Advertisement
Posted inଜାତୀୟ

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ ଅହମଦାବାଦରୁ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନ ପ୍ରାୟ ଏକ ଘଣ୍ଟା ପରେ ଜୈସଲମେରରେ ପହଞ୍ଚିଥିଲା। ତେବେ ଏହାକୁ ଲ୍ୟାଣ୍ଡିଂ କରିବାରେ ପାଇଲଟ୍‌ ଅସମର୍ଥ ହୋଇଥିଲେ। ଏହାପରେ ଅନ୍ୟ ୨ ଦିଗରୁ ଲ୍ୟାଣ୍ଡିଂ କରିବାର ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ଯାନ୍ତ୍ରିକ କାରଣ ଯୋଗୁ ପାଇଲଟ୍‌ ୩ ଥର ଲ୍ୟାଣ୍ଡିଂ କରିବା ପ୍ରୟାସ କରି ମଧ୍ୟ ଅସଫଳ ହୋଇଥିଲେ। ପାଇଲଟ୍‌ ବିମାନ ଲ୍ୟାଣ୍ଡିଂ କରି ହେଉ ନ ଥିବା ଜାଣିପାରି ଯାତ୍ରୀମାନେ ମଝିଆକାଶରେ ଭୟରେ କାନ୍ଦିବାକୁ ଆରମ୍ଭ କରିଥିଲେ। ଶେଷରେ ପାଇଲଟ୍‌ ବିମାନକୁ ଅହମଦାବାଦ ଫେରାଇ ନେଇ ସେଠାରେ ଅପରାହ୍ନ ୨ଟା ୪୦ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ପରେ ପ୍ରାୟ ୨ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟ୍‌ଙ୍କ ଦ୍ୱାରା ବିମାନଟି ଜୈସଲମେର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ଅପରାହ୍ନ ୫ଟା ୧୫ରେ ଜୈସଲମେରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ପାଇସ୍‌ ଜେଟ୍‌ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଜୈସଲମେର ବିମାନ ବନ୍ଦର ନିର୍ଦ୍ଦେଶକ ବି.ଏସ୍‌. ମିଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା...

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ...

ରୋହିଙ୍ଗ୍ୟାଙ୍କୁ ନିର୍ବାସିତ କରିବାର ଯୋଜନା ଏବେ ନାହିଁ, ସୁପ୍ରିମ୍‌କୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨୬।୧୦: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ...

ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ...

ବାଜପେୟୀ, ଆଡଭାନୀଙ୍କୁ ପ୍ରଶଂସା, ନାଁ ନ ନେଇ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୪।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ନୀତୀଶ କୁମାର ଗୃହରେ ଭାଜପା ନେତା...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୪ ଜୀବନ

ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶର ପ୍ରତାପଗଢରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୧୪ ଜଣଙ୍କ ଜୀବନ ଯାଇଛି।...

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ସ୍ତ୍ରୀ ଝଗଡ଼ା କରିବାରୁ ଶିଶୁପୁତ୍ରର ମୁଣ୍ଡ କାନ୍ଥରେ ପିଟିଦେଲେ

ନୂଆଦିଲ୍ଲୀ,୮।୧୨: ସ୍ତ୍ରୀ ସହ ଝଗଡ଼ ହେବାରୁ ମଦ ନିଶାରେ ଥିବା ୨୬ ବର୍ଷୀୟ ଯୁବକ ୩ ମାସର ଶିଶୁ ପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା...

Advertisement
Archives

Model This Week