ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୦ା୧: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି ଲୋଗୋ ବର୍ତ୍ତମାନ ଆଇଟିଆଇ ସ୍କ୍ରାପ୍‌ ପାର୍କରେ ସ୍ଥାପନ କରାଯାଇଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ଭିଡ଼ ଜମୁଛି।
ସୂଚନାଯୋଗ୍ୟ, ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ଆଇଟିଆଇ ପକ୍ଷରୁ ଏହି ହକି ଷ୍ଟିକ୍‌ ଲୋଗୋ ନିର୍ମାଣ କରାଯାଇଥିଲା। ଆଇଟିଆଇର ୱେଲ୍‌ଡର, ପେଣ୍ଟର, ଫିଟର ଓ ଇଲେକ୍ଟ୍ରିସିଆନ ବିଦ୍ୟାର୍ଥୀମାନେ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହାର ଉଚ୍ଚତା ୪୩ ଫୁଟ ରହିଥିବା ବେଳେ ଓଜନ ୨ ଟନ୍‌ରୁ ଅଧିକ ରହିଛି। ଏଥିରେ ୩ ଟନ୍‌ର ଅଟୋ ମୋବାଇଲ ସ୍କ୍ରାପ୍‌ ବ୍ୟବହୃତ ହୋଇଛି। ଏହି ଲୋଗୋକୁ ନଗର ଉନୟନ ମନ୍ତ୍ରୀ ଗତ ୧୩ ତାରିଖରେ ଉଦ୍‌ଘାଟନ କରିଥିଲେ। ଏହା ବୃହତ୍ତମ ଲୋଗୋ ବୋଲି ଆଇଟିଆଇ ପକ୍ଷରୁ କୁହାଯିବା ସହ ଏସିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହା ରେକର୍ଡ ହାସଲ କରିଛି। ଏହା ୱେଷ୍ଟ ଟୁ ହେଲ୍‌ଥ ବାର୍ତ୍ତା ଦେବା ସହ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରୁଛି ବୋଲି ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri