ଲଣ୍ଡନ, ୧।୭: ଲଡର୍ସ ଠାରେ ଚାଲିଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜଭୁତ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଥିବାବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୨୫ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ତୃତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ନେଇଛି। ଫଳରେ ୮ ଉଇକେଟ ସୁରକ୍ଷିତ ଥାଇ ଦଳ ୨୨୧ ରନରେ ଅଗ୍ରଣୀଲାଭ କରିଛି। ଡେଭିଡ ଓ୍ବାର୍ନର ୨୫ ଓ ମାର୍ନସ ଲାବୁସେନ ୩୦ ରନକରି ଆଉଟ ହୋଇଥିବାବେଳେ ଉସମାନ ଖ୍ବାଜା ୫୮ ଓ ଷ୍ଟିଭେନ୍ ସ୍ମିଥ୍ ୬ ରନରେ ଅପରାଜିତ ରହିଛନ୍ତି। ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ବେନ୍ ଡକେଟ ସର୍ବାଧିକ ୯୮ ରନ କରିଥିଲେ। ହ୍ୟାରି ବ୍ରୁକ୍ ୫୦, ଜ୍ୟାକ୍ କ୍ରଲି ୪୮ ଓ ଓଲି ପୋପ୍ ୪୨ ରନର ଯୋଗଦାନ ଦେଇଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୩ଟି, ଜୋଶ୍ ହାଜେଲଉଡ୍ ଓ ଟ୍ରାଭିସ ହେଡ୍ ୨ଟି ଲେଖାଏ ଏବଂ ପ୍ୟାଟ୍ କୁମିନ୍ସ, ନାଥାନ ଲିୟନ ଓ କାମେରନ ଗ୍ରୀନ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମୁଁ ବହୁତ ନିରାଶ ଥିଲି… ବିଶ୍ୱକପ୍ ଜିତିବା ପରେ ଟିମ ଇଣ୍ଡିଆରୁ ବାହାର ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୧୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ଟୁର୍ନାମେଣ୍ଟ ପରେ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦିଆଗଲା ଏବଂ ଶ୍ରେୟସ ଆୟରଙ୍କୁ…
ନିମନ୍ତ୍ରଣକୁ ନେଇ ଟଣାଓଟରା, ବ୍ଲକ୍ରେ ରାଜନୈତିକ ଝଡ଼: ଭତ୍ତା ବଣ୍ଟନରୁ ଦୂରେଇ ରହିଲେ ୩ ସରପଞ୍ଚ
କଟକ ସଦର, ୧୫।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସଠାରେ ଶନିବାର ୨୯୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ…
ଅଣ୍ଡର୍-୧୯ ଏସିଆ କପ୍ ଜିତି ମାଲାମାଲ ଟିମ ଇଣ୍ଡିଆ; ବମ୍ପର ପ୍ରାଇଜ ମନି ସାଙ୍ଗକୁ ପାକିସ୍ତାନ ଭାଗରେ ବି ଏତେ ଟଙ୍କାବର୍ଷା
ନୂଆଦିଲ୍ଲୀ,୧୫।୧୧: ଭାରତ ନବମ ଥର ପାଇଁ ଅଣ୍ଡର୍-୧୯ ଏସିଆ କପ୍ରେ ଚାମ୍ପିୟନ ହୋଇଛି। ଶନିବାର ଦିନ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଛି।…
ପାକିସ୍ତାନକୁ ଧୂଳି ଚଟେଇବା ପରେ ଖୁସିରେ ଗଦ୍ଗଦ୍ ହେଲେ ବୈଭବ ସୂର୍ଯ୍ୟବଂଶୀ, ଆର୍ଯ୍ୟବୀରଙ୍କୁ ଦେଲେ ଖାସ୍ ମେସେଜ୍
ନୂଆଦିଲ୍ଲୀ,୧୫।୧୧: ଅଣ୍ଡର୍-୧୯ ଏସିଆ କପ ୨୦୨୬ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏକ ସମୟରେ ଭାରତୀୟ ଜୁନିଅର୍ ଟିମ୍ର…
ପରିବର୍ତ୍ତନର ସଙ୍କେତ
ପ୍ରାୟ ସମସ୍ତ ଦେଶର ନେତୃତ୍ୱ ଏବେ ତ୍ରୁଟିପୂର୍ଣ୍ଣ ବା ସମସ୍ୟାବହୁଳ। ଯେତେବେଳେ କୌଣସି ଦେଶର ଶାସନଭାର ଏକଚ୍ଛତ୍ରବାଦୀ ନେତାଙ୍କ ହାତକୁ ଯାଏ ସେତେବେଳେ ଏହିସବୁ ସମସ୍ୟା ସ୍ପଷ୍ଟ…
ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ
ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…
ବିଦେଶରୁ ଫେରିଥିଲେ ଜନଗଣନାରେ ସାମିଲ ହୋଇପାରିବେ
ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ…
ଏସ୍ସିଓ ବୈଠକ: ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ
ଇସ୍ଲାମାବାଦ,୧୫ା୧୧(ପି.ଟି): ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଅଂଶଗ୍ରହଣ କରିବେ ବୋଲି…

