Posted inଫୁରସତ

ବଦଳୁଛି ଭୂଭାଗ, ବଢୁଛି ମରୁଭୂମି

ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍‌ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା ଭଳି ସମସ୍ୟା ଉପରେ ଆଲୋକପାତ କରାଯାଏ। ତେବେ ଏସବୁ ପରିବେଶଗତ ସମସ୍ୟାର ଗୋଟିଏ ଗୋଟିଏ ଛୋଟିଆ ଅଙ୍ଗ। ଏହାକୁ ବାଦ୍‌ଦେଲେ ଅନେକ ଗମ୍ଭୀର ସମସ୍ୟା ସବୁଜ ଗ୍ରହର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀ ଶୁଷ୍କ ହେବାରେ ଲାଗିଛି। ଏହା ଜାରି ରହିଲେ ଆଗାମୀ କିଛି ବର୍ଷ ଭିତରେ ସମଗ୍ର ପୃଥିବୀ ମରୁସ୍ଥଳରେ ପରିଣତ ହୋଇଯିବ ବୋଲି ବିଶେଷଜ୍ଞମାନେ ଯେଉଁ ଆଶଙ୍କା କରୁଛନ୍ତି, ତାହାକୁ ଏଡ଼ାଇ ଦିଆଯାଇ ନ ପାରେ।

ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ଜୀବଜଗତ ତିଷ୍ଠି ରହିଥିବା ସବୁଜଗ୍ରହ ପୃଥିବୀର ଭବିଷ୍ୟତ କ’ଣ? ପୃଥିବୀ ଆୟୁ ଆଉ କେତେଦିନ? ପ୍ରାକୃତିକ ଆବାସରେ ମନୁଷ୍ୟର ମାତ୍ରାଧିକ ହସ୍ତକ୍ଷେପ ପୃଥିବୀରୁ ଜୀବଜଗତକୁ ଧ୍ୱଂସ କରିଦେବନି ତ? ଏବେ ଏଭଳି କିଛି ପ୍ରଶ୍ନ ମାଟି ମା’ ବିଷୟରେ ଭାବିବାକୁ ବାଧ୍ୟ କରିଛି। ଚିରହରିତ୍‌ ଜଙ୍ଗଲରେ ସୁରକ୍ଷା, ମାନବଜାତିର ସମୃଦ୍ଧ ସ୍ବାସ୍ଥ୍ୟ, ପରିବେଶର ସୁରକ୍ଷା ଏବଂ ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍‌ ୧୭ରେ ପାଳିତ ହୁଏ ମରୁସ୍ଥଳ ନିରୋଧ ଏବଂ ମରୁଡ଼ି ନିରାକରଣ ଦିବସ। ଏହିଦିନ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥାଏ।
ମାନବୀୟ କାର୍ଯ୍ୟକଳାପ ଯୋଗୁ ବଦଳୁଥିବା ଜଳବାୟୁ ପୃଥିବୀର ଜୀବନଚକ୍ରକୁ କଠିନ ମୋଡକୁ ନେଇ ଆସିଲାଣି। କେବଳ ଏତିକି ନୁହେଁ, ପରିବେଶକୁ ଏଭଳି ସ୍ଥିତିକୁ ନେଇ ଆସିଲାଣି, ଯେଉଁଠାରୁ ମୁକୁଳିବା ଏକପ୍ରକାର ଅସମ୍ଭବ। ଏହାକୁ ବୁଝିବା ଲାଗି ମରୁସ୍ଥଳୀକରଣ ପ୍ରକ୍ରିୟାକୁ ବୁଝିବା ନିହାତି ଜରୁରୀ। ମାନବଜାତିର ବିକାଶ ସହିତ ଭୂମିର ପ୍ରାକୃତିକ ପ୍ରକ୍ରିୟା ଶେଷ ହେବା ଆରମ୍ଭ କରିଛି। ନୂଆ ପ୍ରଜାତିର ବୃକ୍ଷଲତା ସୃଷ୍ଟି, ମୃତ୍ତିକା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହେଉଛି। ଜଙ୍ଗଲ ସମ୍ପଦର ହ୍ରାସ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଅଧିକ ଶୁଷ୍କ କରିବା ସହିତ ମରୁସ୍ଥଳରେ ରୂପାନ୍ତରିତ କରିବାରେ ଲାଗିଛି। ଯଦିଓ ପ୍ରାକୃତିକ ଭାବେ ଏହା ଏକ ସୂକ୍ଷ୍ମ ପ୍ରକ୍ରିୟା, ତଥାପି ମାନବୀୟ ଗତିବିଧି ଏହାକୁ ଅଧିକ ତୀବ୍ର କରିଦେଇଛି।
ଭୂପୃଷ୍ଠରେ ମୃତ୍ତିକାର ପତଳାସ୍ତରଟିଏ ହେବା ଲାଗି ଲକ୍ଷାଧିକ ବର୍ଷ ଲାଗିଯାଏ। ଏହି ନୂଆ ମାଟି ଅଙ୍କୁରୋଦଗମ୍‌ ଲାଗି ବେଶ୍‌ ଉପଯୋଗୀ। ହେଲେ ଏହି ମାଟି ଥରେ ମରୁବାଲିରେ ରୂପାନ୍ତରିତ ହୋଇଗଲେ ତାହା ଫସଲ ଉତ୍ପାଦନ, ଗଛ ବଞ୍ଚତ୍ବା ଲାଗି ଅନୁପଯୋଗୀ ହୋଇଯାଏ। ଏହି କାରଣରୁ ପୃଥିବୀରେ ମରୁଭୂମିର ପରିସୀମା ବଢ଼ିବାରେ ଲାଗିଛି। ସେହିପରି ଜଙ୍ଗଲ ଓ ଚାଷ ଉପଯୋଗୀ ଜମିର ପରିମାଣ ମାତ୍ରାଧିକଭାବେ ହ୍ରାସ ପାଉଛି। ଭୂ-ପୃଷ୍ଠର ଉପରିଭାଗର ମୃତ୍ତିକାସ୍ତରକୁ ସୁରକ୍ଷା ଦେବା ଲାଗି ବିଶେଷଜ୍ଞମାନେ ଦୀର୍ଘଦିନ ହେଲା ଗୁରୁତ୍ୱାରୋପ କରି ଆସୁଛନ୍ତି। ପାଣିସ୍ରୋତରେ ମୃତ୍ତିକା ପ୍ରବାହ ରୋକିବା ଲାଗି ବ୍ୟାପକ ବନୀକରଣ, ପ୍ରାକୃତିକ ଉପାୟରେ ଉର୍ବରତା ବଜାୟ ରଖିବା ଲାଗି ଆନୁଷଙ୍ଗିକ ପଦକ୍ଷେପ, ସାର, କୀଟନାଶକ ଯଥାସମ୍ଭବ କମ୍‌ ବ୍ୟବହାର, ଭୂମି ଉପଯୋଗ ପଦ୍ଧତି ପରିବର୍ତ୍ତନ ଦ୍ୱାରା ମରୁସ୍ଥଳୀକରଣକୁ ଅନେକାଂଶରେ ପ୍ରତିହତ କରାଯାଇପାରିବ।
କରୋନା ମହାମାରୀ ସମୟରେ ବିଶ୍ୱ ଅର୍ଥନୀତି ବ୍ୟାପକମାତ୍ରାରେ ପ୍ରଭାବିତ ହୋଇଛି। ପୃଥିବୀର ଭୂମିରୂପ, ପରିବେଶକୁ ସଜାଡ଼ିବା ଲାଗି ଏହା ପ୍ରକୃଷ୍ଟ ସମୟ। ଏହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିପାରିବ। ଆର୍ଥିକସ୍ତରରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଜାତିସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।ଜାତିସଂଘ ପକ୍ଷରୁ ଆହୁରି କୁହାଯାଇଛି, ପୃଥିବୀରେ ଜୀବନ ସଞ୍ଚାରଠାରୁ ଅଦ୍ୟାବଧି କୋଟି କୋଟି ପ୍ରଜାତିର ଜୀବ ସୃଷ୍ଟି ହୋଇଛନ୍ତି। ସମୟ ଅନୁଯାୟୀ ସେମାନଙ୍କ ଭିତରୁ ଅନେକେ ଲୁପ୍ତ ହୋଇସାରିଲେଣି। ଏବେ ୮୦ ଲକ୍ଷ ପ୍ରଜାତି ଭିତରୁ ବିଭିନ୍ନ କାରଣରୁ ୧୦ ଲକ୍ଷ ପ୍ରଜାତି ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ସୁରକ୍ଷା ଦେବାକୁ ହେଲେ ୨୦୩୦ ସୁଦ୍ଧା ଅନୂ୍ୟନ ୮୦ କୋଟି ହେକ୍ଟର ଭୂଭାଗକୁ ସଜାଡ଼ିବା ସହିତ ଏହାକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରିବାକୁ ପଡ଼ିବ। ତା’ହେଲେ ପୃଥିବୀକୁ କିଛି ମାତ୍ରାରେ ସୁରକ୍ଷା ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri