ଛାଡ଼ ହୋ ଛାଡ଼

ଦ୍ୱିତୀ ଚନ୍ଦ୍ର ସାହୁ

କାହାକୁ ଛାଡିବେ ! କ’ଣ ଛାଡିବେ ! ଛାଡ଼ିବା କଥା କହିଲେ ସତରେ କିଏ ଆଜିକାଲି ସହଜରେ ଗ୍ରହଣ କରେ କି। ଏସବୁର ଉତ୍ତର ପାଇବାକୁ ହେଲେ ନିଜ ନିଜ ସ୍ତରରେ ଦୃଷ୍ଟି ପହଁରାଇବାକୁ ପଡିବ। ନିଜର କାର୍ଯ୍ୟଗୁଡିକର ସମୀକ୍ଷା କରିବାକୁ ହେବ। ଆମେ କେତେ ଉଦାର ହୋଇପାରିଛୁ। ସତରେ ଆମେ କ’ଣ ଛାଡିବା ଜନ୍ତୁ। ବାଘ ହାବୁଡରେ ପଡିଲେ ସେ ଶିକାରକୁ ସହଜରେ ଛାଡେନି। ଗୋଡେଇ ଗୋଡେଇ ହାଲିଆ କରି ତାକୁ ମାରେ। ଯାହା ହେଉ ପଛେ ଅଜଗର ନିଜ ଶରୀରଠାରୁ ବଡ ଆକାରର ଶିକାରକୁ  ଗିଳି ଦେଇ ନିର୍ଦ୍ଦିଷ୍ଟ ଜାଗାରେ ପଡି ରହେ। ପିମ୍ପୁଡିଟିଏ ନିଜ ଆକାର ବଡ ଖାଦ୍ୟକୁ ନେବାରେ ସାମର୍ଥ୍ୟ ନ ଥିଲେ ସୁଦ୍ଧା ତାକୁ ଟେକି ଥୋଇ ନିଜ ଗାତକୁ ନେଇଯାଏ। ଗୋବର ପୋକଟି ନିଜ ପାରିବାଠାରୁ ବଡ ଆକାରର ଗୋବରକୁ ଗଡେଇ ଗଡେଇ ନିଏ। ପଶୁପକ୍ଷୀ ଭିତରେ ଯେତେବେଳେ ଏଇ ମାନସିକତା ମଣିଷ ସର୍ବଶକ୍ତିମାନ ହୋଇ ସତରେ କ’ଣ ଛାଡିବା ଜୀବଟିଏ ! ସେ କେବେ କୋଉଠି ଛାଡେନି। ହିସାବ ବରାବର କରେ। ଠିକ ଜବାବ ଫେରାଏ। ଅଧିକା ମାଡିବସେ। ଖାଲିସ୍ଥାନ ହେବା ପୂର୍ବରୁ ନିଜ ଆସନକୁ ପକ୍କା କରେ। କ୍ଷମତା ପାଇଁ ଆଗରୁ ସଜବାଜ କରେ। ଆବଶ୍ୟକତା ନ ଥିଲେ ବି ମିଳିଲେ ବୋହି ନିଏ। ନ ମିଳିଲେ ବି ଚତୁରତାର ସହ ମିଳିବା ପାଇଁ ବାଟ ବାହାର କରେ। ଅନ୍ୟକୁ ଠେସି ନିଜେ ସୁରକ୍ଷିତ ହେବା ପାଇଁ ଯୋଜନା କରେ।

ମଣିଷର ଏସବୁ ଆତୁରପଣ, ଲୋଭ, ମୋହର ଗୋଟିଏ ଗୋଟିଏ ସ୍ବରୂପ। ଆଜିକା ମଣିଷ ଭାରି ହିସାବୀ। ଖାଲି ହିସାବୀ ନୁହଁ ସ୍ବାର୍ଥପର, ଗର୍ବୀ, ଲୋଭୀ ସର୍ବୋପରି ଅବିବେକୀ ମଧ୍ୟ। ଏସବୁ ତା’ର ଅଲକ୍ଷ୍ୟରେ ହୋଇଯାଏ। ଆଉ କେତେକ କ୍ଷେତ୍ରରେ ନିଜର ଅବଦମିତ ଇଚ୍ଛା ତାକୁ ସେସବୁ କରିବାକୁ ବାଧ୍ୟ କରାଏ। ତା’ର ଚାରିପଟର ମଣିଷମାନେ ଅହରହ ଯାହା କରିଆସୁଛନ୍ତି ସେସବୁକୁ ଦେଖି ପରପିଢିର ମଣିଷଟି କେତେବେଳେ ସେ ରାସ୍ତା ଧରିଦେଇଥାଏ ଜାଣିପାରେନା। କହିବାକୁ ଗଲେ ପିଲାଦିନୁ ପରିବାରରୁ ତା’ର ଏ ସ୍ବଭାବ ଜାଗ୍ରତ ହୋଇସାରିଥାଏ।  ବିଦ୍ୟାଳୟରେ ପାଦ ଦେଲାବେଳକୁ ପ୍ରଥମ ହେବାର ନିଶା ତାକୁ ଏମିତି କିଛି କରିବାକୁ ବାଧ୍ୟ କରାଏ। ଯେଉଁମାନେ ବିଦ୍ୟାଳୟ ପିଣ୍ଡା ମାଡନ୍ତିନି ଜୀବନଜୀବିକାର ଦାୟରେ ଅନ୍ୟ ଦିଗରେ ଏଇ ମାନସିକତାରେ ସକ୍ରିୟ ହୋଇ ଉଠନ୍ତା ବୟସ ବଢିଗଲେ ଅନୁଭବ ଓ ଅଭିଜ୍ଞତାର ଫେଣ୍ଟାଫେଣ୍ଟି ଶକ୍ତି ତାକୁ ଆଗକୁ ଆଗକୁ ବଡ ବଡ କାର୍ଯ୍ୟ ସିଦ୍ଧି ଲାଗି ସାହସ ଯୋଗାଏ। ମାରି ଗୋଡେଇବା, ଟାଣି ଆଣିବା, ବଳ ପ୍ରୟୋଗ କରିବା, କୌଶଳରେ ହାସଲ କରିବା, ଛଳନା କରିବା, କୂଟନୀତି ପ୍ରୟୋଗ କରିବା ସର୍ବୋପରି ରାସ୍ତାରୁ ହଟେଇ ନିଜର ଅଭିଳାଷା ପୂରଣ କରନ୍ତି । ନିଜ ସ୍ତରରେ କାହାକୁ ଛାଡିବାର ନାହିଁ। କିଛି ବି ଛାଡିବାର ନାହିଁ। ପଛ ଲୋକ ପ୍ରତି ଉଦାରତା ନାହିଁ।

ଆଗ ମଣିଷ ପ୍ରତି ଦୟା ନାହିଁ। ନିଜେ ସଂଯମ ବି ନାହିଁ।

ଏଇକ୍ରମରେ ଆମେ ମାତିଛୁ। କାନ୍ଦୁଛୁ ଓ ବାନ୍ଧୁଛୁ।

ଏଥିରେ ଆମକୁ କେହି ବି କହିବାକୁ ହେବନି। କେହି ବାଧା ଦେବାକୁ ହେବନି। ଅଥଚ ଆମେ ସମସ୍ତଙ୍କୁ  କଷ୍ଟ ଦେଇପାରିବୁ। ଯାହା ଇଚ୍ଛା ତାହା କରିପାରିବୁ।

ନିଜ ପାଇଁ ଗୋଟିଏ କଥା। ଅନ୍ୟ ପାଇଁ ଅଲଗା ସୂତ୍ର।

ବଡ ବିଚିତ୍ର ସତରେ ଆମ ମାନସିକତା। ଆଗକୁ ଆଗକୁ ମାଡିବାର ମୋହରେ ଆମେ କିଛି ବି ଛାଡୁ ନାହୁଁ। ସମ୍ପର୍କ, ସାଧୁତା, ନିଷ୍ଠା, ସତ୍ୟ, ଉଦାରତା ଓ ମାନବିକତାକୁ ପାଦରେ ଦଳିଦେବାକୁ ବି ଭୁଲିପାରୁନୁ। ସବୁଠାରୁ ବଡ କଥା ହେଲା ଆମେ ଯାହାଠାରୁ ଉପକାର ପାଉ ପ୍ରଥମେ ତାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁ।

ତେବେ ନିଜ ସ୍ତରରେ ଏଭଳି ମାନସିକତା ରହିବା ସତ୍ତ୍ୱେ ଆମେ କିନ୍ତୁ ଢେର ପରାମର୍ଶ ଦେଉ ଅନ୍ୟକୁ।

ଏମିତି କି ଯେଉଁ ବ୍ୟକ୍ତିକୁ ଗୋଇଠା ମାରି ନିଜେ ଆଗକୁ ବଢିଆସୁ ତାକୁ ପଛରେ ଯାଇ ସବୁକିଛି ଉଦାର ହୃଦୟରେ ଭୁଲିବାକୁ କହୁ। ଗୋଇଠା ମାରି ବିଷ୍ଣୁ କହିବା ଲାଗି ନିବେଦନ କରୁ। ଯାହା କିଛି ଘଟି ଯାଇଛି ସେସବୁକୁ ଛାଡିଦେବାକୁ ବିଚିତ୍ର ମନ୍ତ୍ର ଦେଉ।

ମନରୁ ସେସବୁ ଲିଭେଇ ଦେଇ ଆଗକୁ ନୂଆ ଉର୍ଜା ନେଇ କାମ କରିବାକୁ ପରାମର୍ଶ ଦେଉ। ନିଜ ଭିତରେ ଶଢି ମରୁଥିବା ମଣିଷଟି ଏସବୁ ଶୁଣିବା ପରେ କେତେ ବିନୟ ହୋଇପାରିବ ଆପଣମାନେ ଅନୁମାନ କରିପାରୁଥିବେ। ଯଦିଓ କଥା ମାଜିଲେ ମୋଟ ତଥାପି ଅତୀତକୁ ଛାଡିବା ସେତେ ସହଜ ନୁହେଁ।

ସମ୍ଭବତଃ ଆମ ଭିତରେ ଜାତ ସଂଘାତ ଓ ଅନ୍ତର୍ଦ୍ୱନ୍ଦ୍ୱ ଆମକୁ ଛାଡିବାକୁ କୁହେନି। କିନ୍ତୁ ସବୁ ଖରାପକୁ ଛାଡିବା ଭଲ। ନିଜକୁ ଶାନ୍ତତିରେ ବଞ୍ଚିବା ସହ ବଢିବାକୁ ସୁଯୋଗ ଦିଏ। ଏଇ ମର୍ମ କଥାକୁ କେତେ ବୁଝୁଛୁ ଆମେ ! ସୁତରାଂ ନିଜ ନିଜ ସ୍ତରରେ ନିଷ୍ପତ୍ତି ଗ୍ରହଣ କରନ୍ତୁ ସତରେ କ’ଣ ଛାଡିବା ଓ କାହାକୁ ଛାଡିବା! ଆଉ ନିଜେ ଧର୍ମ, ନ୍ୟାୟ ଓ ନିଷ୍ଠାକୁ ଅନୁପାଳନ କରି ଆମେ ଅନ୍ୟକୁ କେତେ କହିପାରିବା  ଛାଡ଼ ହୋ ଛାଡ !

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri