Posted inଜାତୀୟ

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ମାଡ଼ିଯାଇ ୪ ଜଣଙ୍କ ମୃତ୍ୟୁ ହେବା ସହ ହିଂସାକାଣ୍ଡରେ ଅନ୍ୟ ୪ ଜଣଙ୍କ ଜୀବନ ଯାଇଥିଲା। ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରାଜ୍ୟର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଥିଲେ। ବୁଧବାର ପରବର୍ତ୍ତୀ ଶୁଣାଣି ବେଳେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି, ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଘର ହୋଇ ନ ଥିବା ୟୁପି କ୍ୟାଡର ଆଇପିଏସ୍‌ ଅଫିସରଙ୍କୁ ଏସ୍‌ଆଇଟିରେ ନିଯୁକ୍ତି ଦେବାକୁ ଓ ମଙ୍ଗଳବାର ସେମାନଙ୍କ ନାମ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲଖିମପୁର ଘଟଣାରେ ତଦନ୍ତର ଅଗ୍ରଗତିକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଟପିଲା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ସଂସଦରେ ପ୍ରଥମ ଥର ପାଇଁ ଘଟିଲା ୫ ନୂଆ ଘଟଣା !

ନୂଆଦିଲ୍ଲୀ, ୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସଂସଦରେ ୫ଟି ନୂଆ ଘଟଣା ଘଟିଛି। ସଂସଦ ଆରମ୍ଭ ହେବା...

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌...

ଲକ୍ଷେରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ୧୮ ତମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଟ୍ରେଣ୍ଡ ଅନୁଯାୟୀ, ୟୁପିରେ ୨୭୩ ଟି ଆସନରେ ଭାଜପା ଆଗୁଆ ରହିଛି।...

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ମମତା

କୋଲକତା,୨୬।୨: ପଞ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟ ସହରାଞ୍ଚଳ ନିଯୁକ୍ତ ରୋଜଗାର ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ବୃଦ୍ଧି ପାଇଁ...

୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର…

ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା...

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୩ ଗିରଫ

ଅଗରତାଲା,୭ ।୮: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ଏହି ସୂଚନା...

Advertisement
Archives

Model This Week