୩୦ ବର୍ଷ ପାଇଁ ଲିଜ୍‌ ମିଳିଛି: ଲିଜ୍‌ଧାରୀ

ଯାଜପୁର ଅଫିସ,୪।୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୨୦.୦୪ ଏକର ଜମି ଜବରଦଖଲ ଅଭିଯୋଗ ମାମଲା ଏବେ ଭିନ୍ନମୋଡ ନେଇଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି ହେବା ପରେ ପାରାଦୀପ ପୋର୍ଟ ଅଥରିଟିର ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ୨୩ା୮ା୨୦୨୨ ତଦନ୍ତ କରାଯିବ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ପତ୍ର ଲେଖି ସହଯୋଗ କାମନା କରିଛନ୍ତି। ଅନ୍ୟପକ୍ଷେ ଉପରୋକ୍ତ ଜମି ଉପରେ ସୁପ୍ରିମକୋର୍ଟ ୨୦୧୬ରୁ ଦୀର୍ଘମିଆଦୀ ସୂତ୍ରରେ ୩୦ ବର୍ଷ ପାଇଁ ଲିଜ୍‌ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ କାଗଜପତ୍ର ଯାଞ୍ଚ ନ କରି କିପରି ବିଭାଗୀୟ ଭିଜିଲାନ୍ସ ତଦନ୍ତ କରାଯାଉଛି ସେ ନେଇ ଲିଜ୍‌ଧାରୀ ଶ୍ରୀବାସ ଜେନା ପ୍ରଶ୍ନ କରିଛନ୍ତି। ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି, ୨୦୧୨ର ପୁରୁଣା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ତଥ୍ୟକୁ ଭିତ୍ତିକରି ଏଭଳି ପଦକ୍ଷେପ ଗ୍ରହଣ କରିବା ତାଙ୍କୁ ମାନସିକ ଭାବେ ଆଘାତ ଦିଆଯାଉଛି ବୋଲି କହିଛନ୍ତି। ସେ ୨୦.୦୪ ଏକର ଜମିକୁ ୮୭ ଲକ୍ଷ ୨୫ ହଜାର ଟଙ୍କାରେ ୨୦୧୬ରୁ ୨୦୪୬ ପର୍ଯ୍ୟନ୍ତ ଲିଜ୍‌ ନେଇଥିବାର ଦାବି କରିଛନ୍ତି। ୨୦୧୫ରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ୨୦୧୬ରୁ ପାରାଦୀପ ବନ୍ଦର ତାଙ୍କୁ ଲିଜ୍‌ ଦେଇଛନ୍ତି। ଏପରିକି ପାରାଦୀପ ବନ୍ଦର ଟ୍ରଷ୍ଟର ଆସିଷ୍ଟାଣ୍ଟ ଏଷ୍ଟେଟ ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୨୮୬୪/୨୯ା୭ା୨୨ରେ ୨୦.୦୪ ଏକର ଜମିର ଲିଜ୍‌ ଭଡା ବାବଦକୁ ୨ ଲକ୍ଷ ୨ ହଜାର ୮୦୮ ଟଙ୍କା ୧୫ ଦିନ ମଧ୍ୟରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ପଇଠ କରାଯାଇଛି ବୋଲି ଜେନା କହିଛନ୍ତି।
ଯେ, ଧର୍ମଶାଳା ତହସିଲ ବ୍ରହ୍ମପୁରଶାସନ ଗ୍ରାମର ଖାତା ନମ୍ବର ୨୨୨ ଓ ପ୍ଲଟ ନମ୍ବର ୪୧୬, ୪୧୯, ୪୫୫, ୪୫୯ ଓ ୪୭୨ରେ ସମୁଦାୟ ୩୪.୪୬ ଏକର ଜମି ପାରାଦୀପ ବନ୍ଦର ଟ୍ରଷ୍ଟରେ ନାମରେ ରହିଛି। ଏଥିରୁ ୨୦.୦୪ ଏକର ଜମିକୁ ୧ା୧୧ା୨୦୦୭ରେ ଲାଇସେନ୍ସ ସୂତ୍ରରେ ୬ ବର୍ଷ ପାଇଁ ଶ୍ରୀବାସ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେତେବେଳେ ଶ୍ରୀବାସ ଜେନାଙ୍କ ସହିତ କୌଣସି ଲିଜ୍‌ ଏଗ୍ରିମେଣ୍ଟ ହୋଇ ନ ଥିଲା। ତେବେ ଲାଇସେନ୍ସ ଚୁକ୍ତିର ଉଲ୍ଲଂଘନ କରିବାରୁ ୮ା୨ା୨୦୧୨ରେ ପାରାଦୀପ ବନ୍ଦର ଟ୍ରଷ୍ଟ କର୍ତ୍ତୃପକ୍ଷ ଜମି ନିଜ ହାତକୁ ନେଇ ଲାଇସେନ୍ସକୁ ବାତିଲ କରିଥିଲେ। ହେଲେ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଜମିରେ କୌଣସି କାର୍ଯ୍ୟ ନ କରିବାରୁ ଏଯାଏ ଜମି ଜେନାଙ୍କ କବଜାରେ ରହିଛି। ଏହାପରେ ଜେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷେ ବାକି ୧୪.୪୨ ଏକର ଜମିର ଚିହ୍ନଟ ହୋଇ ପାରି ନ ଥିବାବେଳେ ତାହାର କୌଣସି ପତ୍ତା ମିଳୁନାହିଁ ବୋଲି ପାରାଦୀପ ବନ୍ଦର ଟ୍ରଷ୍ଟର ତତ୍କାଳୀନ ସହକାରୀ ସମ୍ପାଦକ ଏ.କେ. ସାମଲ ଆରଟିଆଇ ତଥ୍ୟରେ ଉଲ୍ଲେଖ କରିଥିଲେ। ଏହି ୧୪.୪୨ ଏକର ଜମି ଏବେ କାହା ହାତରେ ରହିଛି ତାହା ତଦନ୍ତସାପେକ୍ଷ। ଏହା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ବୋଲି ଲିଜ୍‌ଧାରୀ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri