ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ ଏହି ଚର୍ଚ୍ଚିତ ଜମି ଦୁର୍ନୀତିର ଗୁମୁର ଫିଟିବ ବୋଲି ଆଶା କରାଯାଉଛି। ସବରେଜିଷ୍ଟ୍ରାର ପ୍ରଫୁଲ୍ଲ ଛୁରା ଚିଠି ନଂ. ୧୩୫୬ରେ ଗତ୨୪ା୧୨ା୨୦୨୫ରେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତିକରି ଥାନା ଆଇଆଇସି ରାଜେଶ ନାୟକ ନଂ. ୧୫/୨୬ରେ ମଙ୍ଗଳବାର ଏକ ମାମଲା ରୁଜୁ କରିଛନ୍ତି। ଏନେଇ ଆଇଆଇସି ନାୟକ କହିଛନ୍ତ, ଏହି ଘଟଣା ଅତି ଗୁରୁତ୍ୱପୂର୍ଣ୍ଣତ୍‌। ଏହାର ତଦନ୍ତ ପାଇଁ ଏସ୍‌ଆଇ ଶୁଶାନ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି। ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଗିରଫ ହେବେ ବୋଲି ନାୟକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣୀଗାଁ ମୌଜା ବଡବରଗାଁର ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମାଦୋରାଙ୍କ ନାମରେ ଖାତା ନଂ. ୩୯୦ରେ ୨ଟି ପ୍ଲଟରେ ଥିବା ବିଲ ପ୍ଲଟ ନଂ. ୩୦୬୨ ଓ ପ୍ଲଟ ନଂ. ୩୦୬୩ ରହିଛି। କ୍ରିଷ୍ଣାମାଦୋରା ଗତ ୨୦୧୦ ଡିସେମ୍ବରରେ ମୃତ୍ୟୁବରଣ କରିଛନ୍ତି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା ନିଜ ଆଧାରକାର୍ଡ ଜାଲିଆତି କରି ଦଣ୍ଡପାଟ ବାଉରିଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭାଗ୍ୟଲତା ମହାପାତ୍ର ସ୍ବାମୀ ସରୋଜ ଦାଶଙ୍କୁ ଗତ ଜୁନ ମାସରେ ଜମିଟି ବିକ୍ରି କରିଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?