ପ୍ରଭାବଶାଳୀଙ୍କ ହାତରେ ଭୂମିହୀନ ପଟ୍ଟା

ମହାକାଳପଡା,୪ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନାରେ ସରକାରୀ ଜମି, ବାସଗୃହ ଯୋଗାଇ ଦେବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତି ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ପଟ୍ଟାକୁ ହାତେଇ ନେଇଛନ୍ତି। ତହସିଲର ଉପାନ୍ତ ଅଞ୍ଚଳ ପେଟଛେଲା ପଞ୍ଚାୟତର ଆଦିବାସୀ ଶବରପଡା (ଜଙ୍ଗଲଘେରି)ର ୩୦ରୁ ଅଧିକ ପରିବାର ଭୂମିହୀନ ପଟ୍ଟାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନେ ସରକାରୀ ଜମିରେ ଦୀର୍ଘବର୍ଷ ହେଲା ବସବାସ କରି ଆସୁଥିଲେ ମଧ୍ୟ ଭୂମିହୀନ ପଟ୍ଟା ପାଇ ନାହାନ୍ତି। ଏ ନେଇ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ଭେଟି ନିଜର ହକ୍‌ ପାଇଁ ଅଭିଯୋଗପତ୍ର ବୁଧବାର ପ୍ରଦାନ କରିଛନ୍ତି। ତହସିଲଦାର ପଣ୍ଡା ଏହି ପରିବାରମାନେ ଭୂମିହୀନ ପଟ୍ଟାରୁ ବଞ୍ଚତ୍ତ ନେଇ ବିସ୍ମୟ ପ୍ରକାଶ କରିଥିଲେ। କିପରି ଏହି ପରିବାର ବସୁନ୍ଧରା ଯୋଜନାରେ ସାମିଲ ହୋଇପାରିବେ ସରକାରୀ ନିୟମ ଅନୁସାରେ ନିଶ୍ଚିତ କାର୍ଯ୍ୟକାରୀ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ତହସିଲ ଅଧୀନ ରାମଚଣ୍ଡୀ ରାଜସ୍ବ ସର୍କଲର ରାମନଗର ମୌଜାର କେତେଜଣ ପ୍ରଭାବଶାଳୀ ପରିବାର ଭୂମିହୀନ ପଟ୍ଟା ହାତେଇଥିବା ତହସିଲଦାରଙ୍କୁ ଅଭିଯୋଗ ହୋଇଛି। ପେଟଛେଲା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲୁଣିମାଟିଆର ଜଙ୍ଗଲ ଘେରି ଗ୍ରାମର ପଇଡ, ଛଚିଆଙ୍କ ଅଭିଯୋଗ ହେଲା ଆମେ ଆଦିବାସୀ ଜନଜାତି ଦୀର୍ଘବର୍ଷ ଧରି ସରକାରୀ ଜମିରେ ବସବାସ କରୁଛୁ। ହେଲେ ଆମର ଭୂମିହୀନ ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ସାମିଲ ହୋଇପାରୁନାହଁି କି ପିଲାମାନଙ୍କୁ ପାଠ ପଢେଇବା ପାଇଁ ସ୍ଥାୟୀ ଠିକଣା, ଜାତିଗତ ପ୍ରମାଣପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଘର ପାଖରେ ଅଳ୍ପଦିନ ଧରି ରହୁଥିବା ବାଙ୍ଗୀୟ ଭାଷାଭାଷୀ ଲୋକ କିପରି ଯୋଜନାକୁ ହଡପ କରୁଛନ୍ତି ତାହା ଆମକୁ ଚକିତ କରିଛି। ଏହାର ବିଧିବଦ୍ଧ ତଦନ୍ତ କରି ପଟ୍ଟା ରଦ୍ଦ ପାଇଁ ଦାବି ଜଣାଇଛନ୍ତି। ଏ ସର୍ମ୍ପକରେ ତହସିଲଦାର ପଣ୍ଡାଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ପ୍ରକୃତ ଜନଜାତିମାନଙ୍କୁ ଭୂମିହୀନ ପଟ୍ଟା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri