ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ପ୍ରମୁଖ ଶକ୍ତିପୀଠ ମା’ଉଗ୍ରତାରା ପୀଠରେ ବିଜୟା ଦଶମୀ ଆଡମ୍ବରରେ ଉଦ୍‌ଯାପିତ ହୋଇଛି। ବିଜୟା ଦଶମୀରେ ରାଜରାଜେଶରୀ ବେଶରେ ଦର୍ଶନ ଦେଇଥିଲେ ମା’ଉଗ୍ରତାରା । ମା’ଙ୍କ ଦର୍ଶନ ଲାଗି।
ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।

ପୂଜକ ଯୁଧୁଷ୍ଠୀର ସାମନ୍ତରାୟ କୁହନ୍ତି, ମୂଳାଷ୍ଟମୀଠାରୁ ସହସ୍ରକୁମ୍ଭ ବରଣ ହୋଇ ପୀଠରେ କଳସ ସ୍ଥାପନ ହୋଇ ଷୋଡ଼ଶ ପୂଜାରୁ ଶାରଦୀୟ ପୂଜାରମ୍ଭ ହୋଇଥିଲା। ସପ୍ତମୀ, ଅଷ୍ଟମୀ ଓ ମହମହାନବମୀରେ ରାତ୍ର ମହାପୂଜା କରାଯାଇଛି। ସପ୍ତମୀ ପୂଜା ରାତ୍ରରେ ହରିପୁରସ୍ଥିତ ମା’ ବଘେଇଙ୍କ କଳସ ଏବଂ କାଶୀପୁର ସ୍ଥିତ ମା’ଭୈରବୀଙ୍କ ଆଜ୍ଞାମାଳ ଆସି ପୀଠରେ ସ୍ଥାପନ ହେବା ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ।

ମହାଷ୍ଟମୀରେ ମା’ଙ୍କ ସନ୍ଧିପୂଜା ସହିତ ସହିତ ପାଇକ ସେବାତୟମାନଙ୍କୁ ସମ୍ମାନିତ କରାଯାଏ। ମହାନବମୀରେ ଶାନ୍ତିପୂଜା ଏବଂ ବିଜୟା ଦଶମୀରେ ମା’ଙ୍କ ବର୍ଦ୍ଧନୀ କଳସ ପାଇକ ସେବାୟତମାନଙ୍କ ଦ୍ବାରା ନିକଟ ପାଇକପଦାକୁ ଶୋଭାଯାତ୍ରାକୁ ଯାଇଥାଏ। ପାଇକପଦାଠାରେ ମା’ଙ୍କ ହୋମ ପୂଜାପାଠ ସହ କଳସ ବିସର୍ଜନ କରାଯାଏ ।

ମା’ଙ୍କ ବିଜେସ୍ଥଳୀ ହେଉଛି ମୂଳିଝରଗଡ଼। ଯାହାକି ଖୋର୍ଦ୍ଧାର ବିଭିନ୍ନ ଗଡ଼ ମଧ୍ୟରୁ ଅନ୍ୟତମ। ପାଇକ ବିଦ୍ରୋହ ସମୟରେ ଗଡ଼ର ବିଶେଷ ବର୍ଣ୍ଣନା ରହିଛି। ଏହି ସ୍ମୃତିରେ ପରମ୍ପରାକୁ ବଜାୟ ରଖି ପାଇକ ଆଖଡ଼ା କଳା ପ୍ରଦର୍ଶନ କରାଯାଇଥାଏ। ୧୬ ଦିନରେ ମା’ଙ୍କ ୧୬ବେଶ କରାଯାଏ। ଗଜପତି କପିଳେନ୍ଦ୍ରଦେବ ମା’ଙ୍କ ପୂଜାର୍ଚ୍ଚନା ପାଇଁ କୁସମୀ ଶାସନରେ ୧୬ଜଣ ବ୍ରାହ୍ମଣଙ୍କୁ ଆଣି ଅବସ୍ଥାପିତ କରିଥିଲେ। ପରମ୍ପରା ଅନୁସାରେ ପୂର୍ବରୁ ପ୍ରତ୍ୟେକ ପରିବାର ମା’ଙ୍କ ପୀଠରେ ଚଣ୍ଡୀପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri