ଲଳିତ ମୋହନ ପଣ୍ଡା ପାଇବେ ଜାତୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୭।୯(ବ୍ୟୁରୋ):ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଗାଇଡ୍‌ ଭାବେ ଓଡ଼ିଶାର ଲଳିତ ମୋହନ ପଣ୍ଡା ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୧୮-୧୯ ପାଇଁ ଏହି ପୁରସ୍କାର ଦିଆଯିବ। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରେଷ୍ଠ ୱାଇଲ୍ଡଲାଇଫ୍‌ ଗାଇଡ୍‌ ଶ୍ରେଣୀରେ ପୂର୍ବ, ପଶ୍ଚିମ ଓ କେନ୍ଦ୍ର, ଉତ୍ତର, ଦକ୍ଷିଣ ଏବଂ ଉତ୍ତରପୂର୍ବ ଭଳି ୫ ଜୋନ୍‌ରୁ ୫ଟି ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପୂର୍ବ ଜୋନ୍‌ ପାଇଁ ଲଳିତ ମୋହନ ଏହି ଦରଖାସ୍ତ ପକାଇଥିଲେ। କିନ୍ତୁ ସାରା ଦେଶରୁ ଏକମାତ୍ର ୱାଇଲ୍ଡଲାଇଫ ଗାଇଡ୍‌ ଭାବେ କେବଳ ଲଳିତଙ୍କୁ ହିଁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିଭଳି ଶ୍ରେଷ୍ଠ ହୋଟେଲ, ଶ୍ରେଷ୍ଠ ସେଫ୍‌, ଶ୍ରେଷ୍ଠ ଟୁର୍‌ ଅପରେଟର, ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଆଦି ବିଭିନ୍ନ ବର୍ଗରେ ଦେଶର ମୋଟ ୨୮ଜଣଙ୍କୁ ବିଭିନ୍ନ ବର୍ଗରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ଦିଆଯିବ।
ବାଙ୍କୀର ଲଳିତ ମୋହନ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜମ୍‌ ମ୍ୟାନେଜମେଣ୍ଟରୁ ଡିଗ୍ରୀ ହାସଲ କରିବା ପରେ ପ୍ରଫେସନାଲ ଗାଇଡ୍‌ ଭାବେ ପ୍ରଶିକ୍ଷଣ ନେଇ ଗତ ୮ବର୍ଷ ହେବ ରାଜ୍ୟ ଗାଇଡ୍‌ ଭାବେ ଫ୍ରିଲାନ୍ସ କାର୍ଯ୍ୟ କରୁଛନ୍ତି। ଏଥିସହିତ ସେ ମଧ୍ୟ ସ୍ନେକ ହେଲ୍ପଲାଇନର ସଦସ୍ୟ ଭାବେ ବାଙ୍କୀ ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ସାପ ଉଦ୍ଧାର କରିଛନ୍ତି। ପୂର୍ବରୁ ଖୋର୍ଦ୍ଧା ସବ୍‌ଡିଭିଜନ ତରଫରୁ ଲଳିତଙ୍କୁ ୨୦୧୮ରେ ଡିଭିଜନସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ଦିଆଯାଇଥିଲା। ଏବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଁ ମନୋନୀତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଲଳିତଙ୍କୁ ସ୍ନେକ୍‌ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri