Posted inଖେଳ

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି ପୂର୍ବ ଭାରତୀୟ ଅଭିଜ୍ଞ କ୍ରିକେଟର ଭିଭି ଏସ୍‌ ଲକ୍ଷ୍ମଣ। ସେ ସୂର୍ଯ୍ୟକୁମାରଙ୍କ ପ୍ରଚେଷ୍ଠା ଏବଂ ପରିଶ୍ରମର ପ୍ରଶଂସା କରି କହିଛନ୍ତି, ସେ ଦଳରୁ ଖେଳିବାକୁ ଯୋଗ୍ୟ। ବିଶେଷକରି ଭାରତର ଯୁବକମାନଙ୍କ ପାଇଁ ସେ ଜଣେ ‘ରୋଲ ମଡେଲ’। କାରଣ ଭାରତରେ ଖେଳାଳିମାନେ ଶୀଘ୍ର ଧୌର୍ଯ୍ୟହରା ହୋଇପଡ଼ନ୍ତି। ଘରୋଇ ଶୃଙ୍ଖଳାରେ ଭଲ ଖେଳିବା ପରେ ଭାରତୀୟ ଟିମ୍‌ରେ ଚୟନ ନେଇ ସମସ୍ତେ ଆଶାବାଦୀ ଥାଆନ୍ତି। ହେଲେ ଏହା କଠିନ ହୋଇଥାଏ। ଦୀର୍ଘ ଦିନ ଧରି ତାଙ୍କୁ ଚୟନ କରାଯାଇ ନ ଥିଲା। ହେଲେ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ପ୍ରଦର୍ଶନ ଜାରି ରଖିଥିଲେ। ଶେଷରେ ତାଙ୍କୁ ଅପେକ୍ଷାର ଫଳ ମିଳିଛି। ସେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ଟିମ୍‌ରେ ସାମିଲ କରିବାକୁ ବାଧ୍ୟ କରିଛନ୍ତି ବୋଲି ଲକ୍ଷ୍ମଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି

ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍‌ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ...

ଭାରତ କବ୍‌ଜାରେ ଦ୍ୱିତୀୟ ଟେଷ୍ଟ

ଚେନ୍ନାଇ, ୧୪।୨: ସ୍ଥାନୀୟ ଚେପକ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ୨ୟ ଦିନ ସୁଦ୍ଧା ଭାରତ କବ୍‌ଜାରେ ରହିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୬)ରୁ...

କେକେଆର୍‌ର ବିଜୟ ପରେ ଶାହାରୁଖ ଲେଖିଲେ ଏମିତି

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୨ରେ ବୁଧବାର ଖେଳାଯାଇଥିବା ମ୍ୟାଚକୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ୫ ଉଇକେଟରେ ଜିତି ନେଇଛି। ଲଢ଼ୁଆ ବ୍ୟାଟିଂ ଯୋଗୁ ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ...

ଆଇପିଏଲ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୧୯।୭-ଚଳିତ ବର୍ଷ ଟି୨୦ ବିଶ୍ୱକପ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଆନୁଷ୍ଠାନିକ...

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ...

ବିଜୟଠାରୁ ଆଉ ମାତ୍ର ୩ ଉଇକେଟ୍‌ ଦୂରରେ ଭାରତ

ସେଞ୍ଚୁରିୟନ୍‌,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍‌ ଦିଏ ତେବେ ଭାରତୀୟ ବୋଲରମାନେ...

ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍‌, ଆଦିତି, ଦୀକ୍ଷା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍‌ ଖାନ୍‌, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ...

କୋଭିଡ- ୧୯: ୮୦ ଲକ୍ଷ ଟଙ୍କା ଦେଲେ ରୋହିତ

ମୁମ୍ବାଇ,୩୧।୩(ପି.ଟି.): କୋଭିଡ- ୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଭୟଙ୍କର ସ୍ବାସ୍ଥ୍ୟ...

Advertisement
Archives

Model This Week