Odisha Elections 2024

ବିଳମ୍ବିତ ବର୍ଷା, କେନାଲ ଶୁଖିଲା: ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୧୪ା୭ (ଅକ୍ଷୟ ବିଶ୍ୱାଳ): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବତ୍ତର୍ର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି। ଏପରି କି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡ଼ି ନ ଥିବାରୁ ସେଗୁଡ଼ିକ ପଡ଼ିଆ ପଡ଼ିଛି। କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ହେଲେ ବିଳମ୍ବରେ ବର୍ଷା ହେବାରୁ ଚାଷ କାମ ଆଗେଇବା ପାରୁନାହିଁ। ୨ ଦିନ ହେବ ବର୍ଷା ହେବାରୁ ଜମିରେ ହଳ କାମ, ବୁଣାବୁଣି ଓ ତଳିପକା ଆରମ୍ଭ ହୋଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବାକଥା। ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ଏବେ ୨୦୦ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ହୋଇଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି।
ବର୍ଷା ବିଳମ୍ବ ହେବା ଓ କେନାଲ ପାଣି ନ ଆସିବା ଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବରେ ହୋଇଛି। ଫଳରେ ଧାନ ଫସଲରେ ଅଧିକ ରୋଗପୋକ ଲାଗିବାର ସମ୍ଭାବନା ରହିଛି। ଗତବର୍ଷ ଜୁନ ଶେଷ ସୁଦ୍ଧା ସ୍ବାଭାବିକ ୧୪୯.୪ ମି.ମି. ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ୮୦ ମି.ମି. ବର୍ଷା ହୋଇଛି। ହେଲେ ଏଥର ଜୁଲାଇ ୧୨ ତାରିଖ ପରେ ବର୍ଷା ହୋଇଛି। ଏ ନେଇ ଚାଷୀ ହଳ କରି ସଙ୍ଗେ ସଙ୍ଗେ ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥର ବୁଣାବୁଣି ଅପେକ୍ଷା ଧାନ ତଳି ରୁଆ ଅଧିକ କରିବାକୁ ଚାଷୀମାନେ ଆଗ୍ରହୀ ହେଉଛନ୍ତି। ଖଡିଅଣ୍ଟା ଚାଷୀ ଅଜୟ ନାୟକ କୁହନ୍ତି, ଚଳିତବର୍ଷ ବର୍ଷା ବିଳମ୍ବରେ ହେବା, ବର୍ଷା ପରିମାଣ କମ ହେବା ଓ କେନାଲ ପାଣି ନ ଆସିବାରୁ ଆମର ଚାଷ କାର୍ଯ୍ୟ ପଛେଇଯାଇଛି। ୧୧ ଏକର ଜମିରେ ଧାନ ରୁଆ ଚାଷ କରିବୁ। ଆଗକୁ ବର୍ଷା ପରିମାଣ କମିଗଲେ ଧାନ ରୁଆ କାର୍ଯ୍ୟ ବିଗିଡ଼ିଯିବ। ଏଥିସହ ଧାନରୁଆ କାର୍ଯ୍ୟ ପାଇଁ ମଜୁରିଆ ସମସ୍ୟା ଦେଖାଦେଇଛି। ସୁବର୍ଣ୍ଣପୁର ଚାଷୀ କୁଞ୍ଜବିହାରୀ ନାୟକ କୁହନ୍ତି, ବର୍ଷା ଅଭାବ ଯୋଗୁ ବୁଣାବୁଣି ଓ ଧାନ ବିହନ ତଳି ପକା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଧାନ ବିଲରେ ପାଣି ନାହିଁ। ଏଣୁ ବେଉଷଣ ଓ ରୁଆ କାର୍ଯ୍ୟ କେମିତି କରିବୁ। କେନାଲ ଅଛି ପାଣି ଆସୁମା। ଜଳକର ନେବାରେ ଉଣା ନାହିଁ ସରକାର ଓ ପ୍ରଶାସନ ଚାଷ ପାଇଁ ପାଣି ସୁବିଧା କଲେ ଚାଷୀମାନେ ଉପକୃତ ହୋଇପାରିବୁ। ସାନଜରିଆ ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ଚଳିତବର୍ଷ ଆମ ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ହୋଇଛି। ଫଳରେ ଧାନ ବୁଣା ଏବଂ ରୁଆ କାର୍ଯ୍ୟରେ ବିଳମ୍ବ ହେଉଛି। ଆମେମାନେ ବହୁତ ଚିନ୍ତାରେ ପଡ଼ିଯାଇଛୁ। ଆଗକୁ ବର୍ଷା ନ ହେଲେ ଅଳ୍ପ ଅଳ୍ପ ବୁଣା ଯାଇଥିବା ଧାନ ଗଜା ମରୁଡ଼ି ହୋଇଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତା’ ହେଲେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ। ଯୁବ ଚାଷୀ ସୁଶାନ୍ତ ସାମଲ କୁହନ୍ତି, ଚଳିତବର୍ଷ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ମାତ୍ର ଜୁଲାଇ ଅଧା ହେଲାଣି। ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବାଭାବିକ ବର୍ଷା ହେଉନାହିଁ କି କେନାଲରେ ପାଣି ଆସୁନାହିଁ। ବର୍ତ୍ତମାନ ସୁଦ୍ଧା ଚାଷ ଜମିରେ ବିହନ ବୁଣା ହୋଇନି କି ହଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri