ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ ରାଖୀ ପୂର୍ବରୁ ଉପହାର ଦେଇଛନ୍ତି ଭାଇ ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର। ଅର୍ଜୁନ ଭଉଣୀଙ୍କୁ ଏକ ହ୍ୟାଣ୍ଡ୍‌ବ୍ୟାଗ୍‌ ଉପହାର ଦେଇଛନ୍ତି। ଏହାର ଫଟୋ ସାରା ଇନ୍‌ଷଗଟାଗ୍ରାମରେ ଶେୟାର କରି ଭାଇକୁ ଧନ୍ୟବାଦ ଦେଇଛନ୍ତି। ସାରା ଫଟୋ କ୍ୟାପସନରେ ଲେଖିଛନ୍ତି, ରାଖୀ ପୂର୍ବରୁ ଉପହାର ପାଇଁ ମୋର ସାନ ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଧନ୍ୟବାଦ।
ସେ ଲାଲ ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ। ସାରା ଖୁବଶୀଘ୍ର ବି-ଟାଉନରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ବାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨.୨ ନିୟୁତ ଫଲୋଅର୍ସ ଅଛନ୍ତି।
ସାରା ଅଭିନୟ କରିବାକୁ ବେଶ ଆଗ୍ରହୀ। ଏପରି କି ସେ ଅଭିନୟ ପାଇଁ କିଛି କ୍ଲାସ ମଧ୍ୟ ନେଇଛନ୍ତି। ସବୁବେଳେ ଚୁପଚାପ ରହୁଥିବା ସାରା ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ସରପ୍ରାଇଜ ଦେବା ମୁଡରେ ଅଛନ୍ତି। ସାରାଙ୍କ ପାଖରେ ଅନେକ ଗୁଣ ରହିଛି। ତାଙ୍କ ବାପା ମା’ ମଧ୍ୟ ସାରାଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି। ସେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ସଚିନ ଓ ଅଞ୍ଜଳୀ ମଧ୍ୟ ସମର୍ଥନ କରୁଛନ୍ତି। ସାରା ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ଏହାପରେ ସେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରୁ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି: ଅଭିଷେକ

ମୁମ୍ବାଇ: ଦୀପାବଳି ସାଧାରଣ ଲୋକଙ୍କ ପାଇଁ ଯେମିତି ଉତ୍ସାହ ଓ ଆନନ୍ଦ ଆଣିଥାଏ ଠିକ୍ ସେହିପରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ...

ବାବୁସାନ୍‌ଙ୍କ ଜାମିନ ଆବେଦନରେ ପୂର୍ଣ୍ଣଚ୍ଛେଦ

କଟକ ଅଫିସ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ...

ବିଜନେସ ଓମେନ ପରିଣିତି

ମୁମ୍ବାଇ: ବଲିଉଡର ଆଗାଧାଡିର ଆଭିନେତ୍ରୀ ପରିଣିତି ଚୋପ୍ରା ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କୁ ବିବାହ କରିବା...

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ...

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା...

ଓସ୍କାର ପାଇବା ପାଇଁ ନିର୍ମାତା ଖର୍ଚ୍ଚ କରିଛନ୍ତି ୮୦ କୋଟି? ରାଜାମୌଲିଙ୍କ ପୁଅ କାର୍ତ୍ତିକେୟ ଦେଲେ ଜବାବ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ‘ନାଟୁ ନାଟୁ ’ଓସ୍କାର ଜିତି ଇତିହାସ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସ୍ତରରେ ‘ଆର୍‌ଆର୍‌ଆର୍‌’ର ବିଜୟକୁ...

ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

Advertisement
Archives

Model This Week