ଜାଣନ୍ତୁ କେମିତି କିଣିବେ ଛତା

ବର୍ଷାରୁ ରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଛତା କିଣିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ସମ୍ପର୍କରେ…

ଛତା କିଣିବାର ମୂଳ ଲକ୍ଷ୍ୟ ହେଉଛି ବର୍ଷାରୁ ରକ୍ଷା। ତେଣୁ ଛତାଟି କିପରି ଆପଣଙ୍କୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଏହାର କପଡ଼ା ଯେପରି ଭଲ କ୍ୱାଲିଟିର ଏବଂ ଓ୍ବାଟରପ୍ରୁଫ ହୋଇଥିବ ତାହା ଦେଖନ୍ତୁ। ନଚେତ୍‌ ଛତା ଭିଜିଯାଇ ପାଣି ପଡ଼ିବା ଦ୍ୱାରା ଓଦା ହେବାକୁ ପଡ଼ିପାରେ।
ଛତା ଅଧିକ ଓଜନିଆ ହୋଇଥିଲେ ମଜଭୁତ ରହିବ ବୋଲି ଏଭଳି ଅନେକଙ୍କ ମନରେ ଧାରଣା ଥାଏ। ହେଲେ ଏଭଳି ଛତା ଅଧିକ ସମୟ ଧରିବା ଦ୍ୱାରା ହାତରେ କଷ୍ଟ ହୋଇଥାଏ। ତେଣୁ ଭଲ କ୍ୱାଲିଟିର ଲାଇଟ ଓ୍ବେଟ ଛତା ବାଛନ୍ତୁ।
ଏହାକୁୁ କିଣିଲା ବେଳେ କପଡ଼ାର ସିଲେଇ ସ୍ଥାନଗୁଡ଼ିକରେ ଯେପରି ପାଣି ଭିତରକୁ ଆସୁଥିବା ଭଳି ଛୋଟ ଛୋଟ କଣା ନ ଥାଏ ପରଖି ନିଅନ୍ତୁ।
କେବଳ ଏତିକି ନୁହେଁ, ଛତାର ବେଣ୍ଟ ବା ହ୍ୟାଣ୍ଡେଲ ମଧ୍ୟ ଅନେକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହାକୁ ଆଖି ଆଗରେ ରଖି କମ୍ପାନୀଗୁଡ଼ିକ ଭଳିକି ଭଳି ଡିଜାଇନ୍ର ହ୍ୟାଣ୍ଡେଲ ଥିବା ଛତା ପ୍ରସ୍ତୁତ କରୁଛନ୍ତି। ତେବେ ଏହାକୁ ଦେଖି ଛତା ବାଛିବା ବଦଳରେ ତାହା ଧରିବା ଲାଗି କମ୍ଫର୍ଟେବଲ କି ନୁହେଁ ଦେଖନ୍ତୁ। ନହେଲେ ଅଧିକ ସମୟ ଏହାକୁ ବ୍ୟବହାର କଲେ ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri