ବନ୍ୟାକୁ ଛାଡ଼ିଲେ ଆର୍ଦ୍ରଭୂମିକୁ ମିଳୁନି ମଧୁରଜଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ମହାନଦୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ଆସି ଭିତରକନିକା ଆର୍ଦ୍ରଭୂମି ସହିତ କେନ୍ଦ୍ରାପଡ଼ା ଜିଲାର ୪୧ ପଞ୍ଚାୟତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହିପରି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ନିଷ୍କାସିତ ପରେ ଆର୍ଦ୍ରଭୂମି ଭିତରକନିକାକୁ ଆବଶ୍ୟକ ମଧୁର ଜଳ ମିଳୁନାହିଁ। ଅନ୍ୟ ସମୟରେ ନଦୀ ଜଳ ସ୍ରୋତ କମିବା ଫଳରେ ଆର୍ଦ୍ରଭୂମିର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ସେହିପରି ଅଣମୌସୁମୀ ସମୟରେ ନଦୀ ମଧ୍ୟ ଦେଇ ଲୋକେ ପାଦରେ ଚାଲୁଛନ୍ତି। ଖରାଦିନେ ଭିତରକନିକାକୁ ଆବଶ୍ୟକତାଠାରୁ ମାତ୍ର ୧୫ ପ୍ରତିଶତ ମଧୁର ଜଳ ମିଳୁଛି। ଜିଲାବାସୀଙ୍କ ପାଇଁ ନଦୀ ଜଳ ପରିଚାଳନା ଏକ ଆହ୍ବାନ ପାଲଟିଥିବା ମତ ମିଳିଛି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଭାଜପା ନେତା ଭୂବନମୋହନ ଜେନା କହିଛନ୍ତି, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ସିଷ୍ଟମ୍‌ରେ କେନ୍ଦ୍ରାପଡ଼ା ଜିଲାରେ ଥିବା ୭ ନଦୀ ଓ ଅସଂଖ୍ୟ ନାଳ ଭିତରକନିକା ଆର୍ଦ୍ରଭୂମି ପାଇଁ ମଧୁର ଜଳ ପ୍ରଦାନ କରୁଛି। ସମ୍ପ୍ରତି ଏହି ନଦୀ ନାଳ ସେହି ଅଞ୍ଚଳକୁ ମଧୁର ଜଳ ଯୋଗାଣ ପାଇଁ ପର୍ଯ୍ୟାପ୍ତ ହୋଇ ପାରୁନାହିଁ। ଛତିଶଗଡ ନଦୀବନ୍ଧ ଯୋଜନା ପରେ ମହାନଦୀର ଜଳ ସ୍ରୋତ କମିଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମଧୁର ଜଳକୁ ଶିଳ୍ପ ଶୋଷୁଛି। ଜଳ ସ୍ରୋତ କମିଥିବାରୁ ଲୋକେ ଖରାଦିନେ ପାଦରେ ଚାଲି ନଦୀ ପାର ହେଉଛନ୍ତି। ଏହାବ୍ୟତୀତ କ୍ଷେତ ଓ ପାନୀୟ ଜଳ ପାଇଁ ବିଭିନ୍ନ ନଦୀରେ ପ୍ରକଳ୍ପ ହୋଇଛି। ନଦୀ ଶଯ୍ୟା ଓ ମୁହାଣ ପୋତି ହୋଇ ଯାଉଥିବା ବେଳେ ପଠା ଅଞ୍ଚଳ ବଢ଼ିଛି। କ୍ରିକ୍‌ବନ୍ଧ ଓ ବ୍ୟାରେଜ ଯୋଜନା ନ ଥିବାରୁ ଆର୍ଦ୍ରଭୂମିକୁ ଯଥେଷ୍ଟ ମଧୁର ଜଳ ମିଳି ପାରୁନାହିଁ। ଫଳରେ ହେନ୍ତାଳ ବଣ ସୃଷ୍ଟି ହୋଇ ପାରୁ ନ ଥିବାରୁ ସମୁଦ୍ର ଭୂଭାଗକୁ ମାଡି ଆସୁଛି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଗତ ୨୦୨୦ ଡିସେମ୍ବର ୧୬ରେ ରାଜନଗର ବନଖଣ୍ଡ, ଚିଲିକା ଡେଭଲପମେଣ୍ଟ ଅଥରିଟି ଓ ଜିଆଇଜେଡ ଇଣ୍ଡିଆ ପକ୍ଷରୁ ରାଜନଗର ବ୍ଲକ ଗୁପ୍ତିଠାରେ ଭିତରକନିକା ସମନ୍ବିତ ପରିଚାଳନାରେ ଜଳ ଓ ପରିବେଶ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ବୈଜ୍ଞାନିକ ଡ. ଗୁରୁଦୀପ ରସ୍ତୋଗୀ, ଖୁସ୍‌ୱନ୍ତ ସିଂ ପ୍ରମୁଖ ଯୋଗ ଦେଇ ଭିତରକନିକାରେ ମଧୁର ଜଳର ଆବଶ୍ୟକତା ନେଇ ନିଜର ମତ ରଖିଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ ଯେ, ୨୦୦୧ରେ ଭିତରକନିକା ଆର୍ଦ୍ରଭୂମିରେ ୭୪.