ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’

ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପୀଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲାର ପ୍ରସିଦ୍ଧ ହସ୍ତଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ ତାଙ୍କ ହସ୍ତଶିଳ୍ପ ‘ତୁମ୍ବା କ୍ରାଫ୍ଟ’ର ପ୍ରଦର୍ଶନ ପାଇଁ ମେଳାରେ ସ୍ଥାନ ପାଇଛନ୍ତି।

ରାୟଗଡାର ତୁମ୍ବା କ୍ରାଫ୍ଟ ଗୁଜରାଟରେ ସମସ୍ତଙ୍କ ମନ ଜିଣିପାରିଛି ଓ ଉଚ୍ଚ ପ୍ରଶଂସିତ ହୋଇପାରିଛି। ଉଦଘାଟନ ଉତ୍ସବରେ ଗୁଜରାଟର ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ ମନ୍ତ୍ରୀ ରାଘବଜୀ ପଟେଲଙ୍କୁ ରାୟଗଡା ତୁମ୍ବା କ୍ରାଫ୍ଟ ଆର୍କଷିତ କରବା ସହ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ତୁମ୍ବା କ୍ରାଫ୍ଟଟି ସମସ୍ତଙ୍କର ହୃଦୟକୁ ଜିତିପାରିଛି ବୋଲି ହସ୍ତଶିଳ୍ପୀ ପାଣ୍ଡିଆ କହିଛନ୍ତି। ଏହି ମେଳା ଆସନ୍ତା ଡିସେମ୍ବର ୪ ତାରିଖ ଯାଏଁ ଚାଲିବ ବୋଲି ଜଣାପଡ଼ିଛି।
ପ୍ରକାଶଥାଉ କି,ଆଦିବାସୀ ବହୁଳ ରାୟଗଡା ଜିଲାରେ ପୂର୍ବରୁ ଆଦିବାସୀମାନେ ଲାଉକୁ ବିଭିନ୍ନ ଆକୃତିରେ ପାରିମ୍ପରିକ ତୁମ୍ବାର, ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ। ହେଲେ ସେଗୁଡିକର ଠିକ ବଜାରୀକରଣ ବ୍ୟବସ୍ଥା ହୋଇ ପାରି ନ ଥିଲା। ଫଳରେ ରାୟଗଡା ଜିଲାରେ ଏହାର ଚାହିଦା ମଧ୍ୟ ହ୍ରାସ ପାଇଥିଲା । ତେବେ ହସ୍ତଶିଳ୍ପୀ ପାଣ୍ଡିଆ ଗତ ୧୨ବର୍ଷ ତଳେ ବିଲୁପ୍ତ ପ୍ରାୟ ଲାଉ ତୁମ୍ବାରେ ନୂଆ ଡିଜାଇନ ତୁମ୍ବା କ୍ରାଫପ୍ରସ୍ତୁତ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ । ଓଡିଶା ସରକାରଙ୍କ ରାୟଗଡା ଓର୍‌ମାସ ପକ୍ଷରୁ ଅହମ୍ମଦାବାଦଠାରେ ଅନୁଷ୍ଠିତ ମେଳାରେ ଅଂଶଗ୍ରହଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବା ହସ୍ତଶିଳ୍ପି ପାଣ୍ଡିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri