ଏନ୍‌ଭିସିଏଲ୍‌ର ନୁଭୋ ମାସୋନ ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଶୁଭାରମ୍ଭ ପଶ୍ଚିମବଙ୍ଗର ପାନାଗଡ଼ଠାରେ ହୋଇଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ବିଶେଷ କରି ଅଣସଂଗଠିତ ରାଜମିସ୍ତ୍ରି ସମୁଦାୟକୁ ଉପକୃତ କରିବା ପାଇଁ କମ୍ପାନୀର ସିଏସ୍‌ଆର୍‌ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏକ ରାଜମିସ୍ତ୍ରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏମ୍‌ସି ସଦସ୍ୟ, ସରକାରୀ ଅଧିକାରୀ, ମାସୋନ ଟ୍ରେନିଂ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ନୁଭୋକୋର ପାନାଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ମୁଖ୍ୟ ପବନ ରୟାଲ, ଇନ୍ଦିରା ଚକ୍ରବର୍ତ୍ତୀ (କୋଟା ଗ୍ରାମ ପଞ୍ଚାୟତର ପ୍ରଧାନ) ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ନୁଭୋକୋର ପାନାଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ହେଡ୍‌ ପବନ ରୟାଲ କହିଛନ୍ତି, ନୁଭୋ ମିଶନ ଦକ୍ଷତା ବିକାଶ ଓ ସାମାଜିକ ଦାୟିତ୍ୱ ମାଧ୍ୟମରେ ସମୁଦାୟ ସଶକ୍ତୀକରଣ ପ୍ରତି ଆମର ସମର୍ପଣକୁ ପ୍ରତିଫଳନ କରୁଛି। ଏପରିକି ଅଣସଂଗଠିତ କ୍ଷେତ୍ରରେ ଯୁବପିଢ଼ି ଓ ଶ୍ରମିକମାନଙ୍କୁ ରାଜମିସ୍ତ୍ରି କାର୍ଯ୍ୟର ଜରୁରୀ ଦକ୍ଷତା ପ୍ରଦାନକରି ଆମେ ଆର୍ଥିକ ସ୍ବାଧୀନତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଜୀବନର ମାନକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ସେମାନଙ୍କର ବୈଷୟିକ କ୍ଷମତାକୁ ଆହୁରି ଉନ୍ନତ କରୁଛି ଏବଂ ଜୀବିକା ପାଇଁ ନୂତନ ମାର୍ଗ ସୃଷ୍ଟି କରୁଛି। ନୁଭୋ ମାସୋନ ହେଉଛି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯାହାକୁ ଶ୍ରମିକମାନଙ୍କର ରାଜମିସ୍ତ୍ରି ଦକ୍ଷତାକୁ ଉନ୍ନତ କରିବା, ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ପରିକଳ୍ପନା କରାଯାଇଛି। ୫୦ଜଣ ଅଂଶଗ୍ରହଣକାରୀଙ୍କୁ କମ୍ପାନୀର ପାନାଗଡ଼ ସିମେଣ୍ଟ ପ୍ଲାଣ୍ଟ ଆଖାପାଖର ଗ୍ରାମଗୁଡିକରୁ ଚୟନ କରାଯାଇଛି, ଯେଉଁମାନେ କି ପ୍ରଶିକ୍ଷଣ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri