Posted inଖେଳ

କୋଚ୍‌ ଦୌଡ଼ରେ ଲକ୍ଷ୍ମଣ, ଲାଙ୍ଗର, ଗମ୍ଭୀର

ନୂଆଦିଲ୍ଳୀ୍‌,୧୫ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ଶେଷ ହେବା ସହ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଡ୍ରାଭିଡ୍‌ଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ) ମୁଖ୍ୟ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ପାଇଁ ଦୃଢ ଦାବିଦାର ମନେକରାଯାଉଛି। ବିସିସିଆଇ ପକ୍ଷରୁ ନୂତନ କୋଚ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେ’ ୨୭ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି। ବିଶ୍ୱକପ ପରେ ଡ୍ରାଭିଡଙ୍କ ଚୁକ୍ତି ଶେଷ ହେଉଥିବା ବେଳେ ସେ ଚାହିଁଲେ ଆଉ ଥରେ ଆବେଦନ କରିପାରିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିସାରିଛନ୍ତି। ତେବେ ବିସିସିଆଇ ନୂତନ ବ୍ୟକ୍ତିଙ୍କୁ କୋଚ୍‌ ଭାବରେ ରଖିବାକୁ ଆଗ୍ରହୀ ଥିବା ଜଣାପଡିଛି। ଲକ୍ଷ୍ମଣଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ଓ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି।
ଭି.ଭି.ଏସ୍‌. ଲକ୍ଷ୍ମଣ: ଏନ୍‌ସିଏର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଲକ୍ଷ୍ମଣଙ୍କୁ ଏହି ପଦ ପାଇଁ ମୁଖ୍ୟ ଦାବିଦାର ଭାବରେ ବିବେଚନା କରାଯାଇଛି। ବିଗତ ୩ ବର୍ଷ ଧରି ଲକ୍ଷ୍ମଣ ଏନ୍‌ସିଏ ଦାୟିତ୍ୱ ସମ୍ଭାଳିଥିବା ବେଳେ ଭାରତ ଏ ଓ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିଛନ୍ତି। ଏହା ବ୍ୟତୀତ ରାହୁଲ ଡ୍ରାଭିଡଙ୍କ ଅନୁପସ୍ଥିତିରେ ସେ ଭାରତୀୟ ସିନିୟର ଦଳର କୋଚ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ଏନ୍‌ସିଏ ମୁଖ୍ୟ ଭାବରେ ଯୁବ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିଥିବା ବେଳେ ବିରାଟ କୋହଲି, ରୋହିତ ଶର୍ମା ଓ ମହମ୍ମଦ ଶାମିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ମଧ୍ୟ ତାଙ୍କର ଚମତ୍କାର ତାଳମେଳ ରହିଛି। ଉଭୟ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କକୁ ଦୃଷ୍ଟିରେ ରଖିଲେ ତାଙ୍କୁ ଏହି ପଦ ପାଇଁ ମୁଖ୍ୟ ଦାବିଦାର ବିବେଚନା କରାଯାଉଛି।
ଗୌତମ ଗମ୍ଭୀର: ଭାରତ ପାଇଁ ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଗୌତମ ଗମ୍ଭୀର ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଛନ୍ତି। ଗମ୍ଭୀରଙ୍କ ରଣନୀତି ତାଙ୍କୁ ସର୍ବଦା ସ୍ବତନ୍ତ୍ର ପ୍ରତିପାଦିତ କରିଆସିଛି। ଅଧିନାୟକ ଭାବରେ କୋଲକାତାକୁ ୨ ଥର ଆଇପିଏଲ ଚାମ୍ପିୟନ କରିବା ସହ ମେଣ୍ଟର ଭାବରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଦୁଇ ଥର ପ୍ଲେ ଅଫ୍‌ରେ ପ୍ରବେଶ କରାଇଥିଲେ। ଚଳିତ ସିଜନରେ ପୁନର୍ବାର କୋଲକାତାର ମେଣ୍ଟର ଭାବରେ ଯୋଗ ଦେଇ ଦଳକୁ ପ୍ଲେ ଅଫ୍‌ରେ ପ୍ରବେଶ କରାଇଛନ୍ତି। ମ୍ୟାନ୍‌ ମ୍ୟାନେଜମେଣ୍ଟରେ ଗମ୍ଭୀରଙ୍କ ଦକ୍ଷତା କାରଣରୁ ତାଙ୍କୁ ପ୍ରଶଂସା କରାଯାଇଥାଏ। ତେବେ କୋଲକାତା ଫ୍ରାଞ୍ଚାଇଜର ମାଲିକ ଶାହରୁଖ ଖାନ ତାଙ୍କୁ ଆବେଦନ କରିବାକୁ ସୁଯୋଗ ଦେବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ପୂର୍ବରୁ ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ ମନୋମାଳିନ୍ୟ ଦୂର ହୋଇ ସାରିଥିବା ବେଳେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଏହି ପଦ ପାଇଁ ତାଙ୍କୁ ଫେଭରିଟ୍‌ କରୁଛି। ତେବେ ଗମ୍ଭୀର କୌଣସି ଦଳର କୋଚ୍‌ ଭାବରେ କାର୍ଯ୍ୟ କରୁ ନ ଥିବାରୁ ବିସିସିଆଇ ତାଙ୍କୁ ସାମିଲ ନ କରିବାର ସମ୍ଭାବନା ରହିଛି।
ଜଷ୍ଟିନ୍‌ ଲାଙ୍ଗର: ଅଷ୍ଟ୍ରେଲିଆ ପାଇଁ ଆଶେସ୍‌ ଓ ଟି୨୦ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ହାସଲ କରିଛନ୍ତି ଜଷ୍ଟିନ୍‌ ଲାଙ୍ଗର। ନିଜ ରଣନୀତି ତଥା ଶୃଙ୍ଖଳା ପାଇଁ ପରିଚିତ ଲାଙ୍ଗର ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦୌଡରେ ଅନ୍ୟତମ ଦାବିଦାର ଅଟନ୍ତି। ତେବେ ନିକଟରେ ଲାଙ୍ଗର ଏକ ସାକ୍ଷାତକାର ସମୟରେ ଭାରତୀୟ ଦଳର କୋଚ୍‌ ହେବା ଉଭୟ ଶାରୀରିକ ଓ ମାନସିକ ଭାବରେ ହାଲିଆ କରିଥାଏ ବୋଲି କହିଥିଲେ। ଭାରତୀୟ ଦଳର କୋଚ୍‌ ଭାବରେ ଯାହା ଅର୍ଥ ମିଳିଥାଏ ସମାନ ପାଉଣା ଆଇପିଏଲରେ ଦୁଇ ମାସର କୋଚିଂ ପାଇଁ ମିଳିଥାଏ। ତେଣୁ ଲାଙ୍ଗର ସାଢେ ୩ ବର୍ଷର ସମୟ ଭାରତୀୟ ଦଳର କୋଚ୍‌ ରହିପାରିବେ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri