Posted inଖେଳ

ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ଶତକ ମାରିଥିଲେ ଏହି କ୍ରିକେଟର୍‌

ଡିସେମ୍ବର ୧୭ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ୮୮ ବର୍ଷ ପୂର୍ବେ ଅର୍ଥାତ୍‌୧୯୩୩ ମସିହାରେ, ଭାରତ ପାଇଁ ପ୍ରଥମ ଟେଷ୍ଟ ଶତକ ମାରିଥିଲେ ମହାନ ଖେଳାଳି ଲାଲା ଅମରନାଥ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏହି ମ୍ୟାଚ୍‌ରେ ତାଙ୍କର ଟେଷ୍ଟ ଡେବ୍ୟୁ କରୁଥିଲେ। ଯଦିଓ ଭାରତୀୟ ଦଳ ଏହି ମ୍ୟାଚରେ ଇଂଲଣ୍ଡଠାରୁ ୯ ଉଇକେଟରେ ପରାସ୍ତ ହୋଇଥିଲା। ସରକାରୀ ଭାବେ କ୍ରିକେଟ ଇତିହାସରେ ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ ଖେଳାଯାଇଥିଲା କିନ୍ତୁ ୧୯୩୨ ମସିହାରେ ଭାରତୀୟ ଦଳ ଏହାର ପ୍ରଥମ ଟେଷ୍ଟ ଖେଳିଥିଲା। ୧୯୩୩ ମସିହାରେ ଭାରତର ପ୍ରଥମ ଟେଷ୍ଟ ଶତକ ସ୍କୋର କରାଯାଇଥିଲା। ମୁମ୍ବାଇରେ କମଲ ଲାଲା ଅମରନାଥ ଏହି ଶତକ ସ୍କୋର କରିଥିଲେ। ଇଂଲଣ୍ଡ ବିପକ୍ଷ ସେହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ୧୭ ଡିସେମ୍ବରରେ ଏହି ସଫଳତା ହାସଲ କରିଥିଲେ । ତେବେ ସେତେବେଳେ ଭାରତ ସ୍ବାଧୀନ ନ ଥିଲା।
ସି.କେ ନାଇଡୁଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତ ଏହି ମ୍ୟାଚର ପ୍ରଥମ ଇନିଂସରେ ୨୧୯ ରନ ସଂଗ୍ରହ କରିଥିଲା। ଏହା ପରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୪୩୮ ରନ ସଂଗ୍ରହ କରିଥିଲା। ଭାରତର ଦ୍ୱିତୀୟ ଇନିଂସ ୨୫୮ ରନରେ ଅଲଆଉଟ୍‌ ହୋଇ ଇଂଲଣ୍ଡକୁ ଜିତିବା ପାଇଁ ମାତ୍ର ୪୦ ରନର ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଲାଲା ଅମରନାଥ ଏକ ଶତକ ହାସଲ କରିଥିଲେ। ସେ ୧୧୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୨୧ ଟି ଚୌକା ସାମିଲ ଥିଲା।
୧୯୫୨-୫୩ ମସିହାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିଥିଲା। ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏହି ଟେଷ୍ଟ ସିରିଜ ଖେଳିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପାକିସ୍ତାନ ଦଳ ଭାରତକୁ ଆସିଥିଲା ଏବଂ ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ଲାଲା ଅମରନାଥ ଥିବାବେଳେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଅବଦୁଲ କରଦାର ଥିଲେ। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପାକିସ୍ତାନକୁ ୨-୧ରେ ପରାସ୍ତ କରିଥିଲା।
ଏହା ପରେ ଲାଲା ଅମରନାଥ ଆଉ ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ କିନ୍ତୁ ନିଜ ବ୍ୟାଟ ସହିତ ଆଉ ଏକ ଶତକ ସ୍କୋର କରି ନ ଥିଲେ।ଟେଷ୍ଟ କ୍ରିକେଟରେ ଲାଲାଙ୍କ ନାମରେ ଏହା ଏକମାତ୍ର ଟେଷ୍ଟ ଶତକ ଥିଲା। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୮୭୮ ରନ ସ୍କୋର କରିଥିଲେ। ତାଙ୍କ ନାମରେ ସମୁଦାୟ ୧ ଶତକ ଏବଂ ୪ ଅର୍ଦ୍ଧ ଶତକ ଅଛି। ଏହା ବ୍ୟତୀତ ସେ ନିଜ ଟେଷ୍ଟ କ୍ୟାରିୟରରେ ୪୫ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?