Posted inଜାତୀୟ

ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଥିବା ୧୪ରୁ ୧୩ ନେତା ହୋଇପାରିନାହାନ୍ତି ପ୍ରଧାନମନ୍ତ୍ରୀ, ଅନେକଙ୍କ ରାଜନୈତିକ କ୍ୟାରିୟରରେ ଲାଗିଛି ଗ୍ରହଣ;ଏବେ…

ନୂଆଦିଲ୍ଲୀ,୨୬।୬: ଦୀର୍ଘ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। କଂଗ୍ରେସ ଏହି ଦାୟିତ୍ୱ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଛି। ରାହୁଲଙ୍କୁ ପୂର୍ବରୁ ତାଙ୍କ ମା’ ସୋନିଆ ଏବଂ ବାପା ରାଜୀବ ଗାନ୍ଧୀ ମଧ୍ୟ ଲୋକ ସଭାରେ ବିରୋଧୀ ଦଳ ନେତା ଥିଲେ। ରାଜୀବ ୧୯୮୯-୧୯୯୧ ଏବଂ ସୋନିଆ ୧୯୯୯-୨୦୦୪ ଯାଏ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ।

ଲୋକ ସଭାରେ ବିରୋଧୀ ଦଳର ନେତା ଏକ ସାମ୍ବିଧାନିକ ପଦବୀ। ଏଥିଲାଗି ସର୍ବ ବୃହତ୍ତ ବିରୋଧୀ ଦଳ ନିକଟରେ ଲୋକ ସଭାର ମୋଟ ଆସନର ୧୦% ରହିବା ଆବଶ୍ୟକ। ସାଧାରଣତଃ ବିରୋଧୀ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି ଏକ ଦାବିଦାର ଭାବେ ବିବେଚନା କରାଯାଏ। ହେଲେ ଏଯାବତ ଭାରତ ଇତିହାସରେ ୧୪ଜଣ ନେତାଙ୍କ ମଧ୍ୟରୁ ୧୩ଜଣ ବିରୋଧୀ ଦଳ ଆସନରେ ବସିବା ପରେ ପ୍ରଧାନମନ୍ତ୍ରୀ ପଦ ଯାଏ ପହଞ୍ଚି ପାରି ନାହାନ୍ତି। କେବଳ ଏତିକି ନୁହେଁ, ବିରୋଧୀ ଦଳ ନେତା ହୋଇଥିବା ୩ ନେତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଶେଷ ହୋଇଯାଇଛି।

ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ବିଷୟରେ ସଂସଦୀୟ ଆଇନରେ ଉଲ୍ଲେଖ କରାଯାଇଛି। ୧୯୭୭ରେ ଜନତା ପାର୍ଟି ସରକାର ଗଠନ ହେବା ପରେ ଏହି ପଦବୀ ପ୍ରଥମ ଥର ଲାଗି ବ୍ୟାଖ୍ୟା କରାଯାଇଥିଲା। ସେବେଠାରୁ ଏହି ପଦବୀରେ ଥିବା ବ୍ୟକ୍ତିଙ୍କୁ ଅନେକ କ୍ଷମତା ଦିଆଯାଇଛି।

ଦେଶରେ ପ୍ରଥମ ଥର ପାଇଁ ୧୯୬୯ରେ ବିରୋଧୀ ଦଳକୁ ନେତା ପଦବୀ ମିଳିଥିଲା। କଂଗ୍ରେସରେ ବିଦ୍ରୋହ ଯୋଗୁ ଏହା ବିଭାଜନ ହୋଇଥିଲା। ଫଳରେ ସରକାରଙ୍କୁ ବିରୋଧୀଙ୍କୁ ମାନ୍ୟତା ଦେବାକୁ ପଡ଼ିଥିଲା। ସେତେବେଳେ ବିହାରର ବକ୍ସରର ଏମ୍‌ପି ରାମ ସୁଭାଗ ସିଂ ସଂସଦରେ ବିରୋଧୀ ଦଳ ନେତା ହୋଇଥିଲେ। ସେବେଠାରୁ ଏଯାବତ ୧୪ ଥର ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି। ଏଥିରେ ଲାଲକୃଷ୍ଣ ଆଡଭାଣୀ ୩ ଥର, ଅଟଳ ବିହାରୀ ବାଜପେୟୀ ଏବଂ ଯଶବନ୍ତ ରାଓ ଚୌହ୍ବାନଙ୍କୁ ୨ ଥର ଲେଖାଏ ଏହି ପଦ ମିଳିଛି।

କୌତୁହଳର ବିଷୟ ଏହା ଯେ ବାଜପେୟୀଙ୍କ ବ୍ୟତୀତ କୌଣସି ବିରୋଧୀ ଦଳ ନେତାକୁ ପ୍ରଧାନମନ୍ତ୍ରୀ ପଦ ମିଳିପାରିନାହିଁ। ୧୯୯୬ରେ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ଅନେକ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ରହିଥିଲେ। ୧୯୭୯ରେ ଜଗଜୀବନ ରାମ, ୨୦୦୪ରେ ସୋନିଆ ଗାନ୍ଧୀ, ୨୦୦୯ରେ ଲାଲ କୃଷ୍ଣ ଆଡଭାଣୀ ପ୍ରଧାନମନ୍ତ୍ରୀ ପଦ ଲାଗି ବଡ଼ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏମାନଙ୍କବ୍ୟତୀତ ପ୍ରଧାନମନ୍ତ୍ରୀ ପଦ ଲାଗି ବିରୋଧୀ ଦଳ ନେତା ଶରଦ ପାଓ୍ବାର, ସୁଷମା ସ୍ବରାଜ, ଯଶଓ୍ବନ୍ତ ରାଓ ଚୌହ୍ବନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା।

୧୯୯୬ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପିଭି ନରସିଂହ ରାଓ ବିରୋଧୀ ଦଳର ନେତା ହୋଇଥିଲେ, କିନ୍ତୁ ସେ ଏହି ପଦବୀରେ ମାତ୍ର ୧୫ ଦିନ ରହିପାରିଥିଲେ। ଲୋକ ସଭାରେ ଏପରି ୩ ଜଣ ବିରୋଧୀଦଳ ନେତା ମଧ୍ୟ ରହିଥିଲେ, ଯେଉଁମାନେ ପଦବୀ ଗ୍ରହଣ କରିବା ପରେ ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଥିଲା। ଏମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ରାମ ସୁଭଗ ସିଂ। ୧୯୬୯-୭୧ ରୁ ଲୋକସଭାରେ ବିରୋଧୀ ଦଳର ନେତା ଥିବା ରାମ ସୁଭାଗ ସିଂ ଏହା ପରେ କୌଣସି ପ୍ରମୁଖ ପଦରେ ପହଞ୍ଚିପାରି ନ ଥିଲେ। ୧୯୭୧ରେ ସେ ଏମ୍‌ପି ଭାବରେ ମଧ୍ୟ ହାରିଥିଲେ। ଜଗଜୀବନ ରାମଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ବିରୋଧୀ ଦଳର ନେତା ହେବା ପରେ ସେ କୌଣସିି ବଡ ପଦବୀରେ ପହଞ୍ଚିପାରି ନ ଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ପିଭି ନରସିଂହ ରାଓ ମଧ୍ୟ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ତାଙ୍କ ରାଜନୀତି ମଧ୍ୟ ବେଶୀ ଦିନ ରହିଲା ନାହିଁ। ଏହାଛଡ଼ା ୧୯୮୯-୯୧ ରୁ ବିରୋଧୀ ଦଳର ନେତା ଥିବା ରାଜୀବ ଗାନ୍ଧୀଙ୍କୁ ଏକ ନିର୍ବାଚନ ରାଲିରେ ତାମିଲନାଡୁରେ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?