୬୪ ପ୍ରତିଶତ ମଧୁର ଜଳ ପହଞ୍ଚୁଥିଲା। ଏବେ ଏହି ଜଳର ପରିମାଣ ୪୬ ପ୍ରତିଶତରେ ପହଞ୍ଚତ୍ଛି। ଜଳ ଉପଲବ୍ଧି ସମ୍ପର୍କରେ ମଡେଲକୁ ଅନୁଧ୍ୟାନ କଲେ ବ୍ରାହ୍ମଣୀ ଅବବାହିକାରେ ଥିବା ଜଳ ପରିମାଣ ୨୦୦୧ରେ ୭୯ ପ୍ରତିଶତ ଥିବା ବେଳେ ୨୦୫୧ରେ ଏହା କମିଯାଇ ୩୧ ପ୍ରତିଶତରେ ରହିବ। ଏବେ ଅଣମୌସୁମୀ ସମୟରେ ମାତ୍ର ୧୫ ପ୍ରତିଶତ ମଧୁର ଜଳ ଏହି ଆର୍ଦ୍ରଭୂମିକୁ ପହଞ୍ଚୁଛି। କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ, ଜନସଂଖ୍ୟା, ସହରୀକରଣକୁ ଦୃଷ୍ଟିରେ ରଖିଲେ ଭିତରକନିକାକୁ ବଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ଅନୁଧ୍ୟାନ ଆବଶ୍ୟକ ବୋଲି ନାୟକ କହିଛନ୍ତି। ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ୨୦୦୩ରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ପକ୍ଷରୁ ଭିତରକନିକା ଜୈବ ବିବିଧତା ସମ୍ପର୍କରେ ପରିବେଶ ଓ ଏହାର ଉତ୍ସ ସମ୍ପର୍କରେ ମୂଲ୍ୟାୟନ ହୋଇଥିଲା। ଏହି ରିପୋର୍ଟରେ ଆର୍ଦ୍ରଭୂମି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ସହ ବନ୍ୟ ପରିବେଶ, ବନ୍ୟ ଜୀବ, ସାମୁଦ୍ରିକ ଜୀବ ସମ୍ପର୍କରେ ଅନୁଧ୍ୟାନ ହୋଇଥିଲା। ଭିତରକନିକା ଜୈବ ବିବଧତାକୁ ମଧୁର ଜଳ ବଞ୍ଚାଇ ରଖିଥିବା ଏଥିରେ ପ୍ରକାଶ ପାଇଛି। ସେହିପରି ବନ୍ୟା ଜଳ ନିୟନ୍ତ୍ରଣ ପାଇଁ ଭାରତ ସରକାରଙ୍କ ଜଳ ଉତ୍ସ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ଡିସେମ୍ବରରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଶଯ୍ୟା ତଳମୁଣ୍ଡରେ ପୋତି ହେଉଛି। ବିଭିନ୍ନ ସ୍ଥାନରେ ପଠା ଅଧିକ ବଢ଼ିଯିବା ଯୋଗୁ ଜଳ ଧାରଣ କ୍ଷମତା କମିଛି। ସେହିପରି ମୁହାଣ ଅଞ୍ଚଳକୁ ଖୋଳାଯିବା ପ୍ରସ୍ତାବ ରହିଛି। ତଳ ମୁଣ୍ଡରେ ନଦୀବନ୍ଧକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ନଦୀ ଜଳ ପରିଚାଳନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପାଇଁ ଆହ୍ବାନ ସାଜିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?