Posted inଜାତୀୟ

ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଥିବା ୧୪ରୁ ୧୩ ନେତା ହୋଇପାରିନାହାନ୍ତି ପ୍ରଧାନମନ୍ତ୍ରୀ, ଅନେକଙ୍କ ରାଜନୈତିକ କ୍ୟାରିୟରରେ ଲାଗିଛି ଗ୍ରହଣ;ଏବେ…

ନୂଆଦିଲ୍ଲୀ,୨୬।୬: ଦୀର୍ଘ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। କଂଗ୍ରେସ ଏହି ଦାୟିତ୍ୱ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଛି। ରାହୁଲଙ୍କୁ ପୂର୍ବରୁ ତାଙ୍କ ମା’ ସୋନିଆ ଏବଂ ବାପା ରାଜୀବ ଗାନ୍ଧୀ ମଧ୍ୟ ଲୋକ ସଭାରେ ବିରୋଧୀ ଦଳ ନେତା ଥିଲେ। ରାଜୀବ ୧୯୮୯-୧୯୯୧ ଏବଂ ସୋନିଆ ୧୯୯୯-୨୦୦୪ ଯାଏ ଲୋକ ସଭାରେ ବିରୋଧୀ ଦଳର ନେତା ଥିଲେ।

ଲୋକ ସଭାରେ ବିରୋଧୀ ଦଳର ନେତା ଏକ ସାମ୍ବିଧାନିକ ପଦବୀ। ଏଥିଲାଗି ସର୍ବ ବୃହତ୍ତ ବିରୋଧୀ ଦଳ ନିକଟରେ ଲୋକ ସଭାର ମୋଟ ଆସନର ୧୦% ରହିବା ଆବଶ୍ୟକ। ସାଧାରଣତଃ ବିରୋଧୀ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି ଏକ ଦାବିଦାର ଭାବେ ବିବେଚନା କରାଯାଏ। ହେଲେ ଏଯାବତ ଭାରତ ଇତିହାସରେ ୧୪ଜଣ ନେତାଙ୍କ ମଧ୍ୟରୁ ୧୩ଜଣ ବିରୋଧୀ ଦଳ ଆସନରେ ବସିବା ପରେ ପ୍ରଧାନମନ୍ତ୍ରୀ ପଦ ଯାଏ ପହଞ୍ଚି ପାରି ନାହାନ୍ତି। କେବଳ ଏତିକି ନୁହେଁ, ବିରୋଧୀ ଦଳ ନେତା ହୋଇଥିବା ୩ ନେତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଶେଷ ହୋଇଯାଇଛି।

ଲୋକ ସଭାରେ ବିରୋଧୀ ଦଳର ନେତାଙ୍କ ବିଷୟରେ ସଂସଦୀୟ ଆଇନରେ ଉଲ୍ଲେଖ କରାଯାଇଛି। ୧୯୭୭ରେ ଜନତା ପାର୍ଟି ସରକାର ଗଠନ ହେବା ପରେ ଏହି ପଦବୀ ପ୍ରଥମ ଥର ଲାଗି ବ୍ୟାଖ୍ୟା କରାଯାଇଥିଲା। ସେବେଠାରୁ ଏହି ପଦବୀରେ ଥିବା ବ୍ୟକ୍ତିଙ୍କୁ ଅନେକ କ୍ଷମତା ଦିଆଯାଇଛି।

