ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ ନୂଆପଡ଼ା ଜିଲାର ସୀମାନ୍ତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବହେବା ଘଟଣା ସାମ୍‌ନାକୁ ଆସିଛି। ନୂଆପଡ଼ା ପୋଲିସ, ସିଆର୍‌ପିଏଫ୍‌ ୧୯ ବାଟାଲିଅନ, ଡିଭିଏଫ୍‌ ଯବାନ ବୋଡେନ ଥାନା ପାଟଧରା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ବିସ୍ଫୋରକ, ମାଓବାଦୀ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ମଙ୍ଗଳବାର ପୋଲିସ ଜିଲା ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି କହିଲେ, ନୂଆପଡ଼ା ଜିଲା ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଗିତିବିଧି ଲାଗିରହିଥିଲା। ବର୍ତ୍ତମାନ ମାଓବାଦୀ ମୂଳୋପତ୍ାଟନ ହୋଇଛି। ୨୦୨୬ ମାର୍ଚ୍ଚ ୩୧ରେ ପୋଲିସ ଡିଜି ମଧ୍ୟ ଏ ନେଇ ଘୋଷଣା କରିସାରିଛନ୍ତି। ହେଲେ ପୂର୍ବରୁ କ୍ୟାମ୍ପ କରି ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ସର୍ଚ୍ଚ ଅପରେଶନ ସମୟରେ ଯବାନମାନେ ଠାବ କରିବାରେ ଲାଗିଛନ୍ତି। ସୋମବାର ସକାଳେ ବୋଡେନ ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟ ଡଙ୍ଗରରେ ଡିଭିଏଫ୍‌, ବିଡି ଟିମ୍‌ ଓ ସିଆର୍‌ପିଏଫ୍‌ ୧୯ ବାଟାଲିଅନ ମିଳିତ ଅପରେଶନ ଚଳାଇଥିଲେ। ଏହି ସମୟରେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀ ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେଥି ମଧ୍ୟରେ ୨ଟି ଦେଶୀ ବନ୍ଧୁକ ଓ ମାଗାଜିନ ସହ ଗୋଟିଏ ଦେଶୀ କାର୍‌ବାଇନ, ଏକେ-୪୭ର ୨୯ ରାଉଣ୍ଡ ଏବଂ ଏସ୍‌ଏଲ୍‌ଆର୍‌ ୫୪ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଟିଫିନ ବୋମା ଆଇଇଡି, ୮ଟି ଜିଲୋଟିନ ଷ୍ଟିକ,୧.୫ କିଲୋଗ୍ରାମ ଗନ ପାଉଡର ଓ ୟୁରିଆ, ଡେଟୋନେଟର, ସୋଲାର ପ୍ଲେଟ, ବ୍ୟାଟେରି ଚାର୍ଜର, ମାଓବାଦୀ ପୋଷାକ, ଔଷଧ ବାକ୍ସ, ବିଦ୍ୟୁତ୍‌ ତାର ଜବତ ହୋଇଛି। ନୂଆପଡ଼ାକୁ ମାଓବାଦୀ ମୁକ୍ତ ଜିଲା ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷାବାହିନୀ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ କୋମ୍ବିଂ ଓ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଏହା ଦ୍ୱାରା ମାଓବାଦୀଙ୍କ ଅବଶିଷ୍ଟ ନେଟ୍‌ୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲକ୍ଷ୍ୟ ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ସିଂ କହିଛନ୍ତି। ଖବରଦାତା ସମ୍ମିଳନୀରେ ସିଆର୍‌ପିଏଫ୍‌ ୧୯ ବାଟାଲିଅନ କମାଣ୍ଡାଣ୍ଟ ଦୀପକ ମଣି ତ୍ରିପାଠୀ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?