Posted inଖେଳ

ଦ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ!

ନୂଆଦିଲ୍ଲୀ,୧୪।୧୧: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ରବିବାର ନିଶ୍ଚିତ କରିଛନ୍ତି। ତାଙ୍କର ପୂର୍ବତନ ବ୍ୟାଟିଂ ସହକର୍ମୀ ରାହୁଲ ଦ୍ରାବିଡ ଏହି ପଦ ଛାଡିବା ପରେ ଲକ୍ଷ୍ମଣ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ ଭାବରେ ନିଯୁକ୍ତ କରାଯାଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ଦ୍ରାବିଡ ଏହି ପଦ ଗ୍ରହଣ କରିଛନ୍ତି। ୪୭ ବର୍ଷୀୟ ଲକ୍ଷ୍ମଣ ଏନସିଏର ନୂତନ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏହି କ୍ରମରେ ସେ ଆଇପିଏଲ ଦଳର ସନରାଇଜର୍ସ ହାଇଦ୍ରାବାଦର ଜଣେ ମେଣ୍ଟର ଭାବରେ ଇସ୍ତଫା ଦେଇସାରିଛନ୍ତି।
ଏହାର ଅର୍ଥ ହେଉଛି ଭାରତୀୟ କ୍ରିକେଟ ର ଦୁଇଟି କିମ୍ବଦନ୍ତୀ – ଲକ୍ଷ୍ମଣ ଏବଂ ଦ୍ରାବିଡ଼ – ବର୍ତ୍ତମାନ ଏକାଠି କାମ କରିବେ। ବିସିସିଆଇ ଭାରତର ମୁଖ୍ୟ କୋଚ ଏବଂ ଏନସିଏ ମୁଖ୍ୟଙ୍କ ମଧ୍ୟରେ ଭଲ ସମନ୍ବୟ ଚାହୁଁଛି। ଯୁବକମାନଙ୍କୁ ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ଲକ୍ଷ୍ମଣଙ୍କ ପାଖରେ ରହିବ। ଲକ୍ଷ୍ମଣ ଏବେ ଭାରତର ଅଣ୍ଡର -୧୯ ଏବଂ ‘ଏ’ ଦଳ ପାଇଁ ଖେଳାଳି ପ୍ରସ୍ତୁତ କରିବେ। ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ନେବାକୁ କୌଣସି କମେଣ୍ଟ୍ରି ପ୍ୟାନେଲର ଅଂଶ ହୋଇପାରିବେ ନାହିଁ। କେବଳ ଏତିକି ନୁହେଁ, ସେ କୌଣସି ଖବରକାଗଜ ପାଇଁ ସ୍ତମ୍ଭ ମଧ୍ୟ ଲେଖିବେ ନାହିଁ। ଏହା ବ୍ୟତୀତ ତାଙ୍କୁ କୌଣସି ଘରୋଇ ଟିଭି ଚ୍ୟାନେଲରେ ଦେଖିବାକୁ ମିଳିବ ନାହିଁ, କାରଣ ଏହା ପୂର୍ବରୁ ତାଙ୍କୁ ଅନେକ ମ୍ୟାଚ୍ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଥିଲା।
’ଅତି ଅତି ସ୍ପେଶାଲ’ ଭାବରେ ଜଣାଶୁଣା ଲକ୍ଷ୍ମଣ ତାଙ୍କ କ୍ୟାରିୟରରେ ୧୩୪ ଟେଷ୍ଟ ଏବଂ ୮୬ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ୧୭ ଶତକ ଏବଂ ୫୬ ଅର୍ଦ୍ଧଶତକ ସହାୟତାରେ ଟେଷ୍ଟରେ ମୋଟ ୮୭୮୧ ରନ କରିଛନ୍ତି। ଏହା ବ୍ୟତୀତ ସେ ଦିନିକିଆରେ ୬ ଶତକ ଏବଂ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ମୋଟ ୨୩୩୮ ରନ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାମରେ ୧୯୭୩୦ ରନ ଅଛି। ଏଥିରେ ୫୫ ଶତକ ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri