ବିଳମ୍ବରେ ଅଫିସ୍‌ ଆସିବା ମହଙ୍ଗା ପଡ଼ିଲା: ୧୫ କର୍ମଚାରୀଙ୍କ ଦିନକର ଦରମା ବନ୍ଦ

କଟକ,୩୧ା୫(କାର୍ତ୍ତିକ ସାହୁ):ବିଳମ୍ବରେ ଅଫିସ ଆସିବା ମହଙ୍ଗା ପଡ଼ିଲା। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅରୁଣୋଦୟ ନଗରସ୍ଥିତ କାର୍ଯ୍ୟାଳୟର ୧୫ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ସିଡିଏ ସଚିବ ଶ୍ୱେତ କୁମାର ଦାଶ ଶୁକ୍ରବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କେତେଜଣ କର୍ମଚାରୀ ଅଭ୍ୟାସଗତ ଭାବେ ବିଳମ୍ବରେ ଆସିବା ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଅଫିସ୍‌କୁ ଆସି ଅପେକ୍ଷା କରୁଥିବା ବେଳେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଏଭଳି ଅଭିଯୋଗମାନ ବିଭିନ୍ନ ସମୟରେ ହୋଇଆସୁଛି। ତେବେ ଏଭଳି କର୍ମଚାରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ, ସିଡିଏ ସଚିବ ଦାଶ ତାଙ୍କ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନକୁ ଶୁକ୍ରବାର ଅଚାନକ ପରିଦର୍ଶନ କରିଥିଲେ। ସିଡିଏ କାର୍ଯ୍ୟାଳୟରେ ୯ଟି ସେକ୍ସନ ଥିବା ବେଳେ ପ୍ରାୟ ୫ଟି ସେକ୍ସନରେ ୧୫ କର୍ମଚାରୀ ଠିକ୍‌ ସମୟରେ କାର୍ଯ୍ୟାଳୟରେ ପହଞ୍ଚତ୍ ନ ଥିବା ଦେଖିଥିଲେ। ସେମାନେ ଅଫିସ୍‌ ବିଳମ୍ବରେ ପହଞ୍ଚତ୍ଥିଲେ। ଫଳରେ ସେମାନଙ୍କୁ ଚେତେଇ ଦେବା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦିନକର ଦରମା ବନ୍ଦ କରାଯାଇଥିବା ସଚିବ ଦାଶ କହିଛନ୍ତି। ଏହାଦ୍ୱାରା ଅନ୍ୟ କର୍ମଚାରୀମାନେ ବି ସଚେତନ ହେବେ ଓ ସରକାରୀ ନିୟମ, ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ପାରଳାଖେମୁଣ୍ଡିର ବିକାଶ ପାଇଁ ସ୍ବର ଉଠାଇଲେ ବିଧାୟକ ରୂପେଶ: ବୃନ୍ଦାବନ ପ୍ୟାଲେସ ଉନ୍ନତି, ୩ ବସ୍‌ଷ୍ଟାଣ୍ଡ ପାଇଁ…

ପାରଳାଖେମୁଣ୍ଡି, ୧୮।୮(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ପର୍ଯ୍ୟଟନ ଓ ଯାତାୟାତ ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେବା ପାଇଁ ବିଧାନସଭାରେ ଦାବି ଉଠାଇଛନ୍ତି ସ୍ଥାନୀୟ ବିଧାୟକ ରୂପେଶ କୁମାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର

ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ…

ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri