ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତି ହାତେଇ ନେଇଛନ୍ତି। ଏହା ସରକାରୀ ଖାତାକୁ ଫେରାଇ ଆଣିବା ଓ ଜମି ହସ୍ତାନ୍ତର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆଚାର୍ଯ୍ୟ ଜିଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ନିକଟ ଗରାପୁରର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଗତ ୩ ଦିନ ଧରି ଧାରଣା ଦେଇଛନ୍ତି। କେବଳ ଏହି ୨ ଏକର ଜମି ନୁହେଁ, ଜିଲାର ବିଭିନ୍ନ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ସହାୟତାରେ ବହୁ ସରକାରୀ ଜମି ହଡପ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଜଙ୍ଗଲ ଜମିକୁ ଜବରଦଖଲ ହେଉଥିଲେ ମଧ୍ୟ ଫର୍ମ କେ’ରେ ରାଜସ୍ବ ଆଦାୟ ସୀମିତ ରହିଛି। ସେହିପରି ବସୁନ୍ଧରା ଯୋଜନାରେ ଦୁର୍ନୀତି ରହିଥିବା ତାଙ୍କ ସହ ସାମାଜିକ କର୍ମୀମାନେ ମତ ରଖିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଦିଲୀପ କୁମାର ମହାନ୍ତି କହିଛନ୍ତି, ବସୁନ୍ଧରା ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଜୁଲାଇ ଶେଷ ସୁଦ୍ଧା ମୋଟ ୪୫୩.୦୦୮ ଏକର ପତିତ ଜମିର ପଟ୍ଟା ୫,୩୩୪ ଜଣଙ୍କୁ ପ୍ରଦାନ କରାଯାଇଛି। ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳରେ ସର୍ବାଧିକ ଏପରି ହିତାଧିକାରୀ ଅଛନ୍ତି। ରାଜକନିକାରେ ୫୯୨ ହିତାଧିକାରୀଙ୍କୁ ମୋଟ ୧୯୯.୨୫୦ ଏକର ଓ ମହାକାଳପଡ଼ାରେ ୧୪୫୨ ଜଣଙ୍କୁ ୧୧୦. ୭୭୧ ଏକର ଜମିର ପଟ୍ଟା ଦିଆଯାଇଛି। ଏହି ଦୁଇ ତହସିଲରେ ଥିବା କେତେଜଣ ହିତାଧିକାରୀ ଭୂମି, ବ୍ୟାଙ୍କ ବାଲାନ୍ସ ଥିଲେ ମଧ୍ୟ ଭୂମିହୀନ ଦର୍ଶାଇ ପଟ୍ଟା ନେଇଥିବା ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ବସୁନ୍ଧରା ଯୋଜନା ହେଉ ଅଥବା ଜଙ୍ଗଲ ଜମି ସମସ୍ୟାରେ ଦୁର୍ନୀତି ରହିବାର ବହୁ ପ୍ରମାଣ ମିଳିଛି। ଏହି ଯୋଜନାରେ ଭୂମିହୀନଙ୍କୁ ଆବାସ ଗୃହ ପାଇଁ ଜମି ପ୍ରଦାନ କରାଯାଏ। ଏହାର ସୁଯୋଗ କେତେଜଣ ଧନୀ ଓ ରାଜନେତାଙ୍କ ପାଖ ଲୋକ ଜମି ହଡପ କରିଛନ୍ତି। ମହାକାଳପଡ଼ାରେ ତହସିଲ କର୍ମଚାରୀଙ୍କ ସହାୟତାରେ ଜାତି ପ୍ରମାଣ ପତ୍ର ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ମାମଲା କୋର୍ଟ ଓ ଆରଡିସିଙ୍କ ଦପ୍ତରରେ ଚାଲିଛି। ଏହା ବ୍ୟତୀତ ଜଙ୍ଗଲ ଜମିକୁ ଡିଟିପିରେ ହୋଇଥିବା କୁଜଙ୍ଗ ରାଜାଙ୍କ ହାତପଟ୍ଟାରେ ହଡପ କରାଯାଇଛି। ଏହି ମାମଲା ଦୀର୍ଘ ୩ ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ମହାକାଳପଡ଼ା ତହସିଲ ଅଧୀନ ଜଙ୍ଗଲ ଜମି କିସମ ଅଞ୍ଚଳର ୧୭ ଗ୍ରାମରେ ମୋଟ ୪,୯୦୭ ପରିବାର ୬୦୫୬.୫୯ ଏକର ଜମି ଜବରଦଖଲ କରି ଆସୁଛନ୍ତି। ଏଠାରେ ଜିଲା ପ୍ରଶାସନ ମାତ୍ର ୨୯.୫ ଏକର ଜମି ଲିଜ୍‌ ଆକାରରେ ଦେଇପାରିବ। ଅବଶିଷ୍ଟ ଜମି ଜଙ୍ଗଲ କିସମ। ତେଣୁ କିସମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଲୋଡାଯିବ ବୋଲି ସ୍ଥିର ହୋଇଛି। ଇତିମଧ୍ୟରେ ମାତ୍ର ୩୦୦ ପରିବାର ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରିଥିବା ବେଳେ ଅବଶିଷ୍ଟ ୪,୬୦୭ ପରିବାର ଜବରଦଖଲ କରି ରହୁଛନ୍ତି। ତେବେ ୨୦୧୮ ଅକ୍ଟୋବର ୧୬ରେ ତତକାଳୀନ ଉପଜିଲାପାଳଙ୍କ ଚିଠି (ନଂ. ୬୫୪୫) ଅନୁଯାୟୀ ଫର୍ମ କେ’ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଠାରୁ ରାଜସ୍ବ ଆଦାୟ ହେଉଛି। ଫର୍ମ କେ’ ଏବେ ଜବରଦଖଲକାରୀଙ୍କ ପାଇଁ ଜିଲାରେ ସ୍ଥାୟୀ ହେବା ପାଇଁ ସିଧା ରାସ୍ତା ବାହାର କରିଛି। ଫଳରେ ଦିନକୁଦିନ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଫର୍ମ କେ’ରେ ରାଜସ୍ବ ଦେଇ ଜଙ୍ଗଲ ଜମିକୁ ଲୋକେ ଅକ୍ତିଆର କରୁଛନ୍ତି। ସେହିପରି ବସୁନ୍ଧରା ଯୋଜନାରେ କେତେଜଣ ଜଙ୍ଗଲ ଜମି ହାତେଇଥିବା ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲା ପ୍ରଶାସନ ତପତ୍ର ଅଛି। ବସୁନ୍ଧରା ଯୋଜନାରେ ଦୁର୍ନୀତି ସମ୍ପର୍କରେ ନଜରକୁ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri