ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତି ହାତେଇ ନେଇଛନ୍ତି। ଏହା ସରକାରୀ ଖାତାକୁ ଫେରାଇ ଆଣିବା ଓ ଜମି ହସ୍ତାନ୍ତର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟ ଜିଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ନିକଟ ଗରାପୁରର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଗତ ୩ ଦିନ ଧରି ଧାରଣା ଦେଇଛନ୍ତି। କେବଳ ଏହି ୨ ଏକର ଜମି ନୁହେଁ, ଜିଲାର ବିଭିନ୍ନ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ସହାୟତାରେ ବହୁ ସରକାରୀ ଜମି ହଡପ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଜଙ୍ଗଲ ଜମିକୁ ଜବରଦଖଲ ହେଉଥିଲେ ମଧ୍ୟ ଫର୍ମ କେ’ରେ ରାଜସ୍ବ ଆଦାୟ ସୀମିତ ରହିଛି। ସେହିପରି ବସୁନ୍ଧରା ଯୋଜନାରେ ଦୁର୍ନୀତି ରହିଥିବା ତାଙ୍କ ସହ ସାମାଜିକ କର୍ମୀମାନେ ମତ ରଖିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଦିଲୀପ କୁମାର ମହାନ୍ତି କହିଛନ୍ତି, ବସୁନ୍ଧରା ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଜୁଲାଇ ଶେଷ ସୁଦ୍ଧା ମୋଟ ୪୫୩.୦୦୮ ଏକର ପତିତ ଜମିର ପଟ୍ଟା ୫,୩୩୪ ଜଣଙ୍କୁ ପ୍ରଦାନ କରାଯାଇଛି। ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳରେ ସର୍ବାଧିକ ଏପରି ହିତାଧିକାରୀ ଅଛନ୍ତି। ରାଜକନିକାରେ ୫୯୨ ହିତାଧିକାରୀଙ୍କୁ ମୋଟ ୧୯୯.୨୫୦ ଏକର ଓ ମହାକାଳପଡ଼ାରେ ୧୪୫୨ ଜଣଙ୍କୁ ୧୧୦. ୭୭୧ ଏକର ଜମିର ପଟ୍ଟା ଦିଆଯାଇଛି। ଏହି ଦୁଇ ତହସିଲରେ ଥିବା କେତେଜଣ ହିତାଧିକାରୀ ଭୂମି, ବ୍ୟାଙ୍କ ବାଲାନ୍ସ ଥିଲେ ମଧ୍ୟ ଭୂମିହୀନ ଦର୍ଶାଇ ପଟ୍ଟା ନେଇଥିବା ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ବସୁନ୍ଧରା ଯୋଜନା ହେଉ ଅଥବା ଜଙ୍ଗଲ ଜମି ସମସ୍ୟାରେ ଦୁର୍ନୀତି ରହିବାର ବହୁ ପ୍ରମାଣ ମିଳିଛି। ଏହି ଯୋଜନାରେ ଭୂମିହୀନଙ୍କୁ ଆବାସ ଗୃହ ପାଇଁ ଜମି ପ୍ରଦାନ କରାଯାଏ। ଏହାର ସୁଯୋଗ କେତେଜଣ ଧନୀ ଓ ରାଜନେତାଙ୍କ ପାଖ ଲୋକ ଜମି ହଡପ କରିଛନ୍ତି। ମହାକାଳପଡ଼ାରେ ତହସିଲ କର୍ମଚାରୀଙ୍କ ସହାୟତାରେ ଜାତି ପ୍ରମାଣ ପତ୍ର ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ମାମଲା କୋର୍ଟ ଓ ଆରଡିସିଙ୍କ ଦପ୍ତରରେ ଚାଲିଛି। ଏହା ବ୍ୟତୀତ ଜଙ୍ଗଲ ଜମିକୁ ଡିଟିପିରେ ହୋଇଥିବା କୁଜଙ୍ଗ ରାଜାଙ୍କ ହାତପଟ୍ଟାରେ ହଡପ କରାଯାଇଛି। ଏହି ମାମଲା ଦୀର୍ଘ ୩ ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ମହାକାଳପଡ଼ା ତହସିଲ ଅଧୀନ ଜଙ୍ଗଲ ଜମି କିସମ ଅଞ୍ଚଳର ୧୭ ଗ୍ରାମରେ ମୋଟ ୪,୯୦୭ ପରିବାର ୬୦୫୬.୫୯ ଏକର ଜମି ଜବରଦଖଲ କରି ଆସୁଛନ୍ତି। ଏଠାରେ ଜିଲା ପ୍ରଶାସନ ମାତ୍ର ୨୯.୫ ଏକର ଜମି ଲିଜ୍‌ ଆକାରରେ ଦେଇପାରିବ। ଅବଶିଷ୍ଟ ଜମି ଜଙ୍ଗଲ କିସମ। ତେଣୁ କିସମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଲୋଡାଯିବ ବୋଲି ସ୍ଥିର ହୋଇଛି। ଇତିମଧ୍ୟରେ ମାତ୍ର ୩୦୦ ପରିବାର ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରିଥିବା ବେଳେ ଅବଶିଷ୍ଟ ୪,୬୦୭ ପରିବାର ଜବରଦଖଲ କରି ରହୁଛନ୍ତି। ତେବେ ୨୦୧୮ ଅକ୍ଟୋବର ୧୬ରେ ତତକାଳୀନ ଉପଜିଲାପାଳଙ୍କ ଚିଠି (ନଂ. ୬୫୪୫) ଅନୁଯାୟୀ ଫର୍ମ କେ’ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଠାରୁ ରାଜସ୍ବ ଆଦାୟ ହେଉଛି। ଫର୍ମ କେ’ ଏବେ ଜବରଦଖଲକାରୀଙ୍କ ପାଇଁ ଜିଲାରେ ସ୍ଥାୟୀ ହେବା ପାଇଁ ସିଧା ରାସ୍ତା ବାହାର କରିଛି। ଫଳରେ ଦିନକୁଦିନ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଫର୍ମ କେ’ରେ ରାଜସ୍ବ ଦେଇ ଜଙ୍ଗଲ ଜମିକୁ ଲୋକେ ଅକ୍ତିଆର କରୁଛନ୍ତି। ସେହିପରି ବସୁନ୍ଧରା ଯୋଜନାରେ କେତେଜଣ ଜଙ୍ଗଲ ଜମି ହାତେଇଥିବା ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲା ପ୍ରଶାସନ ତପତ୍ର ଅଛି। ବସୁନ୍ଧରା ଯୋଜନାରେ ଦୁର୍ନୀତି ସମ୍ପର୍କରେ ନଜରକୁ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?