ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର କାରଣ ସାଜିଛି ା ଗତ ୩୦ ତାରିଖରେ ପେଟ୍ରୋ କେମିକାଲ ପ୍ଲାଣ୍ଟ ନିବେଶ ଅଞ୍ଚଳର ସମ୍ଭାବ୍ୟ ପରିବେଶ ପ୍ରଭାବ ନେଇ ମହାକାଳପଡ଼ା ବ୍ଲକ୍‌ ବାୟା ବାବା କଲେଜରେ ଏକ ଜନଶୁଣାଣାଣୀ ଅନୁଷ୍ଠିତ ହୋଇଥିଲା ା ଏଥିରେ ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ମାନେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ା ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ଏହି ଜିଲାରେ ଜଳ ସଙ୍କଟ ସହ ପ୍ରଦୂଷଣ ବଢ଼ୁଛି ବୋଲି ମତ ରଖିଥିଲେ ା
ଏହି ଅବସରରେ ପରିବେଶବିତ୍‌ମାନେ ଦର୍ଶାଇଥିଲେ, କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ପାଇଁ ବର୍ଷକୁ ୮୬.୨୬ ମିଲିୟନ କ୍ୟୁବିକ ମିଟର ଜଳ ଉଠାଯାଉଛି। ସେହିପରି ଶିଳ୍ପ ପ୍ରଦୂଷଣରେ ଅନୁଗୋଳ ଓ ଭିତରକନିକା ମଧ୍ୟରେ ଥିବା ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି କେନ୍ଦ୍ର ପର୍ଯ୍ୟାବରଣ ବିଭାଗର ରିପୋର୍ଟରୁ ପ୍ରକାଶ ପାଇଛି। ଭିତରକନିକା ଜୈବ ବିବିଧତା ଓ ଏହାର ସମନ୍ବିତ ପରିଚାଳନା ସମ୍ପର୍କରେ ଗବେଷଣା କରୁଥିବା ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ ଓ ଅଧ୍ୟାପକ କ୍ଷିତିଶ କୁମାର ସିଂହ କହିଛନ୍ତି, ଭିତରକନିକା ପରିବେଶ ଏବେ ଉଦ୍‌ବେଜନକ ସ୍ଥିତି ଆଡକୁ ଯାଉଛି। ପ୍ରତିଦିନ ଏହି ଆଦ୍ରଭୂମିରେ ଜମା ହେଉଥିବା ପ୍ରଦୂଷିତ ଜଳ ଜୀବଜଗତ ପ୍ରତି ବିପଦ ସାଜିଛି ା କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ପକ୍ଷରୁ ୨୦୦୮ରେ ବ୍ରାହ୍ମଣୀ, ବୈତରଣୀ ଅବବାହିକାର ଜଳ ସମ୍ପର୍କରେ ଅନୁଧ୍ୟାନ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିସହିତ ଭିତରକନିକାକୁ ପ୍ରବେଶ କରୁଥିବା ଜଳ ଉତ୍ସ ଉପରେ ନିର୍ଭର କରୁଥିବା ଲୁହା ଓ ଆଲୁମିନିୟମ ଶିଳ୍ପ, ସିମେଣ୍ଟ, ଫେରୋକ୍ରମ, ସାର କାରଖାନା ଆଦିର ଜଳ ଗ୍ରହଣ ଓ ପ୍ରଦୂଷିତ ଜଳ ପ୍ରେରଣକୁ ନେଇ ଅନୁଧ୍ୟାନ ହୋଇଥିଲା ା ଏହି ଅନୁଧ୍ୟାନରେ ବ୍ରାହ୍ମଣୀ ଜଳ ଶିଳ୍ପ ପାଇଁ ଅଧିକ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି ା ଏପରିକି ଅନୁଗୋଳଠାରେ ପାଣି ନମୁନା ଓ ଭିତରକନିକା ପାଣି ନମୁନା ମଧ୍ୟରେ ୧୦ ଗୁଣ ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ା ଭିତରକନିକା ଜୈବ ବିବିଧତା ସୁରକ୍ଷାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଜଳ ଗୁରୁତ୍ୱ ବହନ କରୁଛି ା ତେବେ ଏଥିମଧ୍ୟରୁ ସର୍ବାଧିକ ଜଳ ବ୍ରାହ୍ମଣୀ ନଦୀ ଯୋଗାଇଥାଏ ା ଏହି ନଦୀ ଅବବାହିକାରେ ଜନସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି ା ଶିଳ୍ପରୁ ବାହାରୁଥିବା ଫ୍ଲାଏ ଆଶ ବା ଉଡନ୍ତା ପାଉଁଶର ନିୟନ୍ତ୍ରଣ ପାଇଁ ଜଳର ଆବଶ୍ୟକତା ଅଛି ା ଶିଳ୍ପ ଓ ଖଣି କାର୍ଯ୍ୟ ପାଇଁ ବର୍ଷକୁ ୮୬.୨୬ ଏମ୍‌ସିଏମ୍‌ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ ହେଉଛି। ନଦୀ ଅବବାହିକାରେ ଥିବା ଅନୂନ୍ୟ ୧୦ ଖଣି ପାଇଁ ଦୈନିକ ୧୫,୮୦୦ କିଲୋ ଲିଟର ଜଳ ବ୍ୟବହାର ହେଉଛି ା ଏହାବ୍ୟତିତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ ଓ ଚାଷ ପାଇଁ ମେଗା ପ୍ରକଳ୍ପମାନ ପ୍ରତିଷ୍ଠା ହୋଇଛି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ଜଳ ନଦୀକୁ ବିଷାକ୍ତ କରୁଥିବା ବେଳେ ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ନଦୀରେ ଜଳ ସଙ୍କଟ ଆରମ୍ଭ ହୋଇଛି ା
କେନ୍ଦ୍ରୀୟ ବିଭାଗର ୨୦୧୩ ରିପୋର୍ଟ ମଧ୍ୟ ଅନୁରୂପ ମତ ଉଲ୍ଲେଖ କରିଛି। ଭିତରକନିକାରେ ଜମା ହେଉଥିବା ବିଷାକ୍ତ ଜଳ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ସମେତ ଜୈବ ବିବିଧତାର ବିପଦ ସାଜିଛି ା ବିଷାକ୍ତ ଜଳର ନିରାକରଣ ବ୍ୟବସ୍ଥା ସମ୍ପର୍କରେ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ ା ଏପରିକି ନିକଟରେ ଥିବା ଧାମରା ଓ ପାରାଦୀପ ବନ୍ଦରକୁ ବଡ଼ ଜାହାଜ ଓ ନିକଟସ୍ଥ ଅଏଲ ରିପାଇନାରୀରୁ ତେଲ ଲିକ୍‌ ହେବାର ସମ୍ଭାବନା ଅଛି ା ଏହି ବିପଦରୁ ମୁକ୍ତ ପାଇଁ ଓ ଜୈବ ବିବିଧତା ସମନ୍ବିତ ପରିଚାଳନା ପାଇଁ ପର୍ଯ୍ୟାବରଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗବେଷକମାନେ ମତ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ

ଭୁବନେଶ୍ବର, ୧ା୪(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ଅନୁମୋଦନ ଲାଭ...

ଶେଷ ପର୍ଯ୍ୟାୟରେ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା: କାଲିଠୁ ଖୋଲିବ ଭିତରକନିକା

ରାଜନଗର,୪।୧(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୨୯ ତାରିଖଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ଏ ନେଇ...

ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି...

ରାଜ୍ୟରେ ବଢ଼ିପାରେ ବସ୍‌ ଭଡ଼ା

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା ବଢ଼ିବ। ତୈଳ ଦର ବୃଦ୍ଧି ପାଉଥିବା ବେଳେ ସରକାର ଖୁବଶୀଘ୍ର ବସ ଭଡା ବୃଦ୍ଧି କରିବା ଜରୁରୀ ବୋଲି ବୁଧବାର...

ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

ଫିରିଙ୍ଗିଆ, ୨୩ା୨- ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧିନରେ ଥିବା ବାଲନ୍ଦାପଡା ଏବଂ ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ବହୁ ଦିନ ହେଲା ଡାକ୍ତର...

ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ...

କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମୃତ୍ୟୁ ଘଟଣା: ପ୍ରଧାନ ଓ୍ବାର୍ଡନ ନିଲମ୍ବିତ, ଶିକ୍ଷୟିତ୍ରୀ ବହିଷ୍କାର

ମୁନିଗୁଡ଼ା,୧୩।୭:  ମୁନିଗୁଡ଼ା  ଜିଲା   ରାୟଗଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ  ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।...

ସରବନ୍ତର ଶ୍ରୀପତିତପାବନ ଯାତ୍ରା

ସରବନ୍ତ ଗଁାଟି ଜଗତ୍‌ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ...

Advertisement
Archives

Model This Week