କୁଟଲାରୀ ଗାଁର ସୁନା ଝିଅ ଲକ୍ଷ୍ମୀପ୍ରିୟା:  ଅକ୍ଲାନ୍ତ ପରିଶ୍ରମରେ ଆଣିଦେଲା ସଫଳତା

ଦାରିଙ୍ଗବାଡି,୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟଲାରିଗାଁର ସୁନାଝିଅ ଲକ୍ଷ୍ମୀପ୍ରିୟା ମଲ୍ଲିକ ପାଇଛନ୍ତି ବଡ଼ ସଫଳତା। ସେ ପିଏଚ୍‌ଡି ହାସଲ କରି ଦାରିଙ୍ଗବାଡି ସମେତ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ ପିତା ଡୁ଼ପୀ ମଲ୍ଲିକ ଏବଂ ମା’ ଡାକାଲୁ ମଲ୍ଲିକଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଲଷ୍ମୀପ୍ରିୟା । ସେ ପିଲାଟି ଦିନରୁ ଭଲ ପଢ଼ୁଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା ପାଇଁ ଆର୍ଥିକ ଅନାଟନ ପରିସ୍ଥିତି ସୃଷ୍ଟି ହେଉଥିଲା। ତାହାକୁ ଏଡାଇ ସେ ଆଜି ସଫଳତା ପାଇଛନ୍ତି।  ଗାଁ ନିକଟ ସାଙ୍ଗଡ଼ମାହା ବିଦ୍ୟାଳୟରେହିଁ ପ୍ରଥମରୁ ପଞ୍ଚମ ପାଠ ପଢ଼ା ଆରମ୍ଭ କରିଥିଲେ ପରେ ଅଧିକା ଶିକ୍ଷା ପାଇଁ ବାଲିଗୁଡା ବ୍ଲକ ବଡ଼ଗାଁ କନ୍ୟା ଆଶ୍ରମରେ ଷଷ୍ଠରୁ ଦଶମ ପଢ଼ିଥିଲେ। ଉଚ୍ଚ ଶିକ୍ଷପାଇଁ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ଯୁକ୍ତଦୁଇ ଏବଂ ପରେ ଭୁବନେଶ୍ୱରରେ କିସ୍‌ ବିଶବିଦ୍ୟାଳୟରେ ସେ ଡିଗ୍ରୀଠାରୁ ପିଏଚଡି ପର୍ଯ୍ୟନ୍ତ ଅଧ୍ୟୟନକୁ ଜାରି ରଖିଲେ ।
ସେ ବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଜନଜାତି ଜୀବନର ଚିତ୍ର ଏକ ଅନୁଶୀଳନ ବିଷୟ ଉପରେ ଗବେଷଣା କରି ଏହି ସଫଳତା ହାସଲ କରିଥିଲେ। ସେ ଗବେଷଣା କାର୍ଯ୍ୟ କିସ୍‌ର ଓଡ଼ିଆ ବିଭାଗର ଆସୋସିଏଟ ପ୍ରଫେସର ଡ଼କ୍ଟର ରଶ୍ମିତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସମାପ୍ତ କରିଥିଲେ। ଗବେଷଣା ନିବନ୍ଧର ପରୀକ୍ଷକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଏବଂ ପ୍ରଫେସର ବିଜୟ କୁମାର ଶତପଥୀ କିସ୍‌ ବିଶବିଦ୍ୟାଳୟ ଉପସ୍ଥିତ ଥିଲେ। ଡକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ସନ୍ଧର୍ଭଟି ସମ୍ବଲପୁର ବିଶ୍ବବଦ୍ୟାଳୟ ଜୋତି ବିହାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ନାକୁ ହାଁସଦା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ମଣୀନ୍ଦ୍ର କୁମାର ମେହେରଙ୍କ ଦାରା ପରିକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା।
ତାଙ୍କର ଏହି ସଫଳତା ଦୁର୍ଗମ କୁଟଲାରୀ ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣିଥିବା କୁଟଲାରୀ ଗ୍ରାମର ଶିକ୍ଷାବିତ ବିଜୟ ମଲିକ କହିଛନ୍ତି । ଲକ୍ଷ୍ମୀପ୍ରିୟା ମଲ୍ଲିକ ନିଜ ଗବେଷଣାର ସଫଳତା ପାଇଁ କିସ୍‌ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଏବଂ ନିଜ ଗାଇଡ ଡ଼କ୍ଟର ରଶ୍ମିତା ତ୍ରିପାଠୀ ମାଡାମଙ୍କୁ  କୃତଜ୍ଞତା ଜଣାଇଛନ୍ତି। ଏବେ ଲଷ୍ମୀପ୍ରିୟାଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଆସୁଥିବା ବେଳେ ଲଷ୍ମୀପ୍ରିୟାଙ୍କ ସଫଳତା ପାଇଁ ଅଞ୍ଚଳରେ ଆଲୋଚନା ଜୋର ଧରିଛ। ଲଷ୍ମୀପ୍ରିୟା ଉକ୍ତ ବ୍ଲକ ସୋନପୁର ପଞ୍ଚାୟତ ସତୁଙ୍ଗିଆ ଗ୍ରାମର ଉଦୟ ପ୍ରଧାନଙ୍କୁ ବିବାହ କରିଛନ୍ତି। ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମେତ ସେହି ଗ୍ରାମରେ ମଧ୍ୟ ସୁନା ବୋହୂ ଲଷ୍ମୀପ୍ରିୟାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?