ବୀମା ଟଙ୍କା ପାଇବାକୁ ଚୋରି ନାଟକ, ୟୁଟ୍ୟୁବ୍‌ରୁ ଶିଖିଥିଲେ କୌଶଳ, ଏମିତି ପଡ଼ିଲେ ଧରା…

ଭୁବନେଶ୍ୱର,୩୧ା୧୦(ସତ୍ୟଜିତ ରାଉତ): ବ୍ୟବସାୟରେ କ୍ଷତି ହେବାରୁ ଦେଇପାରୁ ନ ଥିଲେ ଦୋକାନ ଭଡ଼ା। ଋଣଭାର ଏତେ ବଢ଼ିଯାଇଥିଲା ଯେ, ଏହାକୁ ପରିଶୋଧ କରିବାକୁ ଚିନ୍ତାରେ ପଡ଼ିଥିଲେ। ଏସବୁ ସମସ୍ୟାରୁ ମୁକୁଳିବାକୁ ଯାଇ ବାଛିଥିଲେ ଅପରାଧର ବାଟ। ବୀମା ଟଙ୍କା ପାଇଁ ନିଜ ବ୍ୟବସାୟ ପ୍ରତିଷ୍ଠାନରୁ ଚୋରିର ନାଟକ ରଚିବାକୁ କରିଥିଲେ ବଡ଼ ଯୋଜନା। ତମାଣ୍ଡୋ ବଜାରସ୍ଥିତ ଏକ ପ୍ଲାଇଉଡ୍‌ ଦୋକାନରୁ ଚୋରି ହେବା ପୂର୍ବରୁ କମିଶନରେଟ୍‌ ପୋଲିସ ଏହାକୁ ଭଣ୍ଡୁର କରିଛି। ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ତାଙ୍କ ବିଜନେସ୍‌ ପାର୍ଟନର ଓ ଚୋରିରେ ନିୟୋଜିତ ହେବାକୁ ଥିବା ୧୧ଜଣ ବ୍ୟକ୍ତିଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋ ବଜାରସ୍ଥିତ ‘ଆଦ୍ୟାଶା ଟ୍ରେଡର୍ସ’ର ମାଲିକ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ସନ୍ତୋଷ କୁମାର ମହାରଣା (୪୩), ବ୍ୟବସାୟୀ ପାର୍ଟନର ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ମନୋଜ ସେଜପାଡ଼ା (୩୪)। ଅନ୍ୟ ୧୧ଜଣ ଅଭିଯୁକ୍ତ ହେଲେ ଖୁଣ୍ଟା ଥାନା ଅଞ୍ଚଳର ହରିହର ସଡୁଆଲ (୩୭), ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଅଞ୍ଚଳର ଏସ୍‌କେ ମାକ୍ସତ (୩୨), ଏସ୍‌କେ, ଅବଦୁଲ୍‌ ରେହମାନ (୩୩), ଏସ୍‌କେ ନାସିର୍‌ (୨୦), ହରେକୃଷ୍ଣ ନାୟକ (୫୩), ଶ୍ୟାମସୁନ୍ଦର ସିଂ (୨୪), ଏସ୍‌କେ ରାଜା (୨୦), ବରହମପୁର ଥାନା ଅଞ୍ଚଳର ବସନ୍ତ କୁମାର ସେନାପତି (୩୬), ସମୀର ଜେନା (୨୦), ବାଲେଶ୍ୱର ଟାଉନ ଥାନା ଅଞ୍ଚଳର ଏସ୍‌କେ ରାଜୁ (୨୨) ଓ ଜିସାନ୍‌ ଖାନ୍‌ (୨୫)। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିକଅପ୍‌ ଭ୍ୟାନ୍‌, ଦୁଇଟି ଟାଟା ଏସିଇ, ଗୋଟିଏ ବୋଲେରୋ, ଗୋଟିଏ ବୁଲେଟ୍‌, ୮ଟି ଫେସ୍‌ ମାସ୍କ, ଗୋଟିଏ ଆଇରନ କଟର୍‌ ମେଶିନ୍‌, ୨ଟି ପ୍ଲାସ୍‌, ୬ଟି ହ୍ୟାଣ୍ଡ ଗ୍ଲୋଭ୍‌ସ, ଗୋଟିଏ ସ୍କ୍ରୁଡାଇଭର, ଦୁଇଟି ଛୁରି, ମୋବାଇଲ ଆଦି ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଚୋରିରେ ନିୟୋଜିତ ଥିବା ୧୧ଜଣ ଅଭିଯୁକ୍ତଙ୍କ ପୂର୍ବ ଆପରାଧିକ ଇତିହାସ ବିଷୟରେ ଜାଣିବାକୁ ପ୍ରୟାସ ଚାଲିଥିବା ଖବରଦାତା ସମ୍ମିଳନୀରେ ଡିସିପି ଜଗମୋହନ ମୀନା କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri