁଣାକାରମାନେ ସୁରଟର ଲୁଗା ପ୍ରସ୍ତୁତକାରୀ କମ୍ପାନୀରେ କାମ କରିବାକୁ ଆଶା ରଖିଛନ୍ତି ବୋଲି ଗାଁ ଛାଡିଥିବା ବୁଣାକାର ଭରତ ଦାସ, ବାଙ୍କବିହାରୀ ଦାସ, ହରିହର ଗୁଇଁ, ଭ୍ରମରବର ଦାସ, ମାୟାଧର ଗୁଇଁ, ଜଗବନ୍ଧୁ ଦାସ, ରାକେଶ ଦାସ, ବଟକୃଷ୍ଣ ଦାସ, ରମେଶ ଗୁଇଁଙ୍କ ପରିବାର ସଦସ୍ୟମାନେ କହିଛନ୍ତି।
ଗୋପାଳପୁର ଗାଁ ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ। ଏହି ଗ୍ରାମରେ ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ କୌଳିକ ବୃତ୍ତି ଲୁଗା ବୁଣିବା। ସକାଳୁ ସଞ୍ଜ ଯାଏ ସେମାନେ ତନ୍ତରେ ବସି ଲୁଗା ବୁଣିଲେ ପରିବାର ଚଳେ। ବାତ୍ୟା ଫନୀ, ୨୦୨୦ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଓ ପରେ କରୋନା କଟକଣା ବୁଣାକାର ପରିବାର ପାଇଁ ବିପର୍ଯ୍ୟୟ ଆଣିଛି । ବନ୍ୟା ଓ ବାତ୍ୟାରେ ନଷ୍ଟ ହୋଇଯାଇଥିବା ତନ୍ତଶାଳା ଓ କଞ୍ଚାମାଲର କ୍ଷତିକୁ ଭରଣା କରିବାକୁ ବୁଣାକାରମାନେ ବିଫଳ ହୋଇଥିଲେ। ଯାହାବି ପୁଞ୍ଜି ଥିଲା ତାକୁ ଉପଯୋଗ କରି ଲୁଗା ବୁଣିଥିଲେ ମଧ୍ୟ କରୋନା କଟକଣା କାରଣରୁ ସେହି ଲୁଗା ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ରୋଜଗାର ଶୂନ୍ୟ ହୋଇଯାଇଛନ୍ତି ବୁଣାକାର ପରିବାର। ଗାଁର ଯେଉଁମାନଙ୍କ ସ୍ଥିତି ଅତି ଦୟନୀୟ ସେମାନେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଗକୁ ଆହୁରି ଅଧିକ ସଂଖ୍ୟକ ବୁଣାକାର ଗାଁ ଛାଡିବେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ବୁଣାକାରମାନଙ୍କୁ ସରକାରୀ ସହାୟତା ମିଳିପାରି ନାହିଁ। ଗତ ୨ ମାସ ତଳେ ବୁଣାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଯାଇଥିଲା। ସରକାର ବୁଣାକାରମାନଙ୍କୁ ସହାୟତା ଦିଅନ୍ତୁ ବୋଲି ଦାବି କରାଯାଇଥିଲା। ହେଲେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ବୁଣାକାରମାନେ ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି ବୋଲି ଗୋପାଳପୁର ଗ୍ରାମର ବୁଣାକାରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?