ବିଳମ୍ବିତ ବର୍ଷା, କେନାଲ ଶୁଖିଲା: ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୧୪ା୭ (ଅକ୍ଷୟ ବିଶ୍ୱାଳ): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବତ୍ତର୍ର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି। ଏପରି କି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡ଼ି ନ ଥିବାରୁ ସେଗୁଡ଼ିକ ପଡ଼ିଆ ପଡ଼ିଛି। କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୦,୪୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ହେଲେ ବିଳମ୍ବରେ ବର୍ଷା ହେବାରୁ ଚାଷ କାମ ଆଗେଇବା ପାରୁନାହିଁ। ୨ ଦିନ ହେବ ବର୍ଷା ହେବାରୁ ଜମିରେ ହଳ କାମ, ବୁଣାବୁଣି ଓ ତଳିପକା ଆରମ୍ଭ ହୋଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବାକଥା। ୭୦୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ଏବେ ୨୦୦ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ହୋଇଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି।
ବର୍ଷା ବିଳମ୍ବ ହେବା ଓ କେନାଲ ପାଣି ନ ଆସିବା ଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବରେ ହୋଇଛି। ଫଳରେ ଧାନ ଫସଲରେ ଅଧିକ ରୋଗପୋକ ଲାଗିବାର ସମ୍ଭାବନା ରହିଛି। ଗତବର୍ଷ ଜୁନ ଶେଷ ସୁଦ୍ଧା ସ୍ବାଭାବିକ ୧୪୯.୪ ମି.ମି. ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ୮୦ ମି.ମି. ବର୍ଷା ହୋଇଛି। ହେଲେ ଏଥର ଜୁଲାଇ ୧୨ ତାରିଖ ପରେ ବର୍ଷା ହୋଇଛି। ଏ ନେଇ ଚାଷୀ ହଳ କରି ସଙ୍ଗେ ସଙ୍ଗେ ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥର ବୁଣାବୁଣି ଅପେକ୍ଷା ଧାନ ତଳି ରୁଆ ଅଧିକ କରିବାକୁ ଚାଷୀମାନେ ଆଗ୍ରହୀ ହେଉଛନ୍ତି। ଖଡିଅଣ୍ଟା ଚାଷୀ ଅଜୟ ନାୟକ କୁହନ୍ତି, ଚଳିତବର୍ଷ ବର୍ଷା ବିଳମ୍ବରେ ହେବା, ବର୍ଷା ପରିମାଣ କମ ହେବା ଓ କେନାଲ ପାଣି ନ ଆସିବାରୁ ଆମର ଚାଷ କାର୍ଯ୍ୟ ପଛେଇଯାଇଛି। ୧୧ ଏକର ଜମିରେ ଧାନ ରୁଆ ଚାଷ କରିବୁ। ଆଗକୁ ବର୍ଷା ପରିମାଣ କମିଗଲେ ଧାନ ରୁଆ କାର୍ଯ୍ୟ ବିଗିଡ଼ିଯିବ। ଏଥିସହ ଧାନରୁଆ କାର୍ଯ୍ୟ ପାଇଁ ମଜୁରିଆ ସମସ୍ୟା ଦେଖାଦେଇଛି। ସୁବର୍ଣ୍ଣପୁର ଚାଷୀ କୁଞ୍ଜବିହାରୀ ନାୟକ କୁହନ୍ତି, ବର୍ଷା ଅଭାବ ଯୋଗୁ ବୁଣାବୁଣି ଓ ଧାନ ବିହନ ତଳି ପକା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଧାନ ବିଲରେ ପାଣି ନାହିଁ। ଏଣୁ ବେଉଷଣ ଓ ରୁଆ କାର୍ଯ୍ୟ କେମିତି କରିବୁ। କେନାଲ ଅଛି ପାଣି ଆସୁମା। ଜଳକର ନେବାରେ ଉଣା ନାହିଁ ସରକାର ଓ ପ୍ରଶାସନ ଚାଷ ପାଇଁ ପାଣି ସୁବିଧା କଲେ ଚାଷୀମାନେ ଉପକୃତ ହୋଇପାରିବୁ। ସାନଜରିଆ ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ଚଳିତବର୍ଷ ଆମ ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ହୋଇଛି। ଫଳରେ ଧାନ ବୁଣା ଏବଂ ରୁଆ କାର୍ଯ୍ୟରେ ବିଳମ୍ବ ହେଉଛି। ଆମେମାନେ ବହୁତ ଚିନ୍ତାରେ ପଡ଼ିଯାଇଛୁ। ଆଗକୁ ବର୍ଷା ନ ହେଲେ ଅଳ୍ପ ଅଳ୍ପ ବୁଣା ଯାଇଥିବା ଧାନ ଗଜା ମରୁଡ଼ି ହୋଇଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତା’ ହେଲେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ। ଯୁବ ଚାଷୀ ସୁଶାନ୍ତ ସାମଲ କୁହନ୍ତି, ଚଳିତବର୍ଷ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ମାତ୍ର ଜୁଲାଇ ଅଧା ହେଲାଣି। ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବାଭାବିକ ବର୍ଷା ହେଉନାହିଁ କି କେନାଲରେ ପାଣି ଆସୁନାହିଁ। ବର୍ତ୍ତମାନ ସୁଦ୍ଧା ଚାଷ ଜମିରେ ବିହନ ବୁଣା ହୋଇନି କି ହଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri