ହୀରା ଆଉ ଶାଢ଼ି କିଣିବାକୁ ପସନ୍ଦ କରନ୍ତି ଲତା

ମୁମ୍ବାଇ: ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରୁଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ରବିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତ ବ୍ୟତୀତ ଲତା ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ଲତା ସବୁବେଳେ କ୍ରିକେଟ ଖେଳ ଦେଖିବାକୁ ପସନ୍ଦ କରନ୍ତି। ସଙ୍ଗୀତରୁ ଟିକେ ସମୟ ବାହାର କରି ସେ କ୍ରିକେଟ ଦେଖନ୍ତି। କୁହାଯାଏ, ଲତା ବି ସାଧାରଣ ଜୀବନ ବିତାଉଥିବା ଜଣେ ମହିଳା ଥିଲେ। ତାଙ୍କର କିଛି ଛୋଟମୋଟ ସଉକ ବି ଥିଲା। ଏହି ସଉକ ବିଷୟରେ ସେ ଏକ ସାକ୍ଷାତକାରରେ କହିଥିଲେ।

ସେ କହିଥିଲେ, ହୋଟେଲ ତାଜମହଲ ଯିବାକୁ ପସନ୍ଦ କରନ୍ତି। ସେଠାକୁ ଯାଇ କିଛି ସମୟ ଗପସପ କରନ୍ତି। ତାଙ୍କୁ ଶାଢ଼ି କିଣିବା ବହୁତ ପସନ୍ଦ ଥିଲା। ଏଥିପାଇଁ ଶାଢ଼ି କିଣିବା ପାଇଁ ଦୋକାନ ଯାଆନ୍ତି। ଏହା ବ୍ୟତୀତ ହୀରା ତାଙ୍କର ସବୁଠୁ ପସନ୍ଦ ଥିଲା। ହୀରାର ଗହଣା ସେ କିଣିଥାନ୍ତି।

ଲତା ସାରା ଜୀବନକୁ ସଙ୍ଗୀତରେ ସମର୍ପିତ କରିଥିଲେ। ସଙ୍ଗୀତ ଜୀବନ ଲତାଙ୍କ ପାଇଁ ବହୁ ସଂଘର୍ଷମୟ ଥିଲା। ପ୍ରଥମେ ଲତାଙ୍କ କଣ୍ଠକୁ ପସନ୍ଦ କରୁ ନ ଥିଲେ ବଡ଼ ବଡ଼ ସଙ୍ଗୀତଜ୍ଞମାନେ। ଲତା ୧୯୪୫ ମସିହାରେ ଫିଲ୍ମ ‘ବଡ଼ି ମା’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ସାନ ଭଉଣୀ ଆଶା ଭୋଁସଲେ ବି ଥିଲେ। ପ୍ରଥମେ ଲତାଙ୍କ ସ୍ବରକୁ କେହି ପସନ୍ଦ କରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଲତାଙ୍କ କଣ୍ଠସ୍ବର ସମସ୍ତଙ୍କ ହୃଦୟ ଜିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସମ୍ପର୍କ ବିଷୟରେ ସବୁ ଜାଣି ମଧ୍ୟ ଏହି ଅଭିନେତାଙ୍କୁ ଛାଡି ନ ଥିଲେ ସ୍ତ୍ରୀ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

ଆହତ ହେଲେ ଟାଇଗର!

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ...

ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା।...

୭୩ରେ ପାଦ ରଖିଲେ ଡ୍ରିମ ଗର୍ଲ

ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ବଲିଉଡ୍ ଡ୍ରିମ ଗର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର...

କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ସିନେ କଳାକାରଙ୍କୁ ଦେଇଥିବା କଥା ରଖିଛନ୍ତି। ସଲମାନ ୨୫୦୦୦ ସିନେ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏ...

ନୂଆ କେରର୍ଡ କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ସାରା ବିଶ୍ୱରେ ପ୍ରିୟଙ୍କା ନିଜର ଏକ ସ୍ବତନ୍ତ୍ର ପରିଚୟ...

ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର...

ଏହି ଅଭିନେତ୍ରୀଙ୍କ ସହ ବଳାତ୍କାର ସିନ୍‌ ଶୁଟିଂ କରିବାକୁ ସିଧାସିଧା ମନା କରିଦେଇଥିଲେ ଖଳନାୟକ, କାରଣ ଜାଣିଲେ

୮୦ ଦଶକରେ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ସେହି ସମୟରେ ଏପରି ଅନେକ ଫିଲ୍ମ ଥିଲା ଯେଉଁଥିରେ ଅଭିନେତା ନୁହନ୍ତି ବରଂ ଅଭିନେତ୍ରୀ ଲିଡ୍‌...

Advertisement
Archives

Model This Week