ବାଣିଜ୍ୟ ପ୍ରତିଷ୍ଠାନରେ ଲାଗୁନି ଓଡ଼ିଆ ନାମଫଳକ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା)ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଶ୍ରମ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଜିଲାର ୨ ପୌର ପରିଷଦ ରାୟଗଡ଼ା, ଗୁଣପୁର ଓ ଗୁଡ଼ାରି ଏନ୍‌ଏସିରେ ବହୁ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ନାହିଁ। ହେଲେ ଶ୍ରମ ବିଭାଗର ଆନ୍ତରିକତା ଅଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ପୌର ପରିଷଦରେ ରହିଥିବା କୌଣସି ବି ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗି ନ ଥିବା ଜଣାଯାଇଛି।
ଭାଷାକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏ ନେଇ ଏପ୍ରିଲ ୧୧ ତାରିଖରେ ଚିଠି ନଂ. ୨୨୦୨ରେ ନିର୍ଦ୍ଦେଶ ରହିଥିଲା ଯେ, ପ୍ରତ୍ୟେକ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ରହିବ ା ଓଡ଼ିଆ ନାମଫଳକ ନ ଥିବା ବାଣିଜ୍ୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ତେବେ ବିଭାଗୀୟ ଅଧିକାରୀମାନେ ଚଢ଼ାଉକରି ଜରିମାନା ଆଦାୟ କରିବା ପରିବର୍ତ୍ତେ ବାଣିଜ୍ୟ ପ୍ରତିଷ୍ଠାନ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରାଉତ ୭ଟି ଅନୁଷ୍ଠାନ ଉପରେ ଚଢ଼ାଉ କରିଥିବା ବେଳେ ସେଥିରୁ ୨ଟି ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲଗାଇ ସରକାରୀ ପୋର୍ଟାଲ ପରେ ଶ୍ରମ ବିଭାଗ ପୋର୍ଟାଲରେ ତଥ୍ୟ ଅପ୍‌ଲୋଡ୍‌ କରାଯାଇଛି। ଅନ୍ୟ ୫ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ା ସେହିଭଳି ଅନ୍ୟ ଜଣେ ଶ୍ରମ ଅଧିକାରୀ ଗୋପାଳକୃଷ୍ଣ ମଙ୍ଗରାଜ ୫ଟି ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ବେଳେ ସେଥିରୁ ୩ଟି ପ୍ରତିଷ୍ଠାନ ପରବର୍ତ୍ତୀ ସମୟରେ ନାମଫଳକ ଲଗାଇଥିବା ସୂଚନା ମିଳିଛି ା ଅନ୍ୟ ୨ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ା ହେଲେ ରାୟଗଡ଼ା ପୌର ପରିଷଦରେ ଏଭଳି ଶତାଧିକ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗି ନ ଥିବା ସତ୍ତ୍ୱେ ଶ୍ରମ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଚକିତ କରିଛି। ଅପରପକ୍ଷେ ଗୁଣପୁର ପୌରାଞ୍ଚଳ ଓ ଗୁଡ଼ାରି ଏନ୍‌ଏସିରେ ମଧ୍ୟ ବହୁ ସଂଖ୍ୟାରେ ବାଣିଜ୍ୟ ପ୍ରତିଷ୍ଠାନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଠାରେ କାର୍ଯ୍ୟାନୁଷ୍ଠାନ ଶୂନ ା
ସୂଚନାଯୋଗ୍ୟ, ଓଡ଼ିଶା ବାଣିଜ୍ୟ ଓ ପ୍ରତିଷ୍ଠାନ ୧୯୫୬ ଆକ୍ଟ ଅନୁଯାୟୀ ଓଡ଼ିଆ ନାମଫଳକ ଲାଗି ନ ଥିବା ବାଣିଜ୍ୟ ପ୍ରତିଷ୍ଠାନକୁ ୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ନିୟମ ରହିଛି ା ହେଲେ ଶ୍ରମ ବିଭାଗ ଏଥିପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ରାୟଗଡ଼ା ସହରର ବହୁ ପ୍ରତିଷ୍ଠାନରେ ଆଜି ବି ଓଡ଼ିଆ ନାମଫଳକ ଲାଗିନାହିଁ ା ସେହିଭଳି ଜିଲାର ବହୁ ବେସରକାରୀ ବିଦ୍ୟାଳୟରେ ମଧ୍ୟ ଓଡ଼ିଆ ନାମଫଳକ ଲାଗିନାହିଁ ା ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଆ ନାମଫଳକ ଲଗାଇବା ପାଇଁ ସମୟସୀମା ଦିଆଯାଇଥିଲା ା ଜୁଲାଇ ପହିଲାରୁ ଶ୍ରମ ବିଭାଗ ପକ୍ଷରୁ ପୁଣି ଥରେ ଏନ୍‌ଫୋର୍ସମେଣ୍ଟ ଆରମ୍ଭ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?