ଜମି ହଡ଼ପ ମାମଲା: ତତ୍କାଳୀନ ଏସ୍‌ଡିପିଓଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରହ୍ମପୁର ଅଫିସ,୯।୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍‌ ପିଣ୍ଟୁ ଓ ତାଙ୍କ ସହଯୋଗୀ ସିଏଚ. ତ୍ରିନାଥଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର ଜେଲରୁ ଏଡିଜେ-୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ହାଜର କରାଯାଇଥିଲା। ଗୋଳନ୍ଥରା ଥାନାରେ ପିଣ୍ଟୁ ଓ ଅନ୍ୟମାନଙ୍କ ନାମରେ ରୁଜୁ ଜମି ହଡ଼ପ ମାମଲାରେ ସଦର ଥାନାର ତତ୍କାଳୀନ ଏସ୍‌ଡ଼ିପିଓ ତଥା ତଦନ୍ତକାରୀ ଅଧିକାରୀ ଅଶୋକ ମହାନ୍ତି ସାକ୍ଷ୍ୟ ଦେଇଥିଲେ। ଜମି ହଡପ ନେଇ ପିଣ୍ଟୁ ଦାସ ଓ ସିଏଚ. ତ୍ରିନାଥଙ୍କ ନାମରେ ୨୦୧୭ ନଭେମ୍ବର ୨୫ରେ ଗୋଳନ୍ଥରା ଥାନାରେ ନଂ.୧୮୨/୨୨ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଏସ୍‌ଡ଼ିପିଓ ମହାନ୍ତି ସୋମବାର କୋର୍ଟରେ ବୟାନ ଦେଇଥିଲେ। ସେହିପରି ୨୦୧୮ ନଭେମ୍ବର ୧୨ ରେ ପିଣ୍ଟୁ ଓ ତ୍ରିନାଥଙ୍କ ନାମରେ ହୋଇଥିବା ଅନ୍ୟ ଏକ ଜମି ହଡପ ମାମଲା ୨୦୪/୧୮ରେ ପିଣ୍ଟୁ ଓ ତାଙ୍କ ସହଯୋଗୀ ତ୍ରିନାଥ କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ ମଧ୍ୟ ଏସ୍‌ଡ଼ିପିଓ ମହାନ୍ତି କୋର୍ଟରେ ବୟାନ ଦେଇଛନ୍ତି। ମାମଲାର ପରବର୍ତ୍ତୀ ବିଚାର ତାରିଖ ଏପ୍ରିଲ ୬ ଓ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି। କନିଷି ଅଞ୍ଚଳର ଅନନ୍ତ ଦାସ ଓ ବଳରାମ ଦାସଙ୍କୁ ଜାତିଆଣ ମନ୍ତବ୍ୟ ବଳରାମ ଦାସଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ସେମାନଙ୍କର ଜମି ହଡ଼ପ କରିବା ନେଇ ପିଣ୍ଟୁ ଓ ଅନ୍ୟମାନଙ୍କ ନାଁରେ ଅଭିଯୋଗ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ତରଫରୁ କ୍ୟାଡର୍‌ ଏପିପି ବିକ୍ରମ କୁମାର କୁଣ୍ଡୁ ଓ ମୁଦାଲାଙ୍କ ତରଫରୁ କୈଳାସ ପଣ୍ଡା, ଜଗତମୋହନ ପଟ୍ଟନାୟକ, କୃଷ୍ଣପ୍ରସାଦ ପଟ୍ଟନାୟକ, ଶିବନାରାୟଣ ସାହୁ ଓ କରୁଣାକର ପାଣିଗ୍ରାହୀ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?