ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର କାରଣ ସାଜିଛି ା ଗତ ୩୦ ତାରିଖରେ ପେଟ୍ରୋ କେମିକାଲ ପ୍ଲାଣ୍ଟ ନିବେଶ ଅଞ୍ଚଳର ସମ୍ଭାବ୍ୟ ପରିବେଶ ପ୍ରଭାବ ନେଇ ମହାକାଳପଡ଼ା ବ୍ଲକ୍‌ ବାୟା ବାବା କଲେଜରେ ଏକ ଜନଶୁଣାଣାଣୀ ଅନୁଷ୍ଠିତ ହୋଇଥିଲା ା ଏଥିରେ ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ମାନେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ା ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ଏହି ଜିଲାରେ ଜଳ ସଙ୍କଟ ସହ ପ୍ରଦୂଷଣ ବଢ଼ୁଛି ବୋଲି ମତ ରଖିଥିଲେ ା
ଏହି ଅବସରରେ ପରିବେଶବିତ୍‌ମାନେ ଦର୍ଶାଇଥିଲେ, କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ପାଇଁ ବର୍ଷକୁ ୮୬.୨୬ ମିଲିୟନ କ୍ୟୁବିକ ମିଟର ଜଳ ଉଠାଯାଉଛି। ସେହିପରି ଶିଳ୍ପ ପ୍ରଦୂଷଣରେ ଅନୁଗୋଳ ଓ ଭିତରକନିକା ମଧ୍ୟରେ ଥିବା ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି କେନ୍ଦ୍ର ପର୍ଯ୍ୟାବରଣ ବିଭାଗର ରିପୋର୍ଟରୁ ପ୍ରକାଶ ପାଇଛି। ଭିତରକନିକା ଜୈବ ବିବିଧତା ଓ ଏହାର ସମନ୍ବିତ ପରିଚାଳନା ସମ୍ପର୍କରେ ଗବେଷଣା କରୁଥିବା ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ ଓ ଅଧ୍ୟାପକ କ୍ଷିତିଶ କୁମାର ସିଂହ କହିଛନ୍ତି, ଭିତରକନିକା ପରିବେଶ ଏବେ ଉଦ୍‌ବେଜନକ ସ୍ଥିତି ଆଡକୁ ଯାଉଛି। ପ୍ରତିଦିନ ଏହି ଆଦ୍ରଭୂମିରେ ଜମା ହେଉଥିବା ପ୍ରଦୂଷିତ ଜଳ ଜୀବଜଗତ ପ୍ରତି ବିପଦ ସାଜିଛି ା କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ପକ୍ଷରୁ ୨୦୦୮ରେ ବ୍ରାହ୍ମଣୀ, ବୈତରଣୀ ଅବବାହିକାର ଜଳ ସମ୍ପର୍କରେ ଅନୁଧ୍ୟାନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିସହିତ ଭିତରକନିକାକୁ ପ୍ରବେଶ କରୁଥିବା ଜଳ ଉତ୍ସ ଉପରେ ନିର୍ଭର କରୁଥିବା ଲୁହା ଓ ଆଲୁମିନିୟମ ଶିଳ୍ପ, ସିମେଣ୍ଟ, ଫେରୋକ୍ରମ, ସାର କାରଖାନା ଆଦିର ଜଳ ଗ୍ରହଣ ଓ ପ୍ରଦୂଷିତ ଜଳ ପ୍ରେରଣକୁ ନେଇ ଅନୁଧ୍ୟାନ ହୋଇଥିଲା ା ଏହି ଅନୁଧ୍ୟାନରେ ବ୍ରାହ୍ମଣୀ ଜଳ ଶିଳ୍ପ ପାଇଁ ଅଧିକ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି ା ଏପରିକି ଅନୁଗୋଳଠାରେ ପାଣି ନମୁନା ଓ ଭିତରକନିକା ପାଣି ନମୁନା ମଧ୍ୟରେ ୧୦ ଗୁଣ ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ା ଭିତରକନିକା ଜୈବ ବିବିଧତା ସୁରକ୍ଷାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଜଳ ଗୁରୁତ୍ୱ ବହନ କରୁଛି ା ତେବେ ଏଥିମଧ୍ୟରୁ ସର୍ବାଧିକ ଜଳ ବ୍ରାହ୍ମଣୀ ନଦୀ ଯୋଗାଇଥାଏ ା ଏହି ନଦୀ ଅବବାହିକାରେ ଜନସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି ା ଶିଳ୍ପରୁ ବାହାରୁଥିବା ଫ୍ଲାଏ ଆଶ ବା ଉଡନ୍ତା ପାଉଁଶର ନିୟନ୍ତ୍ରଣ ପାଇଁ ଜଳର ଆବଶ୍ୟକତା ଅଛି ା ଶିଳ୍ପ ଓ ଖଣି କାର୍ଯ୍ୟ ପାଇଁ ବର୍ଷକୁ ୮୬.୨୬ ଏମ୍‌ସିଏମ୍‌ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ ହେଉଛି। ନଦୀ ଅବବାହିକାରେ ଥିବା ଅନୂନ୍ୟ ୧୦ ଖଣି ପାଇଁ ଦୈନିକ ୧୫,୮୦୦ କିଲୋ ଲିଟର ଜଳ ବ୍ୟବହାର ହେଉଛି ା ଏହାବ୍ୟତିତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ ଓ ଚାଷ ପାଇଁ ମେଗା ପ୍ରକଳ୍ପମାନ ପ୍ରତିଷ୍ଠା ହୋଇଛି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ଜଳ ନଦୀକୁ ବିଷାକ୍ତ କରୁଥିବା ବେଳେ ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ନଦୀରେ ଜଳ ସଙ୍କଟ ଆରମ୍ଭ ହୋଇଛି ା
କେନ୍ଦ୍ରୀୟ ବିଭାଗର ୨୦୧୩ ରିପୋର୍ଟ ମଧ୍ୟ ଅନୁରୂପ ମତ ଉଲ୍ଲେଖ କରିଛି। ଭିତରକନିକାରେ ଜମା ହେଉଥିବା ବିଷାକ୍ତ ଜଳ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ସମେତ ଜୈବ ବିବିଧତାର ବିପଦ ସାଜିଛି ା ବିଷାକ୍ତ ଜଳର ନିରାକରଣ ବ୍ୟବସ୍ଥା ସମ୍ପର୍କରେ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ ା ଏପରିକି ନିକଟରେ ଥିବା ଧାମରା ଓ ପାରାଦୀପ ବନ୍ଦରକୁ ବଡ଼ ଜାହାଜ ଓ ନିକଟସ୍ଥ ଅଏଲ ରିପାଇନାରୀରୁ ତେଲ ଲିକ୍‌ ହେବାର ସମ୍ଭାବନା ଅଛି ା ଏହି ବିପଦରୁ ମୁକ୍ତ ପାଇଁ ଓ ଜୈବ ବିବିଧତା ସମନ୍ବିତ ପରିଚାଳନା ପାଇଁ ପର୍ଯ୍ୟାବରଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗବେଷକମାନେ ମତ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?