ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ ରାବଣ ବଧ ନୀତି ଆଗତ କରାଯାଇଥିଲା। ସେହିପରି ବାଲି ସାହିରୁ ବାଦଯାତ ବାହାରି ବାଦିସାହି ହରଚଣ୍ଡୀ ସାହିକୁ ଯାଇଥିଲା। ତେବେ ଯାତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ପକ୍ଷରୁ ପୁରୀ ବିଧାନସଭା ଓ ପୁରୀ ଲୋକ ସଭା ସଂସଦୀୟ କ୍ଷେତ୍ର ନିମନ୍ତେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀମାନେ ସାହି ଯାତରେ ସାମିଲ୍‌ ହୋଇ ନିଜ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା, ଯାହାକି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସାହିଯାତ ସହ ପୁରୀବାସୀଙ୍କ ଭାବନା ଜଡ଼ିତ ଅଟେ। ତେଣୁ ସାହି ଯାତରେ ପୁରୀର ଆଠସାହିର ଲୋକ ସାମିଲ ହୋଇଥାନ୍ତି। ଏପରିକି ସହରର ଆଖପାଖ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ସାହି ଯାତ ଦେଖିବାକୁ ଆସିଥାନ୍ତି। ତେଣୁ ପୁରୀବାସୀଙ୍କ ମନ କିଣିବାର ମଉକାକୁ ନେତାମାନେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି।
ଏହି ଅବସରରେ ବିଜେଡିର ପୁରୀ ଲୋକ ସଭା ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ଓ ରାଜ୍ୟ ସଭା ସାସଂଦ ଶୁଭାଶିଷ ଖୁଣ୍ଟିଆ ସାହି ଯାତ ବୁଲି ଦେଖିବା ସହ ଆଗାମୀ ନିର୍ବାଚନ ପାଇଁ ଲୋକଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ତଥା ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ରାତି ତମାମ ବୁଲି ବୁଲି ସାହିଯାତ ଦେଖିଥିଲେ। ଜୟନ୍ତଙ୍କ ସହ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ୍‌ ପାତ୍ର ମଧ୍ୟ ବୁଲି ସାହି ଯାତ ଦେଖିବା ସହ ଲୋକମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସେହିପରି କଂଗ୍ରେସ ମଧ୍ୟ ସାହିଯାତ ମଉକାକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ର ତାଙ୍କର କିଛି ସମର୍ଥକଙ୍କ ସହ ସାହି ଯାତ ବୁଲି ଦେଖିବା ସହ ବୟସ୍କ ଲୋକଙ୍କଠାରୁ ଆର୍ଶୀବାଦ ନେଉଥିବା ଦେଖିବାକୁ ମିଳିଥିଲା। ଭାଜପା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ସାହିଯାତ କାହିଁ କେଉଁ କାଳରୁ ଚାଲି ଆସୁଛି। ଏହା ଶ୍ରୀକ୍ଷେତ୍ରର ପରମ୍ପରା ଅଟେ। କଳା ସଂସ୍କୃତିର ସହର ହେଉଛି ପୁରୀ। ଶ୍ରୀକ୍ଷେତ୍ର ସାହିଯାତ ଏକ ଅନନ୍ୟ ପରମ୍ପରା। ଏଥିରେ ସମସ୍ତେ ଭେଟ ହୋଇଥାନ୍ତି। ଏଣୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏକ ଆନନ୍ଦର ବିଷୟ। ଆଗାମୀ ନିର୍ବାଚନରେ ସେ ପୁରୀ ବାସୀଙ୍କ ସମର୍ଥନ ପାଇ ବିପୁଳ ବିଜୟ ହାସଲ କରିବେ ବୋଲି ଜୟନ୍ତ କହିଛନ୍ତି। ସେହିପରି ଅରୁପ ପଟ୍ଟନାୟକ କହିଛନ୍ତି ପୁରୀର ସାହିଯାତ ଏକ ଅନନ୍ୟ ପରମ୍ପରା। ଏହାକୁ ଦେଖିବା ବେଶ୍‌ ଖୁସି ପ୍ରଦାନ କରୁଛି। ଲୋକମାନେ ତାଙ୍କୁ ବିପୁଳ ସ୍ନେହ, ଶ୍ରଦ୍ଧା ଦେଉଛନ୍ତି, ଯାହାର ଋଣ ସେ ସୁଝି ପାରିବେନି। ତେବେ ପୁରୀବାସୀଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ ରହିଛି। ତେଣୁ ଆଗାମୀ ନିର୍ବାଚନ ରେ ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି। ସେହିପରୀ ରାଜ୍ୟ ସଭା ସାଂସଦ ଖୁଣ୍ଟିଆ କହିଥିଲେ, ପୁରୀକୁ ମୁଖ୍ୟମନ୍ତ୍ରୀ ସାରା ବିଶ୍ୱରେ ଏକ ନମ୍ବର୍‌ ସହର କରିବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଣୁ ପୁରୀ ଭୋଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ସହ ଅରୂପ ପଟ୍ଟନାୟକଙ୍କୁ ବିଜୟୀ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?