ଜମି ମାଲିକ କ୍ଷତିଗ୍ରସ୍ତ, ମଧ୍ୟସ୍ଥ ଧନୀ

ଯାଜପୁର,୬ା୯(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ୯ ହଜାରରୁ ଉର୍ଦ୍ଧ୍ୱ ଏକର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ ଶାଗମାଛ ଦରରେ କିଣାଯାଇଥିଲା, ଯାହାକୁ ନେଇ ଏବେ ବି ଅଶାନ୍ତି ଲାଗି ରହିଛି। ଏହାର ପ୍ରାୟ ୩୦ ବର୍ଷ ପରେ ଯାଜପୁର ଜିଲାରେ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଜମି ଅଧିଗ୍ରହଣରେ ପୁଣି ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ପ୍ରକଳ୍ପ ପାଇଁ ଭୂ-ଅର୍ଜନ ଆଇନ-।୧୮୯୪ରେ ଜମି ଅଧିଗ୍ରହଣ କରିବା ବଦଳରେ ପ୍ରଜାଙ୍କଠାରୁ ସିଧାସଳଖ ଶତାଧିକ ଏକର ଜମି କିଣାଯାଇଛି। ଏନେଇ କେତେଜଣ ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖ ଲୋକକମାନେ ଆଗୁଆ ସୂଚନା ପାଇଥିଲେ।ସେମାନେ ନୀରିହ ଚାଷୀଙ୍କ ପାଖରୁ ଶାଗମାଛ ଦରରେ ଜମି କିଣିଥିଲେ।ପରେ ମଧ୍ୟସ୍ଥି ସାଜି ସେହି ଜମିକୁ ପ୍ରାୟ ୧୦୦ ଗୁଣା ଅଧିକ ଦରରେ ସରକାରଙ୍କୁ ଦେଇ ଧନୀ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ପାଣିକୋଇଲି ଆର୍‌ ଏଣ୍ଡ ବି ତଥା ପୂର୍ତ୍ତ ବିଭାଗରେ ଜମି ଅଧିଗ୍ରହଣରେ ଏଭଳି ଦୁନୀତି ସେହି ନୀରିହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। କେତେଜଣ ଚାଷୀ ଏନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
ସରକାରୀ ବ୍ୟବସ୍ଥାରେ ଅସହାୟ ଲୋକେ ପ୍ରତିବାଦ ନ କରି କ୍ଷତିପୂରଣ ବାବଦକୁ ଯାହା ମିଳିଛି ତାହା ଗ୍ରହଣ କରିଛନ୍ତି । ଏହି ପ୍ରକ୍ରିୟାରେ ସରକାରୀ କଳ କେବେହେଲେ ଜମିର ମୂଲ୍ୟ ଆକଳନ ଓ କ୍ଷତିପୂରଣ ପରିମାଣ ଅନୁମୋଦନରେ ଲୋକଙ୍କ ପ୍ରତି ଅନ୍ୟାୟ ହେଉଛି କି ବୋଲି ଦୁଇଥର ଚିନ୍ତା କରିଥିବାର ନଜିର ନାହିଁ । କ୍ଷତିଗ୍ରସ୍ତ ଚାଷୀଙ୍କ ସପକ୍ଷରେ ଲୋକ ପ୍ରତିନିଧିମାନେ ମଧ୍ୟ କେବେ ତଦନ୍ତ କରି ନାହାନ୍ତି। ଏହାର ସୁଯୋଗରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଜମି କିଣାବିକା ଦୁର୍ନୀତି ଓ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଏଠାରେ କେତେକ ପ୍ରକଳ୍ପରେ ହୋଇଥିବା ଜମି ଅଧିଗ୍ରହଣକୁ ଉଦାହରଣ ଭାବେ ନିଆଯାଇପାରେ। ନିର୍ମାଣ ସୌଧ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟ ପକ୍ଷରୁ ୧୯ା୩ା୨୦୨୪ରେ ୧୬ନଂ. ଜାତୀୟ ରାଜପଥ କଡ ଷଠିପୁର ଗୋଲେଇ ଛକଠାରୁ ଷଠିପୁର ସବ୍‌ଷ୍ଟେଶନ ଛକ ପର୍ଯ୍ୟନ୍ତ ୪ଲେନ ରାସ୍ତା ପ୍ରକଳ୍ପ ପାଇଁ ୩.୩୦୮ ଏକର ଜମି ଅଧିଗ୍ରହଣ କରିବାକୁ ପାଣିକୋଇଲି ଆର୍‌ ଏଣ୍ଡ ବି ତଥା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ହୋଇଥିଲା। ମାତ୍ର ୩ ଏକର ଜମି ଅଧିଗ୍ରହଣ ପାଇଁ ୨୨ କୋଟି ୪୯ ଲକ୍ଷ ୯୨ ହଜାର ୮୯୨ ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ପ୍ରକୃତ ପ୍ରଜା ଲାଭବାନ ହୋଇ ପାରିନାହାନ୍ତି। ପୂର୍ବରୁ ଏହି ପ୍ରଜାମାନଙ୍କଠାରୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଶାଗମାଛ ଦରରେ ଜମି କିଣି ନେଇ ସରକାରଙ୍କ ନିକଟରେ ବିକ୍ରୀ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସେହି ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତରେ ହୋଇଥିବା ଏହି ଜମି ଦୁର୍ନୀତିର ତଦନ୍ତ ହେଲେ ଜମି ବ୍ୟବସାୟୀଙ୍କ ଅସଲ ଗୁମର ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି।
ଷଠିପୁରଠାରୁ ମାଳଆନନ୍ଦପୁର ଏବଂ ସେଠାରୁ ସିଂହପୁର ପର୍ଯ୍ୟନ୍ତ ଏଭଳି ବହୁ ଚାଷ ଜମି କିଣାଯାଇଛି। ସେହିପରି ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାର ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟରେ ୧୦ ଏକରରୁ ଊର୍ଦ୍ଧ୍ୱ ଜମି କିଣାରେ ଅନୁରୂପ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଅନ୍ୟଏକ ପ୍ରକଳ୍ପ ୧୦ନଂ. ଜାତୀୟ ରାଜପଥଠାରୁ ଅର୍ଦ୍ଦାଳୁଆ ରାସ୍ତାର ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟରେ ପ୍ରାୟ ୫ ଏକର ଜମି ପ୍ରଜାଙ୍କମ୍ପଠାରୁ ସିଧାସଳଖ ଅଧିଗ୍ରହଣ କରିବାକୁ ୩ା୨ା୨୦୨୪ରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ମାତ୍ର ୫ ଏକର ଜମି ପାଇଁ ୩୬ କୋଟି ୨୧ ଲକ୍ଷ ୯୯ ହଜାର ୯୨୪ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ପୂର୍ବରୁ ପ୍ରଜାଙ୍କଠାରୁ ଚଞ୍ଚକତା କରି ଜମି କିଣିଥିବା ପ୍ରଭାବଶାଳୀ ଲୋକ କୋଟିପତି ହୋଇଥିବାବେଳେ ଜମିହରାମାନେ ସର୍ବହରା ହୋଇଛନ୍ତି।ତେଣୁ ଜମି କିଣାବିକା କାରବାରରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଜମି କିଣା ଦୁର୍ନୀତିର ପର୍ଦ୍ଦାଫାଶ ହୋଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରୀ ଆଇନ ଅନୁସାରେ ଜମି ଅଧିଗ୍ରହଣ ହୋଇଛି। ଏଥିରେ କୌଣସି ପ୍ରକାର ଦୁର୍ନୀତି କିମ୍ବା ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?