ନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନି

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସହରରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ଉପଯୁକ୍ତ ଜମି ମିଳୁନାହିଁ। ଫଳରେ ବର୍ଷ ବର୍ଷ ହେଲା ନୂଆ ସିଭିଲ କୋର୍ଟ କୋଠା ତିଆରି ହୋଇପାରୁନାହିଁ। ଏଭଳି ଅନିଶ୍ଚିତତାକୁ ନେଇ ସାଧାରଣରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।
ପ୍ରଥମେ ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ବିଜାଖମନ ମୌଜାର ନୂଆ ବସ ଟର୍ମିନାଲ ପାଖ ଇନ୍ଦିରାନଗର ଠାରେ ପ୍ରାୟ ୫ ଏକର ଜମି ଚିହ୍ନଟ ହୋଇଥିଲା। ବହୁ ଦିଗରୁ ଏଠାରେ ନୂଆ ସିଭିଲ କୋର୍ଟ ସୁବିଧାଜନକ ହେବ ବୋଲି କୁହାଯାଇଥିଲା। ପ୍ରସ୍ତାବିତ ସ୍ଥାନଟି ସର୍କିଟ ହାଉସଠାରୁ ୫ଶହ ମିଟର, ରେଳ ଷ୍ଟେଶନଠାରୁ ୨.୬କିମି ଏବଂ ବସ୍‌ ଟର୍ମିନାଲଠାରୁ ଶୂନ୍‌କିମି ଦୂରରେ ରହିଥିଲା। ତେବେ ସେଠାରେ ଜବରଦଖଲ ସମସ୍ୟା ରହିଥିଲା। ସେଠାରୁ ଜବରଦଖଲ ଉଚ୍ଛେଦ କଲେ କାଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଥିଲା। ଏହାପରେ ଲକିପାଲି ମୌଜାର ପ୍ଳଟ୍‌ ନମ୍ବର ୩୦୦୨ରେ ଥିବା ପୃଥ୍ବୀରାଜ ଗୋଶାଳା ଜମିରେ ସିଭିଲ କୋର୍ଟର ନୂଆ କୋଠା ତିଆରି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଜମିରେ ଶହେବର୍ଷ ପୂର୍ବରୁ ପ୍ରତିଷ୍ଠିତ ଐତିହାସିକ ପୃଥ୍ବୀରାଜ ଗୋଶାଳା ଥିବାରୁ ଗୋଶାଳା ସମ୍ପାଦକ ପ୍ରସ୍ତାବିତ ସିଭିଲ କୋର୍ଟ କୋଠା ତିଆରିକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଗୋଶାଳା ପକ୍ଷରୁ ଦାଖଲ ହୋଇଥିବା ରିଟ୍‌ ପିଟିସନ୍‌କୁ ବିଚାର କରି ହାଇକୋର୍ଟ ଗୋଶାଳା ଜମି ପରିବର୍ତ୍ତେ ସିଭିଲ କୋର୍ଟ ପ୍ରତିଷ୍ଠା ପାଇଁ ନୂଆ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପୃଥ୍ବୀରାଜ ଗୋଶାଳା କର୍ତ୍ତୃପକ୍ଷଙ୍କ ପାଖରୁ ମିଳିଥିବା ସୂଚନା ମୁତାବକ ଗୋଶାଳା ଜମିରେ କୋର୍ଟ କୋଠା ତିଆରିକୁ ବିରୋଧ କରି ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା। ଏହା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଗୋଶାଳା ଜମି ପରିବର୍ତ୍ତେ ଅନ୍ୟତ୍ର ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜେଲ ଜମିରେ ନୂଆ କୋର୍ଟ କୋଠା ତିଆରି ପାଇଁ ପ୍ରସ୍ତାବ ରହିଥିବା ଜଣାପଡିଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ବଲାଙ୍ଗୀର ସହରରେ ନୂଆ କୋର୍ଟ କୋଠା ଏବଂ ନୂଆ ଜିଲାପାଳ କାର୍ଯ୍ୟାଳୟ ତିଆରି ପାଇଁ ଉପଯୁକ୍ତ ଜମି ଚିହ୍ନଟ ହେଉ ନ ଥିବାରୁ ନୂଆ ସିଭିଲ କୋର୍ଟ ଏବଂ ନୂଆ ଜିଲାପାଳ କାର୍ଯ୍ୟାଳୟ ତିଆରି ହୋଇପାରୁନାହିଁ। ଏହି ପ୍ରସଙ୍ଗରେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri