ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ଗଞ୍ଜାମ ଜିଲାପାଳଙ୍କ ସମେତ ଜିଲା ପରିବହନ ଅଧିକାରୀ, ପୁରୁଷୋତ୍ତମପୁର ବିଡିଓ, ଥାନା ଆଇଆଇସିମାନଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ସମେତ କୋଦଳା, ପୋଲସରା, ଆସିକା, ହିଞ୍ଜଳି, ବୁଗୁଡା, ଛତ୍ରପୁର, ସମେତ ବିଭିନ୍ନ ଅଞ୍ଚଳର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲାରେ ଯେଉଁ ଭଳି ଭାବରେ ଲକ୍ଷ୍ମୀ ବସ୍‌ ମନମୁଖୀ ଭାବରେ ଚଳାଚଳ କରୁଛି ତାହାକୁ ଘରୋଇ ବସ୍‌ ମାଲିକମାନେ ବିରୋଧ କରିଛନ୍ତି।ହେଡକ୍ବାର୍ଟର୍ସକୁ ଲକ୍ଷ୍ମୀବସ୍‌ ଚଳାଚଳ କରିବା ବଦଳରେ ସହରାଞ୍ଚଳ ଏନ୍‌ଏସି ଓ ମହାନଗରରେ ବିନା ପରିମିଟରେ ମନଇଛା ସମୟରେ ବସ ଚଲାଇବାରେ ଲାଗିଛନ୍ତି। ପୂର୍ବରୁ ବିଭିନ୍ନ ଅଞ୍ଚଳର ବସମାଲିକ ଓ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କ ସ୍ବାର୍ଥକୁ ନେଇ ନିଷ୍ଷତ୍ତି ପ୍ରସ୍ତୁତ ହୋଇଥିବା ରୁଟ୍‌ ଚାର୍ଟ ପ୍ରକାରେ ଚଳାଇବା ପରିବର୍ତ୍ତେ ଘରୋଇ ବସର ପରିମିଟ ସମୟ ଆଗରେ ଉଦ୍ଦେଶ୍ୟମୂଳକ ଭାବରେ ଲକ୍ଷ୍ମୀବସ୍‌ ଚଲାଇବାରେ ଲାଗିଥିବା ହେତୁ ବସ୍‌ମାଲିକମାନେ କ୍ଷତିଗ୍ରସ୍ତହେବାରେ ଲାଗିଛନ୍ତି। ଯେଉଁ ଅଞ୍ଚଳରେ ବସ୍‌ଗାଡ଼ିର ସୁବିଧା ନାହିଁ ସେହି ଅଞ୍ଚଳକୁ ଲକ୍ଷ୍ମୀବସ୍‌ ଚଳାଚଳ କରିବା ବଦଳରେ ସରକାରୀ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ମନଇଛା ପ୍ରକାରେ ବସ୍‌ ଚଲାଇବାରେ ଲାଗିଛନ୍ତି। ଏହାର ପ୍ରତିବାଦ କଲେ ଲକ୍ଷ୍ମୀବସ୍‌ କର୍ମଚାରୀମାନେ ପୋଲିସରେ କେସ୍‌ କରିବାର ଧମକ ଦେଉଛନ୍ତି। ଏଥିନେଇ ବସ୍‌ମାଲିକ ସଂଘ ପକ୍ଷରୁ ଗତ ମାର୍ଚ୍ଚ ୨୧ରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ତୁରନ୍ତ ୭ ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଆଗାମୀ ଅଗଷ୍ଟ ୧ରୁ ବସ୍‌ ମାଲିକମାନେ ଧର୍ମଘଟ ସହ ଆନ୍ଦୋଳନ କରିବେ ବୋଲି ଲିଖିତ ଭାବରେ ସରକାର ଓ ପ୍ରଶାସନକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?