ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ବପ୍ନାଦେଶ ହେବା ପରେ ଶନିବାର ମାଟି ଖୋଳା ଯାଇଥିଲା। ପ୍ରାୟ ଛଅ ଫୁଟ ଗଭୀର ମାଟି ଖୋଳିବା ପରେ ଶବ୍ଦ ହୋଇଥିଲା। ପରେ ଶାବଳରେ ପଇତା ସୁତା ବାନ୍ଧି ଖୋଲିବାରେ ସୂତାରେ ଲାଗି ପ୍ରଥମେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା ଏବଂ ପରେ ପୁଣି ତାହା କରିବାରେ ଲକ୍ଷ୍ମୀ ନୃସିଂହଙ୍କ ଯୁଗଳ ପ୍ରତିମୂର୍ତ୍ତି ମଧ୍ୟ ମିଳିଥିଲା। ଠାକୁରଙ୍କ ମୂର୍ତ୍ତି ଉଦ୍ଧାର ପରେ ପଟ୍ଟନାୟକ ପରିବାର ପକ୍ଷରୁ କ୍ଷୀରରେ ମୂର୍ତ୍ତିକୁ ଧୂଆଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଖବର ପ୍ରଚାରିତ ପରେ ସେଠାରେ ଠାକୁରଙ୍କ ଦର୍ଶନ ନିମନ୍ତେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। କେଉଁ ଆବାହନ କାଳରୁ ତଥା ପୂର୍ବପୁରୁଷରୁ ତାଙ୍କ ପରିବାର ନୃସିଂହଙ୍କ ପୂଜା କରି ଆସୁଥିଲେ। କାଳକ୍ରମେ ପରିବାର ଅଲଗା ହେବା ପରେ ପୂଜା ବନ୍ଦ ହୋଇଯାଇଥିବା ଆଲୋଚନା ହେଉଛି।

ମିଳିଥିବା ସୂଚନାନୁଯାୟୀ, ରବୀନ୍ଦ୍ରଙ୍କ ସାନ ଭାଇ ସୁରେନ୍ଦ୍ରଙ୍କୁ ଗତ କିଛି ତଳେ ଠାକୁରଙ୍କ ମୂର୍ତ୍ତି ଘରେ ଥିବା ଏବଂ ପୂଜାର୍ଚ୍ଚନା କରାଯାଉ ନ ଥିବା ସ୍ବପ୍ନ ହୋଇଥିଲା। ସ୍ବପ୍ନ ହେବା ପରେ ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ ଯାଇ ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ତଥା ସାଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସମସ୍ତ ଭାଇମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରି ଶନିବାର ମାଟି ଖୋଳା ଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri