Posted inଜାତୀୟ

ମୋ ପୁଅ ନିର୍ଦ୍ଦୋଷ: ଅଜୟ ମିଶ୍ରା

ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ମାମଲା ବେଳକୁ ବେଳ ଜଟିଳ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଶୁକ୍ରବାର ପୋଲିସ ପାଖରେ ପହଞ୍ଚିବାର ଥିଲା । ହେଲେ ସେ ନ ଆସିବାରୁ ଏବେ ନାନା ପ୍ରଶ୍ନ ଉଙ୍କି ମାରିଛି । ଏହାକୁ ନେଇ ପିତା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି ମୋ ପୁଅ ନିର୍ଦ୍ଦୋଷ । କିଛି ବ୍ୟକ୍ତିଗତ କାରଣ ଯୋଗୁ ସେ ଆଜି ଉପସ୍ଥିତ ହୋଇ ପାରିଲେ ନାହିଁ । ହେଲେ ଶନିବାର ସେ ସମସ୍ତ ପ୍ରମାଣ ସହ ପୋଲିସ ସାମ୍ନାରେ ହାଜର ହେବେ । ଏହା ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ତେଣୁ ଏଥିରେ ନିପେକ୍ଷ ଯାଞ୍ଚ କରାଯିବ ଓ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ଅଜୟ କହିଛନ୍ତି । ସୂଚନାଯୋଗ୍ୟ, ଆଶିଷଙ୍କୁ ଶୁକ୍ରବାର ହାଜର ହେବାକୁ ନୋଟିସ ଜାରି କରାଯାଇଥିବା ବେଳେ ଏବେ ପୁଣିଥରେ ଶନିବାର ଦିନ ୧୧ଟା ସୁଦ୍ଧା ପହଞ୍ଚିବାକୁ ନୋଟିସ ଜାରି କରାଯାଇଛି । ନଚେତ୍ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ଛେଚିଲେ ମହିଳା: ଭିଡିଓ ଭାଇରାଲ

ମୁମ୍ବାଇ, ୨୪।୧୦- ଜଣେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ମାଡ ମାରିଛନ୍ତି ମହିଳା। ବିଚ୍‌ ରାସ୍ତା ଉପରେ ମହିଳା ଜଣକ ଟ୍ରାଫିକ ପୋଲିସଙ୍କ କାଲର ଧରି ମାଡ...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ...

୧୦ ଦିନରେ ଆସିବ ୪ ଗୁରୁତ୍ୱପୂର୍ଣ୍ଣ ରାୟ: ନଭେମ୍ବର ୧୭ରେ ରଞ୍ଜନ ଗୋଗୋଇ ନେବେ ଅବସର

ନୂଆଦିଲ୍ଲୀ,୩।୧୧: ଆସନ୍ତା ୧୦ ଦିନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଦେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବୁ ମାମଲାରେ...

‘ମନ କି ବାତ୍‌’ ନୁହେଁ ‘ପେଟ୍ରୋଲ କି ବାତ୍‌’ ଦରକାର

କୋଲକାତା,୭।୭: ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ଏଥି ନେଇ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରୁଥିବା...

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମିଶେଲ ଆପଣାଇଲେ ଦେଶୀ ପଦ୍ଧତି

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀରେ ଏବେ ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ତିହାଡ଼ ଜେଲ୍‌ରେ ଥିବା କଏଦୀ ମଧ୍ୟ...

ଭାରତର ରପ୍ତାନି ୨୨% ହ୍ରାସ

ନୂଆଦିଲ୍ଲୀ, ୧୫ା୭(ପି.ଟି.): ବିଶ୍ୱ ବଜାର ବିଶେଷ କରି ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ବଜାରରେ ଚାହିଦା ହ୍ରାସ କାରଣରୁ ଭାରତର ରପ୍ତାନି ୨୨ ପ୍ରତିଶତ ହ୍ରାସ...

ଆଇନ ପେଶାରେ ନାରୀବାଦୀ ଚିନ୍ତା ସାମିଲ କରାଯିବା ଜରୁରୀ: ବିଚାରପତି ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୧୫।୧୦ : ନ୍ୟାୟିକ ବୃତ୍ତିକୁ ଅଧିକ ସୁଗମ ତଥା ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଲାଗି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଇନ ଛାତ୍ରମାନଙ୍କୁ ପରାମର୍ଶ...

Advertisement
Archives

Model This Week