ଦେଶରେ ପ୍ରଥମ ଥର ପାଇଁ ୧୯୬୯ରେ ବିରୋଧୀ ଦଳକୁ ନେତା ପଦବୀ ମିଳିଥିଲା। କଂଗ୍ରେସରେ ବିଦ୍ରୋହ ଯୋଗୁ ଏହା ବିଭାଜନ ହୋଇଥିଲା। ଫଳରେ ସରକାରଙ୍କୁ ବିରୋଧୀଙ୍କୁ ମାନ୍ୟତା ଦେବାକୁ ପଡ଼ିଥିଲା। ସେତେବେଳେ ବିହାରର ବକ୍ସରର ଏମ୍‌ପି ରାମ ସୁଭାଗ ସିଂ ସଂସଦରେ ବିରୋଧୀ ଦଳ ନେତା ହୋଇଥିଲେ। ସେବେଠାରୁ ଏଯାବତ ୧୪ ଥର ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି। ଏଥିରେ ଲାଲକୃଷ୍ଣ ଆଡଭାଣୀ ୩ ଥର, ଅଟଳ ବିହାରୀ ବାଜପେୟୀ ଏବଂ ଯଶବନ୍ତ ରାଓ ଚୌହ୍ବାନଙ୍କୁ ୨ ଥର ଲେଖାଏ ଏହି ପଦ ମିଳିଛି।

କୌତୁହଳର ବିଷୟ ଏହା ଯେ ବାଜପେୟୀଙ୍କ ବ୍ୟତୀତ କୌଣସି ବିରୋଧୀ ଦଳ ନେତାକୁ ପ୍ରଧାନମନ୍ତ୍ରୀ ପଦ ମିଳିପାରିନାହିଁ। ୧୯୯୬ରେ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ଅନେକ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ରହିଥିଲେ। ୧୯୭୯ରେ ଜଗଜୀବନ ରାମ, ୨୦୦୪ରେ ସୋନିଆ ଗାନ୍ଧୀ, ୨୦୦୯ରେ ଲାଲ କୃଷ୍ଣ ଆଡଭାଣୀ ପ୍ରଧାନମନ୍ତ୍ରୀ ପଦ ଲାଗି ବଡ଼ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏମାନଙ୍କବ୍ୟତୀତ ପ୍ରଧାନମନ୍ତ୍ରୀ ପଦ ଲାଗି ବିରୋଧୀ ଦଳ ନେତା ଶରଦ ପାଓ୍ବାର, ସୁଷମା ସ୍ବରାଜ, ଯଶଓ୍ବନ୍ତ ରାଓ ଚୌହ୍ବନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା।

୧୯୯୬ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପିଭି ନରସିଂହ ରାଓ ବିରୋଧୀ ଦଳର ନେତା ହୋଇଥିଲେ, କିନ୍ତୁ ସେ ଏହି ପଦବୀରେ ମାତ୍ର ୧୫ ଦିନ ରହିପାରିଥିଲେ। ଲୋକ ସଭାରେ ଏପରି ୩ ଜଣ ବିରୋଧୀଦଳ ନେତା ମଧ୍ୟ ରହିଥିଲେ, ଯେଉଁମାନେ ପଦବୀ ଗ୍ରହଣ କରିବା ପରେ ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଥିଲା। ଏମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ରାମ ସୁଭଗ ସିଂ। ୧୯୬୯-୭୧ ରୁ ଲୋକସଭାରେ ବିରୋଧୀ ଦଳର ନେତା ଥିବା ରାମ ସୁଭାଗ ସିଂ ଏହା ପରେ କୌଣସି ପ୍ରମୁଖ ପଦରେ ପହଞ୍ଚିପାରି ନ ଥିଲେ। ୧୯୭୧ରେ ସେ ଏମ୍‌ପି ଭାବରେ ମଧ୍ୟ ହାରିଥିଲେ। ଜଗଜୀବନ ରାମଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ବିରୋଧୀ ଦଳର ନେତା ହେବା ପରେ ସେ କୌଣସିି ବଡ ପଦବୀରେ ପହଞ୍ଚିପାରି ନ ଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ପିଭି ନରସିଂହ ରାଓ ମଧ୍ୟ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ତାଙ୍କ ରାଜନୀତି ମଧ୍ୟ ବେଶୀ ଦିନ ରହିଲା ନାହିଁ। ଏହାଛଡ଼ା ୧୯୮୯-୯୧ ରୁ ବିରୋଧୀ ଦଳର ନେତା ଥିବା ରାଜୀବ ଗାନ୍ଧୀଙ୍କୁ ଏକ ନିର୍ବାଚନ ରାଲିରେ ତାମିଲନାଡୁରେ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri