Posted inଜାତୀୟ

ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ର ଡେଙ୍ଗୁରେ ପୀଡ଼ିତ!

ଲକ୍ଷ୍ନୌ,୨୪ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପୋଲିସ ରିମାଣ୍ଡରରେ ଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଜେଲ ହସ୍ପିଟାଲକୁ ସିପ୍ଟ କରିବାକୁ ପଡିଛି । ପୋଲିସ କଷ୍ଟଡି ରିମାଣ୍ଡ ଶେଷ ହେବା ପୂର୍ବରୁ ଆଶିଷଙ୍କୁ ଜେଲ ପଠାଇ ଦିଆଯାଇଛି । ଅଭିଯୁକ୍ତ ଆଶିଷ ଡେଙ୍ଗୁରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି । ସେଥିପାଇଁ ତାଙ୍କୁ ଜେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲର ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି ଯେ ଆଶିଷଙ୍କୁ ଡେଙ୍ଗୁ ହୋଇଛି କି ନା ସେଥିପାଇଁ ତାଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ମଡାଇ ଦେବା ଅଭିଯୋଗରେ ଶୁକ୍ରବାର ଆଶିଷଙ୍କ ସମେତ ୪ ଅଭିଯୁକ୍ତଙ୍କୁ କୋର୍ଟ ୨ ଦିନିଆ ପୋଲିସ କଷ୍ଟଡି ରିମାଣ୍ଡରେ ପଠାଇ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଭୋପାଳ,୨୨।୪: ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। ଏହାର ଭିଡ଼ିଓ...

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ...

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ...

ମୁଁ ଏନସିପିରେ ଅଛି, ଶରଦ ପାଓ୍ବାର ମୋ ନେତା: ଅଜିତ ପାଓ୍ବାର

ମୁମ୍ବାଇ,୨୪।୧୧: ଭାଜପା ଏବଂ ଏନସିପି ମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବେ ବୋଲି ପୁଣି ନିଜ ମନ୍ତବ୍ୟ ଦୋହରାଇଛନ୍ତି...

କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସାକ୍ଷାତ...

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ

ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ଭାଜପା ବିଧାୟକ ଜେଲ୍‌ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ...

ଖବରଦାତାଙ୍କ ଟୁଇଟ୍‌ ହଟାଇବା ଦାବିରେ ଭାରତ ପ୍ରଥମ

ନୂଆଦିଲ୍ଲୀ,୩୦ା୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପୋଷ୍ଟ ହଟାଇବା ପାଇଁ ଦାବି କରିବାରେ ବିଶ୍ୱରେ ଭାରତ ସବୁଠୁ ଆଗରେ ରହିଛି। ସେହିପରି...

Advertisement
Archives

Model This Week